Posted inଖେଳ

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପିଙ୍କ୍‌ ବା ଗୋଲାପୀ ବଲ୍‌ରେ ଖେଳାଯିବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ମ୍ୟାଚ୍‌ ଫୋକସ୍‌ରେ ରହିବା ସହ ପରୀକ୍ଷାର ସମ୍ମୁଖୀନ ହେବ।

ବର୍ତ୍ତମାନ ଆମର ପଡୋଶୀ ବାଂଲାଦେଶ ଦଳ ଭାରତ ଭ୍ରମଣରେ ଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସିରିଜରେ ୩ଟି ଟି୨୦ ମ୍ୟାଚ ଖେଳାଯାଇଛି। ଟି୨୦ ସିରିଜ ଭାରତ ସପକ୍ଷରେ ୨-୧ ଯାଇଛି। ବାଂଲାଦେଶ ଭାରତ ସହିତ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ସେହିପରି ଦ୍ୱିତୀୟ ଟେଷ୍ଟମ୍ୟାଚ ଆସନ୍ତା ୨୨ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନଠାରେ ଖେଳାଯିବ। ଟେଷ୍ଟ କ୍ରିକେଟରେ ବାଂଲାଦେଶ ଯଦିଓ ଏକ ଦୁର୍ବଳ ଦଳ ତଥାପି ନିଜର ଲଢୁଆ ପ୍ରଦର୍ଶନ ମାଧ୍ୟମରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ବେଶ୍‌ ସକ୍ଷମ। ଭାରତ ବିପକ୍ଷରେ ବାଂଲାଦେଶ ଟେଷ୍ଟ କ୍ୟାରିୟର ୨୦୦୦ ନଭେମ୍ବର ୧୦ତାରିଖରେ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ ୧୧୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବାଂଲାଦେଶ ୧୩ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୮୬ଟି ମ୍ୟାଚରେ ପରାସ୍ତ ହୋଇଛି ଏବଂ ୧୬ଟି ମ୍ୟାଚ ବିନା ହାରଜିତରେ ସମାପ୍ତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଂଲାଦେଶ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଇଂଲଣ୍ଡକୁ ଥରେ ଲେଖାଏଁ ପରାସ୍ତ କରିଥିବାବେଳେ ୱେଷ୍ଟଇଣ୍ଡିଜକୁ ୪ଥର ଏବଂ ଜିମ୍ବାୱେକୁ ୬ଥର ପରାସ୍ତ କରିଛି। ଭାରତ ବିପକ୍ଷରେ ବାଂଲାଦେଶ ୯ଟି ଟେଷ୍ଟ ମ୍ୟାଚ ଖେଳିଛି ଓ ୭ଟିରେ ପରାସ୍ତ ହୋଇଥିବା ବେଳେ ୨ଟି ମ୍ୟାଚ ଅମୀମାଂଶିତ ରହିଛି। କ୍ରିକେଟ୍‌ର ସମସ୍ତ ଫର୍ମାଟରେ ନିଜର ଶକ୍ତି ବୃଦ୍ଧି କରିଥିବା ବାଂଲାଦେଶ ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ଯେକୌଣସି ଦଳକୁ ପରାସ୍ତ କରିବାର ଦକ୍ଷତା ରଖିଛି।
ପ୍ରଥମ ଟେଷ୍ଟ ମ୍ୟାଚ ଇନ୍ଦୋରଠାରେ ଖେଳାଯାଉଥିବା ବେଳେ ୨ୟ ଟେଷ୍ଟ ମ୍ୟାଚଟି ଐତିହାସିକ ସାବ୍ୟସ୍ତ ହେବ। କାରଣ ୨ୟ ଟେଷ୍ଟ ଦିବାରାତ୍ର ଭିତ୍ତିକ ହେବ। ଏହା ପିଙ୍କ୍‌ ବଲ ବା ଗୋଲାପୀ ବଲରେ ଖେଳାଯିବ। ଯଦିଓ ଗୋଲାପୀ ବଲରେ କ୍ରିକେଟ ମ୍ୟାଚ ଖେଳାଯିବାର ପରମ୍ପରା ଭାରତରେ ପ୍ରଥମ ନୁହେଁ, ତଥାପି କୋଲକାତାର କ୍ରୀକେଟପ୍ରେମୀ ଦର୍ଶକ ଏହି ଭିନ୍ନ ରୋମାଞ୍ଚକ ମ୍ୟାଚର ସ୍ବାଦ ଉପଲବ୍ଧୀ କରିବେ। ୫ଦିନ ବ୍ୟାପି ଗୋଲାପୀ ବଲରେ ଖେଳାଯିବାକୁ ଥିବା ଏହି ଦିବାରାତ୍ର ମ୍ୟାଚ ପାଇଁ ସମସ୍ତ କ୍ରିକେଟ ପ୍ରେମୀ ଅତି ଉସତ୍ାହ ଏବଂ ଉକତ୍ଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ବହୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଏପରି ଏକ ଐତିହାସିକ ପଦକ୍ଷେପ ସମ୍ଭବ ହୋଇପାରିଛି ବର୍ତ୍ତମାନ ନୂତନ ଭାବେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ପ୍ରଚେଷ୍ଟା ଯୋଗୁ। ଯଦିଓ ପୂର୍ବ କାର୍ଯ୍ୟସୂଚୀରେ ଏପରି କୌଣସି ସୂଚନା ଦୁଇ କ୍ରିକେଟ ବୋର୍ଡର ଅନୁମୋଦନ ପାଇ ନ ଥିଲା ତଥାପି ଦାଦାଙ୍କ ଉଦ୍ୟମ ଯୋଗୁ ଏହି ଐତିହାସିକ ପଦକ୍ଷେପ ସମ୍ଭବ ହୋଇପାରିଛି। ସର୍ବଦା କିଛି ନୂତନ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଦାଦା କାର୍ଯ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଥିଲେ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ଏବଂ ଆଇସିସିକୁ ମନେଇବାରେ ସକ୍ଷମ ହୋଇଥିଲେ। ଇନ୍ଦୋର ଟେଷ୍ଟ ମ୍ୟାଚର ଆରମ୍ଭ ପୂର୍ବରୁ ଉଭୟ ରେଡ ବଲ୍‌ ଏବଂ ପିଙ୍କ୍‌ ବଲରେ ନେଟ୍‌ ପ୍ରାକ୍ଟିସ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏପରି ଏକ ନୂତନ ଅଭିଯାନକୁ ସ୍ବାଗତ କରିବା ସହିତ ଦାଦାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ବହୁ ପୁରାତନ କ୍ରିକେଟର ଏବଂ ଭାଷ୍ୟକାରମାନେ ମଧ୍ୟ ପ୍ରିନ୍ସ ଅଫ୍‌ କୋଲକାତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।
ଏଥି ମଧ୍ୟରେ ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନୀ କୁକାବୁରା ପକ୍ଷରୁ ବିସିସିଆଇ ଦ୍ୱାରା ୭୨ଟି ପିଙ୍କ୍‌ ବଲ୍‌ ଯୋଗାଇ ଦିଆଯାଇଛି। ଖେଳାଳିମାନେ ଏହି ବଲ୍‌ରେ ନେଟ୍ସ ପ୍ରାକ୍ଟିସ କରିଥିବାବେଳେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ ଉପକରଣ ପ୍ରସ୍ତୁତ କରୁଥିବା ଏସ.ଜି ପକ୍ଷରୁ ଏହି ଟେଷ୍ଟ ମ୍ୟାଚ ପାଇଁ ବଲ ଯୋଗାଇ ଦିଆଯାଇଛି। ଗୋଲାପୀ ବଲ୍‌, ରେଡ୍‌ ବଲଠାରୁ ଅଧିକ ସୁଇଙ୍ଗ କରୁଥିବାରୁ ଅତି ସତର୍କତାର ସହିତ ଟିମ୍‌ ଇଣ୍ଡିଆ ଅଭ୍ୟାସ କରିଛି। ପିଙ୍କ୍‌ ବଲରେ ରେଡ ବଲ ଅପେକ୍ଷା ଅଧିକ ଏକ କୋଟିଂ ରହୁଥିବା ବେଳେ ବଲ୍‌ ଅଧିକ ସମୟ ପର୍ଯ୍ୟନ୍ତ ନୂଆ ରୂପେ ରହିଥାଏ ଏବଂ ବଲର ହାର୍ଡନେସ୍‌ ଅଧିକ ରହିଥାଏ ଏବଂ ରାତ୍ରିର ଡ୍ୟୁ ଫ୍ୟାକ୍ଟର ବଲର କ୍ଷତି ପହଞ୍ଚାଇନଥାଏ। ଆଜି ପର୍ଯ୍ୟନ୍ତ ସମସ୍ତ ପିଙ୍କ୍‌ ବଲର ମ୍ୟାଚ କୁକାବୁରା ବଲରେ ଖେଳାଯାଇଥିବା ବେଳେ ପ୍ରଥମ ଥର ପାଇଁ ଏସ.ଜି କମ୍ପାନୀ ପ୍ରସ୍ତୁତ ବଲରେ ଖେଳାଯିବ।
ପିଙ୍କ୍‌ ବଲରେ ଖେଳାଯିବାକୁ ଥିବା ଏହି ଐତିହାସିକ ଟେଷ୍ଟ ମ୍ୟାଚ ଭାରତ ପାଇଁ ୫୪୦ ତମ ଟେଷ୍ଟ ମ୍ୟାଚ ହେବ। ଟିମ୍‌ ଇଣ୍ଡିଆ ବିଶ୍ୱର ଏକମାତ୍ର ଟେଷ୍ଟ ପ୍ଲେଇଂ ଦେଶ ଯାହାକି ଆଇସିସି ଦ୍ୱାରା ଅନୁମୋଦିତ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଇଣ୍ଟରନ୍ୟାଶନାଲ୍‌ ମ୍ୟାଚ ଖେଳିବାରେ ବାଂଲାଦେଶ ମଧ୍ୟ ପିଙ୍କ୍‌ ବଲରେ ତା’ର ପ୍ରଥମ ଅଭିଯାନ ଆରମ୍ଭ କରିବ। ପୂର୍ବରୁ ଦିବାରାତ୍ର କ୍ରିକେଟକୁ ବିରୋଧ କରୁଥିବା ବିସିସିଆଇ ନିଜ ତରଫରୁ ଆଇସିସିକୁ ପ୍ରସ୍ତାବ ରଖିଥିବାରୁ ଆଗକୁ ଅନେକ ଟେଷ୍ଟ ମ୍ୟାଚ ପରୀକ୍ଷାମୂଳକ ଭାବେ ଅନ୍ୟ ଟେଷ୍ଟ ଖେଳୁଥିବା ଦେଶମାନଙ୍କ ପକ୍ଷରୁ ଆରମ୍ଭ ହେବ ବୋଲି ଆଶା କରାଯାଇପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ପକ୍ଷରୁ କେତେ ଜଣ ହାତଗଣତି ଖେଳାଳି ଏହି ପିଙ୍କ୍‌ ବଲରେ ପୂର୍ବରୁ ଖେଳିଥିବାର ଅଭ୍ୟାସ ରଖିଛନ୍ତି। ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ଏବଂ ମହମ୍ମଦ ସାମି ରହିଛନ୍ତି। ୧୯୯୪ ମସିହାରେ ଭାରତରେ ଖେଳାଯାଇଥିବା ସମସ୍ତ ଟେଷ୍ଟ ମ୍ୟାଚ ଏସ.ଜି. କ୍ରିକେଟ ବଲରେ ଖେଳାଯାଇଥିବା ବେଳେ ପ୍ରଥମ ଥର ପାଇଁ ଏସ.ଜି କମ୍ପାନୀ ତରଫରୁ ପିଙ୍କ୍‌ ବଲ ତିଆରି କରାଯାଇଛି ଏବଂ ବଲର ଟେଷ୍ଟ କରାଯାଉଛି। ଯାହା ଫଳରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆର କୁକାବୁରା କମ୍ପାନୀ ସହିତ ଏସ.ଜି କମ୍ପାନୀର ବଲ୍‌ ମଧ୍ୟରେ ଏଥର ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସମସ୍ତ ଫର୍ମାଟରେ ଖେଳାଯାଇଥିବା ରେଡ୍‌ ହ୍ବାଇଟ୍‌ ଏବଂ ପିଙ୍କ୍‌ ବଲ ବିଶ୍ୱର ୩ଟି ଶ୍ରେଷ୍ଠ ବ୍ରାଣ୍ଡର କମ୍ପାନୀ ପ୍ରସ୍ତୁତ କରୁଛନ୍ତି। ସେମାନେ ହେଲେ, ଡ୍ୟୁକ୍‌, କୋକାବୁରା ଏବଂ ଏସ୍‌.ଜି। ପିଙ୍କ୍‌ ବଲ୍‌ ପ୍ରସ୍ତୁତ କରିବାରେ କୋକାବୁରା କମ୍ପାନୀ ଅଧିକ ଅଭିଜ୍ଞତା ରଖିଥିବା ବେଳେ ଏସ୍‌.ଜି. କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଏହି ବଲ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ପୂର୍ବରୁ ଦୁଲିପ୍‌ ଟ୍ରଫିରେ ବ୍ୟବହାର କରାଯାଇଥିବା କୋକାବୁରା ପିଙ୍କ୍‌ ବଲର ପ୍ରୟୋଗ ଉପରେ ଘରୋଇ କ୍ରିକେଟର ସମସ୍ତ ଖେଳାଳି ଅଭିଯୋଗ କରିବା ପରେ ୩ବର୍ଷ ଖେଳାଯିବା ପରେ ଚଳିତ ବର୍ଷଠାରୁ ଏହାର ବ୍ୟବହାର ଉପରେ ବିସିସିଆଇ ଅଙ୍କୁଶ ଲଗାଇଛି। କୁଲଦୀପ ଯାଦବ, ଦୀନେଶ କାର୍ତ୍ତିକଙ୍କ ପରି ଖେଳାଳି ଏହାର ବ୍ୟବହାର ବନ୍ଦ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଥିଲେ। କୋଲକାତାର ଇଡେନ ଗାର୍ଡେନଠାରେ ପିଙ୍କ୍‌ ବଲରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର, ୧୫।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗରରେ ଏକ ଅଭାବନୀୟ ଘଟଣା ବୁଧବାର ଘଟିଛି। ଜଣେ ଯୁବତୀ ଘର ଭିତରେ ନିଜ…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ବିପଦରେ ସୋନମ ୱାଙ୍ଗଚୁକଙ୍କ ଜୀବନ: ୮.୫ କିଲୋ କମିଲା ଓଜନ, ଅନଶନ ଭାଙ୍ଗିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅର୍ନିଦ୍ଦିଷ୍ଟ କାଳୀନ ଅନଶନ ଏବେ ୧୭ ଦିନରେ ପହଞ୍ଚିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ…

NDAରେ ସାମିଲ ହେବେ ଶରଦ ପାୱାର? ଅଧରାତିରେ ହୋଇଗଲା ବଡ଼ ଖେଳ, ରାଜନୀତିରେ ହଇଚଇ

ମୁମ୍ବାଇ,୧୫।୭:ମହାରାଷ୍ଟ୍ର ରାଜନୀତିରେ ‘ଅପରେଶନ ଟାଇଗର୍‌’କୁ ନେଇ ଚର୍ଚ୍ଚା ଏବେ ବି ଶାନ୍ତ ପଡ଼ିନଥିବା ବେଳେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପ୍ରତିଦିନ ନୂଆ ନୂଆ ଆଶଙ୍କା,…

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୧୫।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏନ୍‌ଏସି ୱାର୍ଡ ନଂ.୧୬ ଡୁମେରଡିହିର ଅବତ ରାମ ରାଉତଙ୍କ ଝିଅ ପ୍ରିୟା ରାଉତ(୮) ଜନ୍ମରୁ ବିକଳାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri