ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ କାଟୁଥିବା ବେଳେ ଅଧିକାଂଶ ଖବରକୁ ସେ ତାଙ୍କ ଫ୍ୟାନଙ୍କ ସହ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି କି ୬ ବର୍ଷ ପୂର୍ବେ ସେ ଏଡିଶନ ନାମକ ଏକ ରୋଗରେ ପୀଡ଼ିତ ହୋଇଥିଲେ। ହେଲେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଓ ନନ ଚାକ ଓ୍ବାର୍କ ଆଉଟ ତାଙ୍କୁ ଏହି ରୋଗ କବଳରୁ ରକ୍ଷା କରିଛି ବୋଲି ସେ କହିଛନ୍ତି। ହେଲେ ଏଥିପାଇଁ ତାଙ୍କୁ ଦୀର୍ଘ ୪ ବର୍ଷ ସଂଘର୍ଷ କରିବାକୁ ପଡିଛି। ସୁସ୍ମିତା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନନ ଚାକ ସହ ଓ୍ବାର୍କ ଆଉଟ କରୁଥିବା ଦେଖାଯାଉଛି। ଏହି ଭିଡିଓ ସହ ସୁସ୍ମିତା ଏକ ଲମ୍ବା ଚଉଡା ପୋଷ୍ଟ ମଧ୍ୟ ଲେଖିଛନ୍ତି। ଏଥିରେ ସେ ତାଙ୍କୁ ହୋଇଥିବା ଏଡିଶନ ରୋଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଏହି ରୋଗ ହେବା ପରେ ତାଙ୍କ ରୋଗପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। ୨୦୧୪ରେ ତାଙ୍କୁ ଏକ ଅଟୋ ଇମ୍ୟୁନୋ ସମ୍ପର୍କିତ ରୋଗ ହୋଇଥିଲା ଯାହାର ନାଁ ଥିଲା ଏଡିଶନ ବୋଲି ସେ ଲେଖିଛନ୍ତି। ଏହାପରେ ସେ ଅନୁଭବ କରିଥିଲେ ଯେମିତି ତାଙ୍କ ଶରୀରରେ ଆଦୌ ପ୍ରତିରୋଧକ ଶକ୍ତି ନାହିଁ। ସବୁବେଳେ ଥକ୍କା ଲାଗିବା ସହ ଆଖି ତଳ କଳାପଡିବା ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ବହୁତ ଚିନ୍ତିତ ହୋଇପଡିବା ପରେ ସେ ନିଜ ମନକୁ ଦୃଢ କରିଥିଲେ ବୋଲି କହିଛନ୍ତି। ଏହି ରୋଗ ସହ ସଂଘର୍ଷ କରି ୨୦୧୯ରେ ତାଙ୍କର ଏଡ୍ରିନାଲ ଗ୍ଲାଣ୍ଡ ଆକ୍ଟିଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ଏହାପରେ ସେ ଲେଖିଛନ୍ତି ଆମ ସମସ୍ତଙ୍କ ଭିତରେ ଜଣେ ଯୋଦ୍ଧା ରହିଛି। ତେଣୁ ଦୃଢ ମନୋବଳ ହିଁ ଆମକୁ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ସାହସ ଦେବା ସହ ବଡ ବଡ ରୋଗକୁ ମଧ୍ୟ ଦୂରେଇ ଦେବ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁଥିବା ବେଳେ ସୁସ୍ମିତାଙ୍କ ଏହି କଥା କରୋନା ସଂକ୍ରମିତଙ୍କୁ ସାହସ ଯୋଗାଇବ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି।...

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ...

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ...

୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର...

ଫ୍ରେଞ୍ଚ କଟ୍‌ ଦାଢ଼ି ପାଇଁ ଟ୍ରୋଲ ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅର୍ଜୁନ କପୁର। ତେବେ ଅନେକେ ତାଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ବେଳେ କେହି...

ବାପାଙ୍କ ଚଲାପଥରେ ସଲମାନ୍‌: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍‌ଷ୍ଟୋରୀ

କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନରେ ବଲିଉଡ୍‌ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏହି...

ରୋମାଣ୍ଟିକ୍‌ ହେଲେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ...

ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *