ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଦୋଳି, ପିଠା, ପାନର ପସରା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ରସୁଲଗଡ଼ସ୍ଥିତ ଓଡ଼ିଶାର ବଡ଼ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ରଜ ମହୋତ୍ସବ ‘ଖୁସିର ରଜ’ ଆରମ୍ଭ ହୋଇଯାଇଛି। ରଜ ପାଇଁ ମଲ୍‌ରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ପୂରା ମଲ୍‌କୁ ଆଲୋକରେ ସୁସଜ୍ଜିତ କରାଯିବା ସହ ବିଭିନ୍ନ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଦର୍ଶକଙ୍କ ପାଇଁ ଦୋଳିଠୁ ଆରମ୍ଭ କରି ପାନ, ପିଠା ଆଦି ଖାଇବା ବ୍ୟବସ୍ଥା କରାଯାଇଥିଲା। ଗେଣ୍ଡୁଫୁଲରେ ସଜ୍ଜିତ ଦୋଳିଗୁଡ଼ିକ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମଲ୍‌ରେ ଥିବା ବିଭିନ୍ନ ବ୍ରାଣ୍ଡ୍‌ର ଅଫର ରହିଥିଲା। ଝିଅମାନଙ୍କ ପାଇଁ ସର୍‌ପ୍ରାଇଜ ଗିଫ୍ଟ ରହିଥିଲା। ମଲ୍‌ ପକ୍ଷରୁ ଝିଅମାନଙ୍କୁ ମାଗଣାରେ ମେହେନ୍ଦୀ ଲଗାଇବା ସହିତ ଶୃଙ୍ଗାର କରାଯାଇଥିଲା। ଏଠାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଏ ସବୁ ଭିତରେ ମଲ୍‌ରେ ବୁଲୁଥିବା ନକଲି ଡାଇନାସୋର ଦର୍ଶକଙ୍କୁ ଭରପୂର ମଜା ଦେବା ସହିତ କେତେଜଣଙ୍କୁ ମଧ୍ୟ ଡରାଇଥିଲା। ତିନିଦିନ ପାଳନ ହେବାକୁ ଥିବା ଏହି ରଜ ମହୋତ୍ସବକୁ ଆସିବା ପାଇଁ ମଲ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ସେଣ୍ଟର ଡାଇରେକ୍ଟର ପାର୍ଥ ପ୍ରତିମ ନାୟକ ଏହି ପର୍ବ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏଥିରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାବୁ ହେଲା ସହରକୁ ପଶି ଆସିଥିବା ହାତୀ

ପୁରୀ ଅଫିସ,୧୦।୧: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀ ସହରରେ ପଶିଥିବା ଦନ୍ତାହାତୀ। ମଙ୍ଗଳବାର ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ବନବିଭାଗ ସଫଳ ହୋଇଛି। ଏହାପରେ...

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର...

ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା...

ଆଇନରେ ପରିଣତ ହେଲା ସିଏବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକର ମୁସଲମାନ ପ୍ରତିନିଧି ଦଳ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ନାଗରିକତ୍ୱ(ସଂଶୋଧନ) ବିଲ୍‌(ସିଏବି) ଆଇନରେ ପରିଣତ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ଜିଲା ଚଉଦ ମହଲା ମୁସଲମାନ ପ୍ରତିନିଧି ଦଳ ଭେଟିଛନ୍ତି।...

ଟ୍ରେନ୍‌ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

ଯୋଡ଼ା/କେନ୍ଦୁଝର,୧୯ା୫(ଡି.ଏନ.ଏ/ସ୍ବ.ପ୍ର.): ଟ୍ରେନ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।...

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି।...

ଆରମ୍ଭରୁ କମିଲା, ୨୫ରୁ ବର୍ଷିବ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ): ଏ ବର୍ଷ ବିଳମ୍ବରେ ଓଡ଼ିଶାରେ ପହଞ୍ଚତ୍ଛି ମୌସୁମୀ। ପ୍ରତିବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। କିନ୍ତୁ ଏଥର ଚତୁର୍ଥ ସପ୍ତାହରେ ମୌସୁମୀ...

ପିଏନ୍‌ବି ଦ୍ୱାରା ‘ଫିଲ୍ମ ସମୀକ୍ଷା ଲେଖା ପ୍ରତିଯୋଗିତା’

ଭୁବନେଶ୍ୱର,୧୨।୮:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଏବଂ ଟାଉନ୍‌ ଅଫିସିଆଲ୍‌ ଲାଙ୍ଗୁଏଜ୍‌ ଇମ୍ପ୍ଲିମେଣ୍ଟସନ କମିଟି (ବ୍ୟାଙ୍କ) ଭୁବନେଶ୍ୱରର ସହଯୋଗିତାରେ ଏକ ‘ଫିଲ୍ମ ସମୀକ୍ଷା...

Advertisement
Archives

Model This Week