ଗଣପତି ଭଟ୍ଟ ପେସାରେ ଜଣେ କୃଷକ। କିନ୍ତୁ ସେ ନିଜସ୍ବ ଜ୍ଞାନକୌଶଳରେ ଏକ ଟ୍ରିସ୍କୁଟର ନିର୍ମାଣ କରିଛନ୍ତି। ଟେକ୍ନିକାଲ କିମ୍ବା ଇଞ୍ଜିନିୟରିଂ ନ ପଢ଼ି ଏଭଳି ମେଶିନ ନିର୍ମାଣ କରି ସେ ଏକ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି। ଗଣପତି ରହୁଛନ୍ତି ମାଙ୍ଗାଲୁରରେ। ତାଙ୍କ ଦ୍ୱାରା ନିର୍ମିତ ଟ୍ରି ସ୍କୁଟରଟି ଗଛ ଚଢୁଛି ଓ ଏହା ଉପରେ ବସି ଲୋକେ ଆରାମରେ ଗୁଆ ତୋଳିପାରୁଛନ୍ତି। ଖୁବ୍ କମ୍ ସମୟରେ ଏହା ଗୁଆଗଛର ଶୀର୍ଷରେ ପହଞ୍ଚିପାରୁଛି। ସ୍କୁଟରଟି ନିର୍ମାଣ କରିବା ପରେ ଗୁଆଚାଷୀମାନଙ୍କୁ ଅଧିକ ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଏହି ମେଶିନରେ ଦିନକୁ ୩୦୦ ଗୁଆଗଛରୁ ଗୁଆ ତୋଳାଯାଇପାରୁଛି। ଜଣେ ଶ୍ରମିକ ୪ଜଣଙ୍କ କାର୍ଯ୍ୟ କରିପାରୁଛି। ଫଳରେ କମ୍ ଶ୍ରମଶକ୍ତିରେ ଅଧିକ ଲାଭ ମିଳୁଛି। ଏହି ମେଶିନରେ ବସିବା ଲାଗି ଏକ ସିଟ୍, ସିଟ୍ବେଲ୍ଟ, ମୋଟର ଏବଂ ଗଛ ଉପରକୁ ଚଢ଼ିବା ଲାଗି ଚକ ଲଗାଯାଇଛି।
ଏଇ ଭାରତରେ
ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍ସୀ ବି.ଭି.ଙ୍କ…
ବୈଦିକ ଶିକ୍ଷା ବ୍ୟବସ୍ଥା
ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…
ଏଠି କିଛି ବି ହୋଇପାରେ
କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…
କେବଳ ନଜର ନୁହେଁ
ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…
ନିଶାମୁକ୍ତ ଯୁବସମାଜ
ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍ ଟୋବାକୋ ସର୍ଭେ (ଜିୱାଇଟିଏସ୍) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…
ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ
ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…
ପ୍ରତିବାଦରେ ବାଧା
ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…
ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ
ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…
Archives

