କଟାଗଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବନ୍ତଳା, ୩୦।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ଚାଲିଛି ଗଞ୍ଜେଇ ଚାଷ। କୌଣସି ସୂତ୍ରରୁ ଏସ୍‌ପି ଜଗମୋହନ ମୀନା ଖବରପାଇ ଜିଲା ଭଲ୍ୟୁଣ୍ଟାରି ଫୋର୍ସ ଓ ପୁରୁଣାକୋଟ ପୋଲିସ ସହାୟତାରେ ବଲଙ୍ଗ ପଞ୍ଚାୟତର ଲବଙ୍ଗୀ ଓ ଜୁକୁବୁ ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉରେ ମାଜିଷ୍ଟ୍ରେଟ୍‌ ପ୍ରଶାନ୍ତ କୁମାର ସିଂହ, ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ, ଏଏସ୍‌ଆଇ ଶରତ ଚନ୍ଦ୍ର ସାମଲ, ବନ୍ତଳା ରାଜସ୍ବ ଅଧିକାରୀ ସୋନାଲିକା ସାହୁ ଓ ୨୦ ଜଣ ଜିଲା ଭଲ୍ୟୁଣ୍ଟାରି ଫୋର୍ସ ମୁତୟନ ହୋଇଥିଲେ। ଉଭୟ ଗଁା ଠାରୁ ପାହାଡ଼ ଓ ନାଳ ନିକଟରେ ବଡ଼ ବଡ଼ ମୂଲ୍ୟବାନ ଶାଳ, ଶାଗୁଆନ ଆଦି ଗଛ କଟାଯାଇ ଏହି ଗଞ୍ଜେଇ ଚାଷ କରାଯାଇଛି। ଏଥିରେ ୩ ଏକର ୩ ଡିସିମିଲି ଜାଗାରୁ ୩ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଅଭୟାରଣ୍ୟ ଭିତରେ ଥିବା ଅସନବାହାଳ, ସିଟି କୋଇଲ, କନ୍ଧ କୋଇଲି, ଟାକରିସିଂହା ଆଦି ଗ୍ରାମରେ ଗଞ୍ଜେଇ ଚାଷ କରାଯାଇଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶନିବାର ଚେରଖଣ୍ଡି ଗ୍ରାମର ଶିକ୍ଷକ...

ବୃଦ୍ଧଙ୍କ ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ଗଲେ ଶ୍ମଶାନ

କଣିହାଁ,୧୧।୯(ଡି.ଏନ.ଏ.)-କୁହାଯାଏ ଅସହାୟଙ୍କୁ ସରକାର ସାହାଭରସା। ହେଲେ ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ କଲୋନୀରେ ମଙ୍ଗଳବାର ଘଟିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥା ପ୍ରତି...

୩୩ ରିପୋର୍ଟ ନେଗେଟିଭ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି...

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌...

ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ

ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର...

ବର୍ଷେ ହେଲା ବସିନି ରୋଗୀକଲ୍ୟାଣ ସମିତି ବୈଠକ

ବଅଁରପାଳ, ୧୪ା୭(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, ରୋଗୀ ସେବା ଉନ୍ନତମାନର କରିବାକୁ ରୋଗୀ କଲ୍ୟାଣ ସମିତି ବୈଠକ ଜରୁରୀ ଥିବାବେଳେ ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ପୁଣି ଅନୁଗୋଳରେ ହାତୀ ଆତଙ୍କ: ବୃଦ୍ଧଙ୍କୁ କଚାଡ଼ି ମାରିଲା

ଅନୁଗୋଳ ଅଫିସ,୨୯।୪: ଅନୁଗୋଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ବନଖଣ୍ଡ...

ଚାନ୍ଦା କରି ରାସ୍ତା ମରାମତି

ବଇଣ୍ଡା,୫।୭(ଡି.ଏନ.ଏ) ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିଲା। ଯାତାୟାତରେ ବଡ଼ ସମସ୍ୟା ଭୋଗୁଥିଲେ ଗ୍ରାମବାସୀ। ଏ ନେଇ ବହୁବାର ପ୍ରଶାସନ ନିକଟରେ...

Advertisement
Archives

Model This Week