ଏବର୍ଷ ବିଦେଶରେ ଗଡ଼ିବନି ରଥ

ଭୁବନେଶ୍ୱର,୨।୬(ବ୍ୟୁରୋ): କରୋନା ଲାଗି ପୁରୀରେ ଏଥର ଭକ୍ତଙ୍କ ବିନା ରଥଯାତ୍ରା ହେବ। ଶ୍ରୀଜୀଉଙ୍କ ପହଣ୍ଡିରୁ ଆରମ୍ଭକରି ରଥଟଣା ପର୍ଯ୍ୟନ୍ତ ସବୁକିଛି ସେବାୟତ ଓ ପୋଲିସ ଦ୍ୱାରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ପ୍ରତିବର୍ଷ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଉପସ୍ଥିତି ସମଗ୍ର ବିଶ୍ୱରେ ରହିଛି। ସବୁଠି ଶ୍ରୀଜଗନ୍ନାଥ ମନ୍ଦିର ଓ ଇସ୍କନ ମନ୍ଦିର ରହିଛି, ଯେଉଁଠାରେ ପ୍ରତିବର୍ଷ ମହାସମାରୋହରେ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ ବିଦେଶର ବହୁ ସ୍ଥାନରେ ରଥଯାତ୍ରା ହେବା ସମ୍ଭାବନା କ୍ଷୀଣ ରହିଥିବା ସୂଚନା ମିଳିଛି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣ ମାରାତ୍ମକ ରୂପ ନେଇଥିବାରୁ ସେସବୁ ସ୍ଥାନରେ ଏଥର ରଥଯାତ୍ରା ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। କରୋନା ଲାଗି ସମସ୍ତ ଉତ୍ସବ, ମହୋତ୍ସବ ଏବଂ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବାରୁ ୩୦ରୁ ଅଧିକ ଦେଶରେ ରଥଯାତ୍ରା ହେବନି ବୋଲି କୁହାଯାଉଛି। ଆମେରିକାରେ ସର୍ବାଧିକ ଓଡ଼ିଆ ରହୁଥିବା ବେଳେ ଏଠାରେ ସବୁଠାରୁ ଅଧିକ ଜଗନ୍ନାଥ ମନ୍ଦିର ରହିଛି। ନ୍ୟୁୟର୍କ ସିଟି ସହ କାଲିଫର୍ନିଆ, ସିକାଗୋ, ଡଲାସ, ମିଚିଗାନ ଆଦି ସହରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଧୁମ୍‌ଧାମରେ ରଥଯାତ୍ରା ପାଳନ କରାଯାଇଥାଏ। କେବଳ ଓଡ଼ିଆ କିମ୍ବା ଭାରତୀୟ ନୁହନ୍ତି, ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ଭାଗନେଇଥାନ୍ତି। ସେହିଭଳି ଏଠାରେ ଥିବା ଇସ୍କନ ମନ୍ଦିରଗୁଡ଼ିକ ପକ୍ଷରୁ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇଥାଏ। ଏହାବ୍ୟତୀତ ଇଂଲଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ ଆଦି ରାଷ୍ଟ୍ରରେ ମଧ୍ୟ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା କରାଯାଇଥାଏ। କିନ୍ତୁ ଚଳିତବର୍ଷର କୋଭିଡ୍‌-୧୯ ମହାମାରୀ ଯୋଗୁ ଏହିସବୁ ଦେଶରେ ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ସ୍ଥିର ହୋଇଛି। ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ମନ୍ଦିରଗୁଡିକରେ କେବଳ ପୂଜାବିଧି କରାଯିବ। ଇସ୍କନ ଦ୍ୱାରା ହେଉଥିବା ରଥଯାତ୍ରାକୁ ଯଦି କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରନ୍ତି ତା’ହେଲେ ଏହା ଅନୁଷ୍ଠିତ ହେବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀର ହଉଜଖାସ୍‌ ଓ ତ୍ୟାଗରାଜ ନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦୀର୍ଘବର୍ଷ ଧରି ରଥଯାତ୍ରା ଆୟୋଜିତ ହୋଇଆସୁଛି। ହେଲେ କରୋନା ଭୂତାଣୁର ଏକ ହଟ୍‌ସ୍ପଟ୍‌ ହୋଇଥିବା ଯୋଗୁ ଏ ବର୍ଷ ଦିଲ୍ଲୀରେ ଜନସମାଗମକୁ ଏଡାଇବା ପାଇଁ ରାସ୍ତାରେ ରଥ ଗଡାଇବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ସେହିଭଳି ଗୁଜରାଟ ଅହମଦାବାଦସ୍ଥିତ ଜଗନ୍ନାଥ ମନ୍ଦିରରେ କାହିଁ କେତେ ବର୍ଷରୁ ରଥଯାତ୍ରା ଧୁମ୍‌ଧାମରେ ପାଳନ କରାଯାଉଛି। ଏଥର ଅହମଦାବାଦ ସମେତ ସାରା ଗୁଜରାଟରେ କରୋନା ସ୍ଥିତି ଭୟଙ୍କର ଥିବାରୁ ରଥଯାତ୍ରା ଉତ୍ସବ ନ ହେବା ନେଇ ମନ୍ଦିର କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି। ସେହିଭଳି କରୋନା ଭୂତାଣୁର ଆଉଏକ ହଟ୍‌ସ୍ପଟ୍‌ ସୁରଟ ସମେତ ଗୁଜରାଟର ଅନ୍ୟ ସ୍ଥାନରେ ମଧ୍ୟ ରଥଯାତ୍ରା ହେବ ନାହିଁ ବୋଲି ଜଣାପଡିଛି। ଏହା ବ୍ୟତୀତ ପଡ଼ୋଶୀ ପଶ୍ଚିମବଙ୍ଗରେ ଏକାଧିକ ସ୍ଥାନରେ ରଥଯାତ୍ରା କରାଯାଉଥିବା ବେଳେ ଏଥର ଆୟୋଜନକୁ ନେଇ ଅନିଶ୍ଚିତତା ଲାଗିରହିଛି। ସେହିଭଳି ବେଙ୍ଗାଲୁରୁ, ଚେନ୍ନାଇ, କାନପୁର, ହାଇଦ୍ରାବାଦ, ମୁମ୍ବାଇ ଆଦି ସ୍ଥାନରେ ରଥ ନ ଗଡ଼ିବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶିଳ୍ପସଂସ୍ଥା ଏବଂ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟ ଜଳ ନଦୀ, ଜଳାଶୟକୁ ପ୍ରଦୂଷିତ କରୁଛି। ସ୍ପଞ୍ଜ୍‌ ଆଇରନ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ବଢୁଛି। ଏହାକୁ...

ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣା: ୨ ସସ୍‌ପେଣ୍ଡ

କୋରାପୁଟ,୧୨।୯(ସ୍ବ.ପ୍ର.): ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାରେ ୨ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ ସେକ୍ସନ ଇଞ୍ଜିନିୟର ଏବଂ ଗ୍ୟାଙ୍ଗ୍‌ମ୍ୟାନ୍‌। ଏ ନେଇ ଡିଆରଏମ୍‌ ଅନୁପ...

ଶିଶୁପାଳଗଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା: ଋତୁରାଜଙ୍କ ସୁଫି ସଙ୍ଗୀତରେ ଝୁମିଲେ ଶ୍ରୋତା, ଆଜି ସରିବ

ଭୁବନେଶ୍ୱର(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୧୯।୧ – କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଶନିବାର ଥିଲା ତୃତୀୟ...

ଓଡ଼ିଶା ଆସିବେ ରାଷ୍ଟ୍ରପତି : ବିମାନବନ୍ଦରରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା...

ଆଜି ରାଜ୍ୟରୁ ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କୋଭିଡ୍‌ ପରିଚାଳନାରେ ଓଡ଼ିଶା ପୋଲିସକୁ ପ୍ରଶଂସା

ବରଗଡ଼ ଅଫିସ୍‌,୩୧।୧: କୋଭିଡ୍‌ ପରିଚାଳନାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସକୁ ପ୍ରଶଂସା କରିଛି । ରବିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ମହିଳା...

ଘରଭଙ୍ଗା ତଦନ୍ତରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରିଲେ ବାତ୍ୟା ବିପନ୍ନ

ବାଲିଆ,୮।୬: ଫନୀ ବାତ୍ୟା ପ୍ରଭାବରେ ବିରିଡ଼ି ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ମିଳିପାରିଲା ନାହିଁ। ଏପରି...

ଆଜିଠୁ ପଶ୍ଚିମ ଦ୍ୱାରରେ ଦର୍ଶନ

ପୁରୀ ଅଫିସ,୨୯।୪: ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଦର୍ଶନ ବ୍ୟବସ୍ଥା ଶୁକ୍ରବାରଠାରୁ ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ...

Advertisement
Archives

Model This Week