ଏୟାର ଇଣ୍ଡିଆ ନୂଆ ସିଏମ୍‌ଡି ପାଇବ

ନିକଟରେ ଆପଏଣ୍ଟମେଣ୍ଟସ୍‌ କମିଟି ଅଫ୍‌ କ୍ୟାବିନେଟ (ଏସିସି) କେନ୍ଦ୍ରରେ ସଚିବ ସ୍ତରୀୟ ପଦ ପାଇବା ପାଇଁ ୨୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ତାଲିକାକୁ ଅନୁମୋଦନ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅଂଶଧନ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ଏୟାର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ରାଜୀବ ବଂସଲ। ଏୟାର ଲାଇନ୍‌ର ସିଏମ୍‌ଡି ଭାବେ ଫେବୃୟାରୀରୁ ଅଶ୍ୱିନୀ ଲୋହାନିଙ୍କଠାରୁ ଦାୟିତ୍ୱ ନେଇ ତାଙ୍କ ଦ୍ୱିତୀୟ ପାଳିରେ ରହିଛନ୍ତି। ତେବେ ସଚିବ ସ୍ତରୀୟ ପଦଗୁଡିକ ପାଇଁ ନାମ ତାଲିକା ପ୍ରକାଶ ପାଇବା ପରେ ଏୟାର ଇଣ୍ଡିଆରେ ବଂସଲଙ୍କ ଭବିଷ୍ୟତ ସମ୍ପର୍କରେ କିଛି ମନଗଢା କଥା ପଦାକୁ ଆସିଛି। ଏୟାର ଇଣ୍ଡିଆର ସିଏମ୍‌ଡି ପଦ ଏକ ଅତିରିକ୍ତ ସଚିବ ସ୍ତରୀୟ ପଦ। ଏହି ପରିସ୍ଥିତିରେ ବଂସଲ ଏବେ ସଚିବ ସ୍ତରକୁ ଉଠିବେ। ଏୟାର ଇଣ୍ଡିଆ ଖୁବ୍‌ଶୀଘ୍ର ଜଣେ ନୂଆ ସିଏମଡି ପାଇବ ବୋଲି ଏହା ଦର୍ଶାଉ ନାର୍ହିଁ କି? ସରକାର ଏବେ ବି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ବ୍ୟଗ୍ର। କିନ୍ତୁ ଏହା କୋଭିଡ-୧୯ ସଂକ୍ରମଣର ପ୍ରଭାବ ଯୋଗୁ ବିଳମ୍ବ ହେଉଛି। ପ୍ରଥମ ପ୍ରୟାସରେ ଏହା ବିଫଳ ହୋଇଥିତ୍ଲା, କିନ୍ତୁ ଶତ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ରଖାଯିବା ପରେ ସରକାର ଏଥିରେ ସଫଳ ହେବେ ବୋଲି ଆଶାବାଦୀ ଅଛନ୍ତି।
ମୁଖ୍ୟ ସଚିବଙ୍କୁ ସମର୍ଥନ
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଉପୁଜିଥିବା ଗମ୍ଭୀର ସ୍ବାସ୍ଥ୍ୟ ସଂକଟକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କେସ୍‌ରେ ଗତ ମାସରେ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ସରକାରଙ୍କ ଦ୍ୱାରା ଚାଲୁ ରହିଥିବା କରୋନା ମହାମାରୀ ବିରୋଧ ଲଢେଇର ନେତୃତ୍ୱ ନେଇ ଆସୁଛନ୍ତି ମେହେଟ୍ଟା ।
ତେବେ ଜଣାପଡୁଛି ଯେ, ମେହେଟ୍ଟା ତାଙ୍କ ପଦରେ ତିନିମାସ ରହିବାକୁ ନେଇ କେହି ଜଣେ ହେଲେ ବି ଖୁସି ନାହାନ୍ତି। ମହାରାଷ୍ଟ୍ରରେ ଶାସକ ଶିବସେନା ସହ ମେଣ୍ଟ କରିଥିବା କଂଗ୍ରେସର କେତେକ ନେତା ମେହେଟ୍ଟାଙ୍କ ବିବାଦୀୟ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଶୁଖିଲା ରାଶନ ବଦଳରେ ରନ୍ଧାଖାଦ୍ୟ ଯୋଗାଇ ଦେବା ସମ୍ପର୍କରେ ମେହେଟ୍ଟାଙ୍କ ପ୍ରସ୍ତାବ ବିରୋଧରେ ସେମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ଅମଲାତନ୍ତ୍ରିର ବହୁ ସଂଖ୍ୟକ ପ୍ରଶାସକ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ, କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ ମେହେଟ୍ଟା ବଦଳାଇପାରିିବେନାହିଁ। ସୂତ୍ରରୁ ଜଣାପଡିଛି ଯେ, ମେହେଟ୍ଟା କେନ୍ଦ୍ର ସରକାରଙ୍କ ନିୟମ ସମ୍ପର୍କରେ କ୍ୟାବିନେଟକୁ ସୂଚନା ଦେଇଥିଲେ ଏବଂ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିଥିଲେ। ଆଶ୍ରୟସ୍ଥଳୀ ଗୁଡିକରେ ଶୁଖିଲା ରାଶନ ସାମଗ୍ରୀ ଯୋଗାଇଦେବା ଦ୍ୱାରା ଚୋରି ଏବଂ ଦୁର୍ନୀତି ବଢ଼ିବାର ସମ୍ଭାବନା ରହିଛି ବୋଲି ମେହେଟ୍ଟା ଦର୍ଶାଇଥିଲେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତାଙ୍କ ମତକୁ ସମର୍ଥନ କରିଥିଲେ।
ବାବୁଙ୍କୁ ଆଶ୍ୱସ୍ତି
ଏକ ଅସାଧାରଣ ଓ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ନେଇ ମୋଦି ସରକାର ଡେପୁଟି ସେକ୍ରେଟାରୀଙ୍କ ଠାରୁ ଯୁଗ୍ମ ସଚିବ ସ୍ତର ଯାଏ ସବୁ ଅଧିକାରୀଙ୍କ କେନ୍ଦ୍ରୀୟ ପ୍ରତିନିଯୁକ୍ତିକୁ ବଢାଇ ଦେଇଛନ୍ତି। ସେମାନେ ସମସ୍ତେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକାଳ ଏହି ମାସ ଶେଷ ସୁଦ୍ଧା ପୂରିବାକୁ ଥିଲା। ଏବେ ସେମାନଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ ଯାଏ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ( ଏସିସି) ଦ୍ୱାରା ନିଆଯାଇଥିଲା । ଯେଉଁ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରୁଛନ୍ତି କିମ୍ବା ସେବା ନିବୃତ୍ତ ପରେ କାର୍ଯ୍ୟକାଳ ବୃଦ୍ଧି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ଦର୍ଶାଇଥିବା ଜଣାପଡିଛି। ଏହି ନିର୍ଦ୍ଦେଶନାମା ଯୁଗ୍ମ ସଚିବ,ନିର୍ଦ୍ଦେଶକ ଏବଂ ଡେପୁଟି ସେକ୍ରେଟାରୀ ସ୍ତରର ଅଧିକାରୀମାନଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ । କିନ୍ତୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ କାର୍ଯ୍ୟକାଳ ପୂରଣ କରିଥିବା କିମ୍ବା ଆଉ ୫ କି ୭ବର୍ଷ ପୂରଣ କରିବାକୁ ଥିବା ଅନେକ ଅତିରିକ୍ତ ସଚିବଙ୍କୁ ସଂକଟରେ ପକାଇଦେଇଛି। ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ମନେହୁଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌...

ଏଇ ଭାରତରେ

ଏପରି ଅନେକ ରହସ୍ୟମୟ ବିଷୟ ରହିଛି ଯାହା ଅନେକଙ୍କୁ ଅଜଣା। ପ୍ରକୃତି କୋଳରେ ବଢ଼ୁଥିବା ବିଭିନ୍ନ ବୃକ୍ଷକୁ ଲୋକେ ପୂଜା କରିଥାନ୍ତି। ଶାଳଗଛ ତନ୍ମଧ୍ୟରୁ ଅନ୍ୟତମ।...

ବିପଜ୍ଜନକ କରୋନା ବର୍ଜ୍ୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ   ନିଃଶ୍ୱାସ ପ୍ରଶ୍ୱାସ କ୍ଷେତ୍ରରେ ଭାଲ୍‌ବ ରହିଥିବା ଉଚ୍ଚମାନର ଏନ୍‌-୯୫ ମାସ୍କ ବ୍ୟବହାର ଉପରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟଗତ ସତର୍କତା ଜାରି କରିବା...

ଦୁଇଟି ଦୋଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ୨୦୧୪ରୁ ଯେଉଁସବୁ ସଂସ୍କାର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ଶାସନ ପରିଚାଳନାରୁ ଜଣାପଡ଼ିଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଆଜିର ଅର୍ଥନୀତି/ ଗଳାବାଟ ବନ୍ଦ

ବିଭିନ୍ନ ଆର୍ଥିକ ସଂସ୍ଥାର ଉପଭୋକ୍ତାମାନଙ୍କର ଋଣ ସମ୍ବନ୍ଧୀୟ ସୂଚନା ଅନିୟନ୍ତ୍ରିତ ଭାବରେ ପ୍ରଘଟ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କ...

ଏଇ ଭାରତରେ

ଆସାମର ତିନି ଜଣ ସାଙ୍ଗ ବର୍ଜ୍ୟବସ୍ତୁରୁ ଇଟା ତିଆରି କରୁଛନ୍ତି। ସେମାନେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପରିବେଶ...

ଚେତନାର ଅମୃତ ଦିଗନ୍ତ

ବିମଳ ପ୍ରସନ୍ନ ଦାସ ୧୮୭୮ ଫେବୃୟାରୀ ୨୧ ତାରିଖ- ବିଶ୍ୱଜନନୀ ଶ୍ରୀମା’ଙ୍କର ପବିତ୍ର ଜନ୍ମତିଥି। କାଳବକ୍ଷରେ ଇତିମଧ୍ୟରେ ୧୪୨ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଏ ବର୍ଷ...

ଏଇ ଭାରତରେ

ମଧ୍ୟପ୍ରଦେଶ ଝାବୁଆ ଜିଲାର ଆଦିବାସୀ ଝିଅମାନେ ଏବେ ବାଉଁଶରେ ଦୀପ ତିଆରି କରି ଉଦାହରଣ ପାଲଟିଛନ୍ତି। ସେମାନେ ଦୀପାବଳି ଲାଗି ୯ ହଜାର ଦୀପ ତିଆରି...

Coronavirus Update

Archives

Model This Week

Why Dharitri