Posted inଫୁରସତ

ଏପରି କିଛି ବିପଦସଙ୍କୁଳ ହ୍ରଦ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ

ଦୁନିଆରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି ବିପଦସଙ୍କୁଳ ହ୍ରଦ ସମ୍ପର୍କରେ…

ବିସ୍ଫୋରକ ହ୍ରଦ କେଭୁ:
କେଭୁ ବିପଦସଙ୍କୁଳ ଜାଗା ମଧ୍ୟରୁ ଗୋଟିଏ। ଏହି ହ୍ରଦର ପାଣିରୁ ଅଧିକ ମାତ୍ରାରେ କାର୍ବନଡାଇଅକ୍ସାଇଡ ଅଥବା ଅଙ୍ଗାରକାମ୍ଳ ମିଳିବା ସହିତ ହାଇଡ୍ରୋକାର୍ବନ ଗ୍ୟାସ ମଧ୍ୟ ମିଳିଥାଏ। ଏଠାରେ ସାମାନ୍ୟ ଭୂକମ୍ପରେ ବିସ୍ଫୋରଣ ହୋଇଥାଏ।

ହିମାଳୟର ରୂପକୁଣ୍ଡ ହ୍ରଦ
୧୯୪୨ ମସିହାରେ ବ୍ରିଟିଶ ଆର୍ମି ଏହି ହ୍ରଦରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏମାନଙ୍କ ମୃତ୍ୟୁ ରହସ୍ୟମୟ ଥିଲା। ଏଣୁ ଏହି ହ୍ରଦରେ ପହଁରିବା ନିଷିଦ୍ଧ କରାଯାଇଛି।

ମିଶିଗାନ ୟୁଏସ୍‌ଏର ଏକ ହ୍ରଦ
ଏହି ହ୍ରଦ ଦେଖିବାକୁ ବହୁତ ସୁନ୍ଦର। କୁହାଯାଏ ହ୍ରଦରୁ ବିଷାକ୍ତ ଗ୍ୟାସ ବାହାରି ଥାଏ। ଏଣୁ ହ୍ରଦ ପାଖରେ ଥିବା ସମସ୍ତ ଜୀବଙ୍କ ମୃତ୍ୟୁର କାରଣ ହୋଇଥାଏ। ବୈଜ୍ଞାନିକଙ୍କ ମତ ଅନୁଯାୟୀ ହ୍ରଦ ତଳେ ଆଗ୍ନେୟଗିରି ରହିଥିବାରୁ ଏପରି ହୋଇଥାଏ। ଅଙ୍ଗାରକାମ୍ଳ ପାଣିରେ ମିଶି ବାଦଲ ବାଷ୍ପ ଆକାରରେ ଘୂରି ବୁଲୁଥାଏ।

ଫୁଟନ୍ତା ହ୍ରଦ ଡୋମିନିକା:
ଏହି ହ୍ରଦର ତାପମାତ୍ରା ୯୨ ଡିଗ୍ରୀ ସେଲସିୟସ ରହିଥାଏ। ଆଗ୍ନେୟଗିରି ରହିଥିବାରୁ ଏହି ହ୍ରଦ ସବୁବେଳେ ଉତ୍ତପ୍ତ ରହିଥାଏ। ତେଣୁ ଏଠାକୁ ଯିବା ସମୟରେ ସତର୍କ ରହିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri