Posted inଜାତୀୟ

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଟ୍ରେନରେ ଏହି ସବୁ ଖାଦ୍ୟପେୟ ଜିନିଷଗୁଡ଼ିକ ମହଙ୍ଗା ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ଉକ୍ତ ଟ୍ରେନରେ ଟିକେଟ କରିବା ସମୟରେ ହିଁ ଏଥିପାଇଁ ଟଙ୍କା ଦେବାକୁ ପଡିବ। ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ରହିବ ବୋଲି ଅନୁମାନ କରାଯାଉଛି। ତେବେ ରାଜଧାନୀ, ଦୂରନ୍ତୋ ଓ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ପୂର୍ବରୁ ଦୂରନ୍ତୋ ସ୍ଲିପର କ୍ଲାସରେ ଜଳଖିଆ ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ହେଲେ ଏବେ ଏହା ପରିବର୍ତ୍ତନ କରାଯାଇ ୧୨୦ ଟଙ୍କା ରଖାଯାଇଛି। ଏଥିସହ ସନ୍ଧ୍ୟା ସମୟର ଚା’ର ଦାମ୍‌ ୨୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା ହୋଇଛି। ଅନ୍ୟପଟେ ଟ୍ରେନରେ ଟିକେଟିଂ ସିଷ୍ଟମରେ ନୂଆ ମେନ୍ୟୁ ଓ ଏହାର ଦାମ୍‌ ୧୫ ଦିନରେ ଅପଡେଟ୍‌ କରାଯିବ ଏବଂ ୧୨୦ ଦିନ ଅର୍ଥାତ୍‌ ୪ମାସ ପରେ ଏହି ନୂଆ ଦର ଲାଗୁ କରାଯିବ। ଏହାପରେ ରାଜଧାନୀ ଫାଷ୍ଟ ଏସି କୋଚରେ ଖାଦ୍ୟ ୧୪୫ ଟଙ୍କା ବଦଳରେ ୨୪୫ ଟଙ୍କାରେ ମିଳିବ। ତେବେ ସଂଶୋଧିତ ଦର ଯୋଗୁ କେବଳ ପ୍ରିମିୟମ ଟ୍ରେନର ଯାତ୍ରୀ ନୁହଁନ୍ତି ବରଂ ସାଧାରଣ ଯାତ୍ରୀ ମଧ୍ୟ ପ୍ରଭାବିତ ହେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ୨ ଲକ୍ଷ ମୁହାଁ: ୨୪ ଘଣ୍ଟାରେ ୧୦୦୦ରୁ ଅଧିକ ଜୀବନ ନେଲା

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨...

ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର...

ବହୁମତରେ ବିଜୟଲାଭ କଲେ ଶିବରାଜ: ଆସିଲେ ନାହିଁ କଂଗ୍ରେସ ବିଧାୟକ

ଭୋପାଳ,୨୪।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶିବରାଜ ସିଂ ଚୌହାନ ମଙ୍ଗଳବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ବିଧାନସଭାରେ...

ଭୋଟ ଦେବାରୁ ବଞ୍ଚିତ ହେଲେ ଆଜମ

ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି।...

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର...

ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୧୪।୫: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ରଫିଆବାଦ...

ପ୍ରିୟଙ୍କା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୮।୪ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ...

ଜେଏନ୍‌ୟୁ ଛାତ୍ରସଂସଦ ନିର୍ବାଚନ: ବାମ ସଂଗଠନ ପ୍ରାର୍ଥୀ ଆଗରେ

ନୂଆଦିଲ୍ଲୀ,୯ା୯(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂସଦ ନିର୍ବାଚନ ଭୋଟ ଗଣତି ଅଧାରୁ ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୫୫ରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week