ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ ପ୍ରତି ସରକାରୀ ଅବହେଳାର ପ୍ରତିବାଦ ଏବଂ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ କୋଟି ଟଙ୍କା ବିନିଯୋଗରେ ଯୋଜନା କରିଛନ୍ତି। ତେବେ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସ୍‌ପିଟାଲ ଏମ୍‌କେସିଜି ପ୍ରତି ଅଣଦେଖା କରିଥିବାର ପ୍ରତିବାଦ ଏବଂ କଟକ ଭଳି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାର ବହୁମୁଖୀ ବିକାଶ ନେଇ ଏହି ଆନ୍ଦୋଳନ ସୂତ୍ରପାତ ହୋଇଥିଲା।
ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଆରଡିସିଙ୍କ ଅଫିସ ଆଗରେ ଏକାଠି ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲା ପ୍ରତି ସରକାରୀ ଅବହେଳା ବିରୋଧରେ ନାରାବାଜି କରିଥିଲେ। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଲଗାମଛଡ଼ା ହୋଲଡିଂ ଟିକସ ବୃଦ୍ଧି କାର୍ଯ୍ୟକାରୀ ନ କରିବା ଏବଂ ଷ୍ଟାଣ୍ଡପୋଷ୍ଟ ପାଇପ ପାଣି ପାଇଁ ନିଗମ ହୋଲଡିଂ ଟିକସ ସହ ଆଦାୟ କରୁଥିବା ଜଳକର ବନ୍ଦ ପାଇଁ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଆରଡିସିଙ୍କୁ ପ୍ରଦାନ କରାଯାଇଥିଲା।
ରାଜ୍ୟର ଅନ୍ୟ ମହାନଗର ନିଗମ ଅପେକ୍ଷା ବ୍ରହ୍ମପୁରରେ କେବଳ ହୋଲଡିଂ ନୁହେଁ ସମସ୍ତ ଟିକସ ମାତ୍ରାଧିକ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଜମି କିଣା ବିକାରେ ମଧ୍ୟ ବେଞ୍ଚ ମାର୍କ ଭାଲ୍ୟୁଏସନ ବଢ଼ାଇ ଲୋକଙ୍କୁ ଶୋଷଣ କରାଯାଉଛି। ସେହିପରି ନିର୍ବାଚନ ବେଳେ ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରୁଛନ୍ତି। କିନ୍ତୁ ଭୋଟ ସରିବା ପରେ ପ୍ରତିଶ୍ରୁତି ଭୂଲି ମହାନଗରବାସୀଙ୍କୁ ପ୍ରତାରଣା କରୁଥିବା ଭାଜପା ସମାଲୋଚନା କରିଛି। ବିଏମ୍‌ସି ସଫେଇ ଟିକସ ବନ୍ଦ ପାଇଁ ମଧ୍ୟ ଦାବି କରାଯାଇଛି। ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।
ବିକ୍ଷୋଭ ସମାବେଶରେ ଜିଲା ସଂଗଠନ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ସାହୁ, ଗୋପୀନାଥ ପଣ୍ଡା, ପ୍ରଭାତ ଷଡ଼ଙ୍ଗୀ, ରାଜେଶ ସାହୁ, ଶରତ ସାହୁ, ପ୍ରଶାନ୍ତ କର, ଜିଲା ପରିଷଦ ସଭ୍ୟ ଏଲ. ମୋହନ ଦାସଙ୍କ ସମେତ ରାମ କୁମାର ପାତ୍ର, ମହିଳା ମୋର୍ଚ୍ଚା ନେତ୍ରୀ ଏସ୍‌. ରାଣୀ, ସୁବାସିନୀ ପଟ୍ଟନାୟକ, ନମିତାରାଣୀ ପଣ୍ଡା, ସୁନିଲ ପାତ୍ର, ସିଦ୍ଧାନ୍ତ ଗଂଗଦେବ, ଶିବ ଶଙ୍କର ନାୟକ ଓ ମଦନ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି।...

ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା...

ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ: ଦଉଡି ଦେଲେ ମହିଳା କନଷ୍ଟେବଳ

ଗୋପାଳପୁର,୨୯ା୮(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜ୍ଞସିନୀ ବେହେରା(୨୭)। ବ୍ରହ୍ମପୁର...

ଧାମନଗରରେ ୭ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୮।୪-କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଦ୍ରୁତଗତିରେ ବଢ଼ି ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡ଼ାକଡ଼ି...

ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ...

ଲଗାଣ ବର୍ଷା: କାନ୍ଥ ପଡ଼ି ୪ ଆହତ

ପାଟପୁର,୫।୯(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ନବକୃଷ୍ଣପୁର ଗ୍ରାମରେ ଲଗାଣ ବର୍ଷାରେ ମଙ୍ଗଳବାର ରାତିରେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଆହାତ ହୋଇଛନ୍ତି...

ସିଲ୍‌ ହେଲା ଇଭିଏମ୍‌, ଭିଭିପିଏଟି

ଅନୁଗୋଳ ଅଫିସ, ୩୧।୫- ନିର୍ବାଚନରେ ବ୍ୟବହାର ହୋଇଥିବା ୧୧୬୩ଟି କଣ୍ଟ୍ରୋଲ ୟୁନିଟ୍‌, ୧୧୬୩ ବାଲଟ୍‌ ୟୁନିଟ୍‌ ଓ ୧୧୬୩ଟି ଭିଭିପିଏଟିକୁ ଗୁରୁବାର ସୌଭାଗ୍ୟନଗରସ୍ଥିତ ଗୃହରକ୍ଷୀ କାର୍ଯ୍ୟାଳୟ...

ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ...

Advertisement
Archives

Model This Week