କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ବ୍ରହ୍ମବରଦା ସମେତ ଜିଲାର ଅନ୍ୟ ପ୍ରମୁଖ ସହରକୁ ସଟ୍‌ଡାଉନ କରାଯାଇଛି। ସୋମବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏଥିପାଇଁ ଜିଲାର ସୀମାକୁ ସିଲ କରିଦିଆଯାଇଛି। ତେବେ କରୋନା ଆକ୍ରାନ୍ତ ଥିବା ଅଞ୍ଚଳର ବାୟୁ ମଣ୍ଡଳରେ କରୋନାର କ୍ଷୁଦ୍ର କଣିକା ରହୁଥିବା କୁହାଯାଉଛି। ଯାହାଦ୍ୱାରା ଜଣେ ସୁସ୍ଥ ଲୋକ ବି କରୋନା ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧି ବାହାରିଲେ ଜରିମାନାର ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ୱେ ରସୁଲପୁର ବ୍ଲକ ଅଞ୍ଚଳରେ ଗାଁ ଲୋକେ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି ଏବଂ ଅତି ସାଧାରଣ ଭାବେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯିବା ପରେ ବି ଗ୍ରାମାଞ୍ଚଳର ଲୋକେ ଚେତୁ ନାହାନ୍ତି। ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳିଯିବା ଯୋଗୁ ବାହାରେ କାମ କରୁଥିବା ଲୋକେ ଗାଁ ମୁହାଁ ହୋଇଛନ୍ତି। ଗାଁ ମଝିରେ ତାସ, କ୍ୟାରମ ଖେଳ ଜମୁଛି। ସକାଳେ ଓ ସନ୍ଧ୍ୟାରେ ଯୁବକମାନେ ଗାଁ ମୁଣ୍ଡ ପଡ଼ିଆରେ କ୍ରିକେଟ ଖେଳୁଛନ୍ତି। ଗାଁ ପଡିଆରେ ଖେଳ ଜମାଉଥିବା ଯୁବକଙ୍କୁ ପ୍ରଶାସନ ବାରଣ କରିଆସୁଛି। ମାତ୍ର ଏହାକୁ ପାଳନ କରାଯାଉ ନାହିଁ। ଏବେ ଯାଜପୁର ଜିଲାରେ ସଟ୍‌ଡାଉନ ଓ ୧୩ଦିନ ହେଲାଣି ଲକଡାଉନ ବଳବତ୍ତର ରହିଛି। ଏତେସବୁ କଟକଣାକୁ ଅଣଦେଖା କରି ଗାଁ ଦାଣ୍ଡରେ ଲୋକେ ଖୋଲାରେ ବିଚରଣ କରୁଥିବା ଦେଖାଯାଉଛି। ଏବେ ବି କେତେକ ଗାଁ ଛକରେ ଚା ପାନ ଦୋକାନ ଖୋଲା ଯାଉଛି। ସକାଳୁ ପାନ ଓ ଚା ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ବଢିଯାଇଛି। ଗାଁରେ ଖୋଲାଖୋଲି କରୋନା କଟକଣାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ପ୍ରତ୍ୟେକ ପଞ୍ଚାୟତରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ, ଜନପ୍ରତିନିଧିମାନେ କାର୍ଯ୍ୟ କରୁଛନ୍ତି। ଅମାନିଆ ଲୋକଙ୍କ ଭୟରେ ଏମାନେ ନୀରବ ରହୁଛନ୍ତି। ତେବେ ଏହା ଜାରି ରହିଲେ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଯେଉଁଠି କରୋନା ନିୟମ ପାଳନ କରାଯାଉ ନାହିଁ ବୋଲି ସୂଚନା ମିଳିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ...

କରୋନା ଔଷଧ-ଅକ୍ସିଜେନ୍‌ ସିଲିଣ୍ଡର ହେଉ ଟିକସ ମୁକ୍ତ: ମମତା…

କୋଲକାତା, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କରୋନା ଔଷଧ,ଅକ୍ସିଜେନ୍‌ ସିଲିଣ୍ଡରକୁ ଟିକସ ମୁକ୍ତ କରିବା ଲାଗି ପଶ୍ଚିମବଙ୍ଗ...

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଅନଶନ

ସଜନାଗଡ଼,୫।୫(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପ୍ରତିବାଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ...

ଅଭିନବ ଉପାୟ: ସ୍କୁଲ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ୪ ଗିରଫ

କୋରାପୁଟ,୨୧ା୧(ସ୍ବ.ପ୍ର.): କୋରାପୁଟ ଜିଲାର ବିଶେଷ କରି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ...

ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି...

ଶିଶୁ ସୁରକ୍ଷା ସନ୍ଦିହାନ

ଢେଙ୍କାନାଳ ଅଫିସ, ୨୫।୮: ସ୍କୁଲମୁହାଁ ହେବେ କୋମଳମତି ଶିଶୁ।  ଛୋଟ ବୟସରୁ ସେମାନଙ୍କୁ ଯୋଗାଇ ଦିଆଯିବ ଶୈଖିକ ପରିବେଶ। ଖାଇବାକୁ ଦିଆଯିବ ପୁଷ୍ଟିକର ଖାଦ୍ୟ। ନିଆଯିବ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପଞ୍ଜୀକରଣ ଅବଧି ବର୍ଷେ ବଢ଼ାଯାଉ

କଟକ ଅଫିସ,୧୩ା୧୦:ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି...

ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ

ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ...

Advertisement
Archives

Model This Week