ଏଫଏମ୍‌ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ

ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୮୨୨ଜଣ ପରୀକ୍ଷା ଦେଇଥିଲେ। ପ୍ରଥମ ଶ୍ରେଣୀରେ ମୋଟ ୪୯୮ଜଣ, ଦ୍ୱିତୀୟ ଶ୍ରେଣୀରେ ୨୦୯ଜଣ ଓ ତୃତୀୟ ଶ୍ରେଣୀରେ ୩୮ଜଣ ଛାତ୍ରୀଛାତ୍ର ମୋଟ ୭୭୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ପାସ୍‌ ହାର ୯୪ ଶତକଡ଼ା ରହିଛି।
କଳା ବିଭାଗର ଅର୍ଥନୀତିରେ ରଶ୍ମିତା ବେହେରା, ଶିକ୍ଷାରେ ଓମ୍‌ ସ୍ବରୂପ ତ୍ରିପାଠୀ, ଇଂରାଜୀରେ ମନିକା ସାହା, ଇତିହାସରେ ଆଶିଷ କୁମାର, ଓଡ଼ିଆରେ ଜୟଦେବ ଗିରି, ଦର୍ଶନରେ ଲୋପାମୁଦ୍ରା ପତି, ସଂସ୍କୃତରେ ସୁସ୍ମିତା ନାୟକ, ରାଜନୀତି ବିଜ୍ଞାନରେ ମାସୁମ ପ୍ରିୟଦର୍ଶନୀ ବେହେରା, ହିନ୍ଦୀରେ ମାସକୁଦା ବାନୁ ବେଗମ୍‌, ମନସ୍ତତ୍ତ୍ୱରେ ଶତାଦ୍ଦୀ ଦାସଅଧିକାରୀ, ସମାଜ ବିଜ୍ଞାନରେ ମୁବାସିର ରୁକ୍‌ ସାନା, ଉର୍ଦ୍ଦୁରେ ଫର୍ଜନା ଖଶତୁନ୍‌, ନୃତତ୍ତ୍ୱରେ ଆରତୀ ସ୍ବାଇଁ ଓ ଭୂଗୋଳରେ ସତ୍ୟ ପ୍ରକାଶ ଭଞ୍ଜ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ପ୍ରୀତିସୁଧା ମହାପାତ୍ର, ରସାୟନ ବିଜ୍ଞାନରେ ଚିନ୍ମୟ କୁମାର ରଣା, କମ୍ପ୍ୟୁଟର ବିଜ୍ଞାନରେ ଶ୍ୱେତା ମହାପାତ୍ର, ଗଣିତରେ ଅକ୍ଷୟ କୁମାର ଜେନା, ପଦାର୍ଥ ବିଜ୍ଞାନରେ ଅସୀମା ବାରିକ୍‌, ପ୍ରାଣୀ ବିଜ୍ଞାନରେ ପ୍ରଜ୍ଞା ପାରମିତା ଦାଶ ଏବଂ ଭୂତତ୍ତ୍ୱରେ ଶ୍ରୁତିରଞ୍ଜନ ପ୍ରହରାଜ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିବିଏରେ ଇନ୍ଦ୍ର ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ ବାଣିଜ୍ୟ ବିଭାଗରେ ୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ୪୭, ଦ୍ୱିତୀୟ ଶ୍ରେଣୀରେ ଜଣେ ଉତ୍ତୀର୍ଣ୍ଣ ହୋଇଛି।
ସେହିପରି ସ୍ନାତକୋତ୍ତର ବିଭାଗର ଗଣିତରେ ୨୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରୁଚିସ୍ମିତା ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ବିଭାଗରେ ୨୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଚିନ୍ମୟ ଧଳ ଓ ଜ୍ୟୋତିର୍ମୟ ପୂଜାରୀ। ପଦାର୍ଥ ବିଜ୍ଞାନରେ ୧୧ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା େବେଳ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରୋଜାଲିନ ପାତ୍ର ପ୍ରଥମ ହୋଇଛନ୍ତି। ରାଜନୀତି ବିଜ୍ଞାନରେ ୨୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୪ ଓ ଦ୍ୱିତୀୟ ଶ୍ରେଣୀରେ ୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସରୋଜ କୁମାର ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ

ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି...

ଧରମପୁରରେ ଚଢ଼ାଉ: ପଚାଶ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଜବତ

ହାଟଡ଼ିହୀ,୧୮।୫(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନଖଣ୍ଡ ଅନ୍ତର୍ଗତ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଜବତ ହୋଇଛି।...

ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ପୁଅ, ବାପା ଫେରାର

ରୂପ୍‌ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍‌ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ...

ନୂଆ ରୂପରେ ଶୋଭା ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ,୧୧।୨: ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର...

ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ

ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ...

ନୂଆ ଓପିଡି ଖୋଲିବାକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା...

ତାଳସଜ ବେପାରରେ ଚଳୁଛି ପରିବାର

ସିମୁଳିଆ,୧୭।୫-ମହାମାରୀ କରୋନା ସମୟରେ କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ନିରାଶ ହୋଇପଡିଥିବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଅଞ୍ଚଳର ୬୪ବର୍ଷୀୟ ବ୍ରଜ ଶିଅଳ...

ପ୍ରେମ କରିବାରୁ ଝିଅକୁ ହତ୍ୟା

ବାଲେଶ୍ୱର ଅଫିସ,୨୯ା୬: ପ୍ରେମ ନ କରିବାକୁ ନାବାଳିକା ଝିଅକୁ ବାରମ୍ବାର ବାରଣ କରିବା ପରେ ବି ମାନିଲାନି। ଶେଷରେ ଅତିଷ୍ଠ ହୋଇ ଝିଅକୁ ତଣ୍ଟିଚିପି ହତ୍ୟା...

Advertisement
Archives

Model This Week