Posted inଖେଳ

ଏଏଆଇ ଉପରୁ ସସ୍‌ପେଣ୍ଡ ଆଦେଶ ଉଠି ପାରିବ

ନୂଆଦିଲ୍ଲୀ,୧୦ା୮ (ପି.ଟି.):  ଭାରତୀୟ ତୀରନ୍ଦାଜୀ ଆସୋସିଏଶନ (ଏଏଆଇ) ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ହୋଇପାରିବ। ଏଥିପାଇଁ ବିଶ୍ୱ ତୀରନ୍ଦାଜୀ ମହାସଂଘ (ଡବ୍ଲ୍ୟୁଏଏଫ୍‌) ତରଫରୁ ଏକ ସର୍ତ୍ତାରୋପ କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଆସୋସିଏଶନକୁ ଏକ ସ୍ପଷ୍ଟ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବାକୁ ପଡ଼ିବ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଡବ୍ଲ୍ୟୁଏଏଫ୍‌ ଏହା ପ୍ରକାଶ କରିଛି। ସାନି ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆସୋସିଏଶନର କାର୍ଯ୍ୟ ଦେଖା ଚାହାଁ କରିବା ଲାଗି ଏକ ଅସ୍ଥାୟୀ କମିଟି ଗଠନ ଲାଗି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ଜଷ୍ଟିସ ଏସ୍‌, ମୁରଲୀଧର ଓ ନାଜ୍‌ମି ଓ୍ବାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାୟୀ କମିଟି ଅଗଷ୍ଟ ୨୩ ସୁଦ୍ଧା ଗଠନ ହେବ। ଏହାର ପ୍ରଥମ ବୈଠକ ଅଗଷ୍ଟ ୨୪ରେ ବସିବ। ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ବି. ଡି ଅହମ୍ମଦ କମିଟିର ଅଧ୍ୟକ୍ଷ ରହିବେ। ଏଥିରେ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ଅଲିମ୍ପିକ ଆସୋସିଏଶନ ଏବଂ ଏଏଆଇର ଦୁଇଗୋଷ୍ଠୀରୁ ଜଣେ ଲେଖାଏଁ ସଦସ୍ୟ ସ୍ଥାନ ପାଇବେ। ଡବ୍ଲ୍ୟୁଏଏଫ୍‌ ସେକ୍ରେଟାରୀ ଜେନେରାଲ ଟମ୍‌ ଡିଲେନ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅସ୍ଥାୟୀ କମିଟିକୁ ତୁରନ୍ତ ଗଠନ କରିବା ଲାଗି କୁହାଯାଇଛି। କମିଟିରେ ଆଇଓଏରୁ ମେହେଟାଙ୍କୁ, କ୍ରୀଡ଼ା ମନ୍ତ୍ରଣାଳୟରୁ ଆର. ରାଜଗୋପାଳ ଏବଂ ଏଏଆଇର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀରୁ ବି.ଭି.ପି. ରାଓ ଏବଂ ବୀରେନ୍ଦ୍ର ସଚଦେବାଙ୍କୁ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଅସ୍ଥାୟୀ କବିଟି ଉଭୟ ଭାରତୀୟ କ୍ରୀଡ଼ା ଆଚରଣ ବିଧି ଏବଂ ବିଶ୍ୱ ତୀରନ୍ଦାଜୀ ସମ୍ବିଧାନକୁ ଦୃଷ୍ଟିରେ ରଖି ଏକ ସମ୍ବିଧାନ ଗଠନ ସହ ନୂଆ କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବେ। ଏହି ‘ରୋଡ୍‌ ମ୍ୟାପ୍‌’ ବିଶ୍ୱ ଆର୍ଚେରୀ ମହାସଂଘ ଦ୍ୱାରା ଗୃହୀତ ହେବା ପରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରି ନିଆଯିବ ବୋଲି ଡିଲେନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ବଜାୟ ରହିବ: ରିଜିଜୁ

ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ...

ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ

ଶାରଜା,୩୦।୯: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ...

ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ : ଭାରତ ଏ’ ବିଜୟୀ

ଥିରୁବନନ୍ତପୁରମ,୩୧।୮(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ ଏ’ ଗୋଟିଏ...

ଇଣ୍ଡିଆନ ଗ୍ରାଁ ପ୍ରି ୫: ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)- ପଞ୍ଜାବର ପଟିଆଲାସ୍ଥିତ ଏନଏସଏନଆଇଏସଠାରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍‌ ମିଟ୍‌ର ୫ମ ଚରଣରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ...

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧...

ଆଜିର ଦିନରେ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଥିଲେ ଏହି ୨୨ ବର୍ଷୀୟ କ୍ରିକେଟର, ପରଦିନ ଭାରତକୁ ହରାଇ…

ନୂଆଦିଲ୍ଲୀ,୧୬।୩: ଆଜିର ଦିନରେ କ୍ରିକେଟ ଇତିହାସରେ ଅନେକ ବଡ଼ ଘଟଣା ଘଟିଥିଲେ ହେଁ ଏହି ତାରିଖକୁ ଦୁଃଖର ସହକାରେ ମନେ ପକାଯାଇଥାଏ। କାରଣ ବାଂଲାଦେଶ କ୍ରିକେଟ...

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ...

Advertisement
Archives

Model This Week