ଏଇ ଭାରତରେ

ଏମିତି ଗାଁ ଅଛି ଯେଉଁଠି ଜଣେ ବ୍ୟକ୍ତି ନବମ ଯାଏ ପଢିଛନ୍ତି, ଅନେକେ ବି ସ୍କୁଲ ଦେଖିନାହାନ୍ତି। ଏହି ଗାଁଟି ହେଉଛି ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲାର ମାଡ଼ିବନ୍ଧ। ଚିନ୍ତୁରୁ ବ୍ଲକ ଅନ୍ତର୍ଗତ ଉକ୍ତ ଗାଁରେ ୧୬୭ କୋଣ୍ଡାରେଡି ସମ୍ପ୍ରଦାୟର ଆଦିବାସୀ ପରିବାର ପାହାଡ଼ ଉପରେ ୨୧ଟି ପଡ଼ାରେ ରହୁଛନ୍ତି ।
ମାଡିବନ୍ଧରେ ପହଞ୍ଚିବାକୁ ହେଲେ ଅନେକ ପାହାଡ଼ ଚଢି ଯିବାକୁ ପଡ଼େ। ଏଥିତ୍ପାଇଁ ଦୀର୍ଘ ୨୦ ବର୍ଷ ମଧ୍ୟରେ ମାଡ଼ିବନ୍ଧକୁ କୌଣସି ଅଧିକାରୀ ଯାଇ ନ ଥିଲେ। କିନ୍ତୁ ଇଣ୍ଟଗ୍ରେଟେଡ୍‌ ଟ୍ରାଇବାଲ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ(ଆଇଟିଡିଏ)ର ପ୍ରୋଜେକ୍ଟ ଅଫିସର ୩୭ ବର୍ଷୀୟ ଆଇଏଏସ୍‌ ଅଧିକାରୀ ଭେଙ୍କଟ ରମଣ ଅକାଳୁ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଯାଇ ସେଠାରେ ପହଞ୍ଚି ଶିକ୍ଷା ବ୍ୟବସ୍ଥା କରିଛନ୍ତି। ପ୍ରଥମେ ୨୦୨୦ ଫେବୃୟାରୀରେ ସେଠାରେ ପହଞ୍ଚି ପିଲାମାନଙ୍କୁ ପଢ଼ାଇବା ଲାଗି ସ୍କୁଲ ନିର୍ମାଣ କରିବାକୁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ। ପରେ ଲକ୍‌ଡାଉନ ଯୋଗୁ ତାହା ବନ୍ଦ ରହିଥିଲା। ପୁଣି ଗତବର୍ଷ ଅକ୍ଟୋବରରେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲରୁ ବାଉଁଶ ଓ ଘାସ ସଂଗ୍ରହ କରି ଏକ ରେସିଡେନ୍ସିଆଲ୍‌ ସ୍କୁଲ ନିର୍ମାଣ କରିଛନ୍ତି। ଗାଁର ବିଭିନ୍ନ ପଡ଼ାରେ ରହିଥିବା ୮୦ ଜଣ ପିଲାଙ୍କ ମଧ୍ୟରୁ ଏବେ ୨୮ ଜଣ ସ୍କୁଲ ଆସିବାକୁ ସକ୍ଷମ ହୋଇଛନ୍ତି। ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପିଲାମାନଙ୍କ ପାଇଁ ସାପ୍ତାହିକ ରାଶନ ପଠାଯାଉଛି। ମଝିରେ ମଝିରେ ଭେଙ୍କଟ ରମଣ ସ୍କୁଲ ପରିଦର୍ଶନରେ ଯାଉଛନ୍ତି ଓ ଅବଶିଷ୍ଟ ପିଲାମାନେ ଶୀଘ୍ର ସ୍କୁଲରେ ଯୋଗଦେବେ ବୋଲି ସେ କହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri