Posted inଜାତୀୟ

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ ଉତ୍ତେଜନା ପ୍ରକାଶ ପାଇଛି। ଗତ ସୋମବାର ଗଲଓ୍ବାନରେ ପ୍ରକୃତରେ କ’ଣ ଘଟିଥିଲା। ଚାଇନା ସେନା ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିଲେ କି ନାହିଁ ସେନେଇ ଦେଶରେ ନାନା ଚର୍ଚ୍ଚା ଓ ଆଲୋଚନା ହେଉଛି। ଚାଇନା ସହ ସଂଘର୍ଷକୁ ନେଇ ସରକାର ଓ ସେନା କଥାରେ ତାଳମେଳ ରହୁ ନ ଥିବାରୁ କେନ୍ଦ୍ରକୁ ପ୍ରଶ୍ନବାଣରେ ଘେରି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ବୋଲି ରାହୁଲ ପୁଣି ଟାର୍ଗେଟ କରିଛନ୍ତି।
ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପୂର୍ବ ଲଦାଖରେ ଯାହାକିଛି ଘଟିଛି ସେ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କଠାରୁ ଜାଣିବାକୁ ପାଇଛି। ସେମାନଙ୍କ ପ୍ରେଜେଣ୍ଟେଶନ ମଧ୍ୟ ଦେଖିଛି। ଏଲ୍‌ଏସି ଅତିକ୍ରମ କରି କେହି ଆମ ସୀମାକୁ ଆସିନାହାନ୍ତି କି ଆମର କୌଣସି ପୋଷ୍ଟ (ସେନା ଶିବିର) ଅନ୍ୟ କାହାର ଭୂଖଣ୍ଡରେ ନାହିଁ। ସର୍ବଦଳୀୟ ବୈଠକରେ ମୋଦିଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ବିଶେଷକରି କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଶନିବାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ବିବାଦ ଥମିବାର ନାଁ ନେଉନାହିଁ। କାରଣ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତାଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସହ ଆଲୋଚନା ହୋଇଥିଲା। ଟେଲିଫୋନ୍‌ରେ ଆଲୋଚନା ବେଳେ ପିଏଲ୍‌ଏ ସୈନ୍ୟମାନେ ଗଲଓ୍ବାନ ଉପତ୍ୟକାର ଭାରତ ପଟକୁ ଅନୁପ୍ରବେଶ କରି କିଛି ଢାଞ୍ଚା ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓ୍ବାଙ୍ଗ୍‌ ୟିଙ୍କୁ ଜୟଶଙ୍କର କହିଥିଲେ। ଏହି ବିଷୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଥିଲା। ବିବାଦ ଉଠିବା ପରେ ସରକାର ଉକ୍ତ ରିପୋର୍ଟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା କହିଲେ। ସେହିପରି ସଂଘର୍ଷ ବେଳେ କୌଣସି ଯବାନ ନିଖୋଜ ହୋଇନାହାନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ଏହାର ୨୪ ଘଣ୍ଟା ନ ପୂରୁଣୁ ଚାଇନା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଥିଲା। ଯଦି ଯବାନମାନେ ନିଖୋଜ ହୋଇ ନ ଥିଲେ ତେବେ ପରେ ସେମାନଙ୍କୁ ଚାଇନା କିପରି ଛାଡ଼ିଲା ବୋଲି ପ୍ରଶ୍ନ ଉଠିଲା। ରବିବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଆମ ସୀମାକୁ କେହି ଆସି ନ ଥିଲେ କି ଭାରତୀୟ ଭୂଖଣ୍ଡ ଅନ୍ୟ କାହା ଦଖଲରେ ନାହିଁ। କିନ୍ତୁ ଭାରତମାତାର ପବିତ୍ର ଭୂମିରେ ଥିବା ପାଙ୍ଗୋଙ୍ଗ ହ୍ରଦକୁ ଚାଇନା ଦଖଲ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଭାବେ ଜାଣି ହେଉଛି। ରାହୁଲ ଏପରି ଟୁଇଟ୍‌ କରିବା ସହ ଏକ ନ୍ୟୁଜ୍‌ ଚ୍ୟାନେଲର ଭିଡିଓକୁ ଟ୍ୟାଗ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ପାଟ୍ରୋଲିଂ କରୁଥିଲା ପୋଲିସ, ଅଚାନକ ଘଟିଲା ଏମିତି

ଲକ୍ଷ୍ନୌ,୨୪।୮: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଏବେ କୁମ୍ଭୀର ଆତଙ୍କ ଖେଳି ଯାଇଛି। ଅନେକଥର କୁମ୍ଭୀର ନଦୀରୁ ବାହାରି ଆସୁଥିବାବେଳେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି...

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ,୨୯ ।୧୧: ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ପାଇଁ ଦେଖାଦେଇଥିବା କରୋନା ଭାଇରସର ‘ଓମିକ୍ରନ୍‌’ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି ।...

୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣ ଉପରୁ କଟକଣା ହଟିଲା, ମାର୍ଚ୍ଚ ୨୭ରୁ ପୁଣି ଆରମ୍ଭ…

ନୂଆଦିଲ୍ଲୀ,୮।୩ : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଥିଲା। ତେବେ ୨୦୨୨ ମାର୍ଚ୍ଚ...

ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ:ଶିବସେନାକୁ ଗୃହ, ଏନ୍‌ସିପିକୁ ଅର୍ଥ

ମୁମ୍ବାଇ, ୧୩ା୧୨(ପି.ଟି.):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଶିବସେନାକୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଥିବାବେଳେ ସହଯୋଗୀ ଏନ୍‌ସିପିକୁ ଅର୍ଥ ଓ...

ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮...

ଭାଇଚାରାର ଅନନ୍ୟ ଉଦାହରଣ: ଗୋଟିଏ ପେଣ୍ଡାଲରେ ଗଣେଶ ପୂଜା, ମହରମ୍‌ ପାଳିତ

ବେଙ୍ଗାଲୁରୁ, ୧୦।୯: ଗୋଟିଏ ସପ୍ତାହରେ ହିନ୍ଦୁଙ୍କ ଗଣେଶ ପୂଜା ଏବଂ ମୁସଲମାନ ସମ୍ପଦାୟର ମହରମ୍‌ ପର୍ବ ବହୁ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କର୍ନାଟକର...

କୋଟା ହସ୍ପିଟାଲ ପରିଦର୍ଶନ କଲେ ଓମ୍‌ ବିର୍ଲା

ଜୟପୁର,୨୯।୧୨: ରାଜସ୍ଥାନ କୋଟାର ଏକ ହସ୍ପିଟାଲରେ କିଛିଦିନ ତଳେ ନବଜାତକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହସ୍ପିଟାଲ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ୱ ଦିଆଯାଇ...

ନାଥୁରାମ ଗଡ୍‌ସେଙ୍କୁ ପ୍ରଶଂସା କରିଥିବା ଆଇଏଏସ୍‌ ଅଧିକାରୀଙ୍କ ଉପରେ ଖପ୍ପା ହେଲା କଂଗ୍ରେସ

ନୂଆଦିଲ୍ଲୀ,୨।୬: କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଆଇଏଏସ୍‌ ଅଧିକାରୀ ନିଧି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।...

Advertisement
Archives

Model This Week