ଏଇ ଭାରତରେ

ଏମିତି ଗାଁ ଅଛି ଯେଉଁଠି ଜଣେ ବ୍ୟକ୍ତି ନବମ ଯାଏ ପଢିଛନ୍ତି, ଅନେକେ ବି ସ୍କୁଲ ଦେଖିନାହାନ୍ତି। ଏହି ଗାଁଟି ହେଉଛି ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲାର ମାଡ଼ିବନ୍ଧ। ଚିନ୍ତୁରୁ ବ୍ଲକ ଅନ୍ତର୍ଗତ ଉକ୍ତ ଗାଁରେ ୧୬୭ କୋଣ୍ଡାରେଡି ସମ୍ପ୍ରଦାୟର ଆଦିବାସୀ ପରିବାର ପାହାଡ଼ ଉପରେ ୨୧ଟି ପଡ଼ାରେ ରହୁଛନ୍ତି ।
ମାଡିବନ୍ଧରେ ପହଞ୍ଚିବାକୁ ହେଲେ ଅନେକ ପାହାଡ଼ ଚଢି ଯିବାକୁ ପଡ଼େ। ଏଥିତ୍ପାଇଁ ଦୀର୍ଘ ୨୦ ବର୍ଷ ମଧ୍ୟରେ ମାଡ଼ିବନ୍ଧକୁ କୌଣସି ଅଧିକାରୀ ଯାଇ ନ ଥିଲେ। କିନ୍ତୁ ଇଣ୍ଟଗ୍ରେଟେଡ୍‌ ଟ୍ରାଇବାଲ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ(ଆଇଟିଡିଏ)ର ପ୍ରୋଜେକ୍ଟ ଅଫିସର ୩୭ ବର୍ଷୀୟ ଆଇଏଏସ୍‌ ଅଧିକାରୀ ଭେଙ୍କଟ ରମଣ ଅକାଳୁ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଯାଇ ସେଠାରେ ପହଞ୍ଚି ଶିକ୍ଷା ବ୍ୟବସ୍ଥା କରିଛନ୍ତି। ପ୍ରଥମେ ୨୦୨୦ ଫେବୃୟାରୀରେ ସେଠାରେ ପହଞ୍ଚି ପିଲାମାନଙ୍କୁ ପଢ଼ାଇବା ଲାଗି ସ୍କୁଲ ନିର୍ମାଣ କରିବାକୁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ। ପରେ ଲକ୍‌ଡାଉନ ଯୋଗୁ ତାହା ବନ୍ଦ ରହିଥିଲା। ପୁଣି ଗତବର୍ଷ ଅକ୍ଟୋବରରେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲରୁ ବାଉଁଶ ଓ ଘାସ ସଂଗ୍ରହ କରି ଏକ ରେସିଡେନ୍ସିଆଲ୍‌ ସ୍କୁଲ ନିର୍ମାଣ କରିଛନ୍ତି। ଗାଁର ବିଭିନ୍ନ ପଡ଼ାରେ ରହିଥିବା ୮୦ ଜଣ ପିଲାଙ୍କ ମଧ୍ୟରୁ ଏବେ ୨୮ ଜଣ ସ୍କୁଲ ଆସିବାକୁ ସକ୍ଷମ ହୋଇଛନ୍ତି। ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପିଲାମାନଙ୍କ ପାଇଁ ସାପ୍ତାହିକ ରାଶନ ପଠାଯାଉଛି। ମଝିରେ ମଝିରେ ଭେଙ୍କଟ ରମଣ ସ୍କୁଲ ପରିଦର୍ଶନରେ ଯାଉଛନ୍ତି ଓ ଅବଶିଷ୍ଟ ପିଲାମାନେ ଶୀଘ୍ର ସ୍କୁଲରେ ଯୋଗଦେବେ ବୋଲି ସେ କହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦିଗ

କୃଷି ଆଇନଠାରୁ ଦୃଷ୍ଟି ଘୁଞ୍ଚାଇବାକୁ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଖବର ସାହାଯ୍ୟ କଲା। ତା’ ପୂର୍ବରୁ ଅର୍ଥନୀତିରେ ଦୁରବସ୍ଥା ସହ ଚାଇନାର ଆକ୍ରମଣକୁ ଦକ୍ଷତାର...

ଆର୍ଥିକ ସୁପରିଚାଳନାରେ ନାରୀ

ଡ. ଅନ୍ତର୍ଜିତା ନାୟକ ଆମେ ଆର୍ଥିକ ବ୍ୟବସ୍ଥା ଓ ଏହାର ସୁପରିଚାଳନାରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା କରୁଛନ୍ତି, ତେବେ ଦେଶର ଅର୍ଥନୀତିରେ ଜଣେ ହାଉସୱାଇଫ...

ପୀଡ଼ିତାଙ୍କ ବିଡ଼ମ୍ବିତ ଭାଗ୍ୟ

ଡ. ବାସନ୍ତୀ ମହାନ୍ତି ଆମ ସାମାଜିକ ପୃଷ୍ଠଭୂମିରେ ନାରୀଟିଏ ଯଦି ପୀଡ଼ିତା ବିଶେଷତଃ ଯଦି ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୋଇଥାଏ ଅଦାଲତର ନ୍ୟାୟ ମିଳିଲେ...

ପ୍ରଥମ ମହିଳା ବାଉନ୍ସର

ଆମେ ଯେପରି ପାଠ ନ ପଢ଼ିପାରିବୁ ଘରେ ପିତା ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଥିଲେ। ତାଙ୍କ ଚିନ୍ତାରେ ଝିଅମାନେ ପାଠ ପଢ଼ିଲେ ନିଜ ପସନ୍ଦରେ ବିବାହ କରିଦେବେ।...

ଏଇ ଭାରତରେ

ମନ୍ଦିରର ବର୍ଜ୍ୟଫୁଲରୁ ବିଭିନ୍ନ ଜିନିଷ ତିଆରି କରି ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଉଛନ୍ତି ଦିଲ୍ଲୀର ପୁନମ୍‌ ସହରାବତ। ଖୁବ୍‌ କମ୍‌ ନିବେଶରେ କିଭଳି ବ୍ୟବସାୟରୁ ଲାଭ...

ମାନବବାଦୀ ଅର୍ଥନୀତିଜ୍ଞ

ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ...

ଚିନ୍ତାର କାରଣ ଚାଇନା

ଡାନିଏଲ କେ.ଗାର୍ଡନର ଚାଇନା ଅତୀତର ଜୀବାଶ୍ମ ଇନ୍ଧନ ଶକ୍ତି ନିର୍ଭରଶୀଳତାକୁ ଛାଡି ପାରୁନାହିଁ କି ଅକ୍ଷୟ ଶକ୍ତିସମ୍ପନ୍ନ ଭବିଷ୍ୟତକୁ ଆପଣାଇପାରୁ ନାହିଁ । ଏହି ଦୁଇ...

କେତେ ସୁରକ୍ଷିତ ସାମୁଦ୍ରିକ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପଦେଷ୍ଟାମାନେ ଅନେକ ସମୟରେ ମାଂସପେଶୀର ଦୃଢ଼ତା, ଅଧିକ ପ୍ରୋଟିନ ଲାଭ ଓ ଓଜନ ହ୍ରାସ ପାଇଁ...

Advertisement
Archives

Model This Week