ଏଇ ଭାରତରେ

ଲକ୍‌ଡାଉନ ସମୟରେ ଜୀବିକା ହରାଇଥିବା ଲୋକମାନେ କିଚେନ୍‌ ଗାର୍ଡେନ୍‌ ମାଧ୍ୟମରେ ପରିବାର ଆବଶ୍ୟକତା ମେଣ୍ଟାଉଛନ୍ତି ଗୁଜରାଟର ହଜାର ହଜାର ପରିବାର। ଭାବନଗର, ଦାହୁଦ, ମହିସାଗର ଓ ପଞ୍ଚମହଲ ଜିଲାର ପ୍ରାୟ ୫୩ଟି ଗାଁରେ ୨ ହଜାରରୁ ଊର୍ଦ୍ଧ୍ୱ ପରିବାର କିଚେନ ଗାର୍ଡେନରେ ପରିବା ଚାଷ କରୁଛନ୍ତି। ‘ଉତ୍ଥାନ’ ନାମକ ବେସରକାରୀ ସଂସ୍ଥା ଦ୍ୱାରା ‘ଗାର୍ଡେନ୍ସ ଅଫ୍‌ ହୋପ୍‌ ବା ଏମର୍ଜେନ୍ସି କିଚେନ ଗାର୍ଡେନ’ ଅଭିଯାନ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାମାନଙ୍କ ସହଯୋଗରେ ଏହି ଗାର୍ଡେନ କରାଯାଉଛି। ବିଶେଷ କରି ମହିଳାମାନେ ଗାର୍ଡେନରେ ଜୈବିକ ପଦ୍ଧତିରେ ଲାଉ, ଗୁଆଁର, ଭେଣ୍ଡି, ଝୁଡ଼ଙ୍ଗ, କଲରା ଓ ଜହ୍ନି ଆଦି ଚାଷ କରୁଛନ୍ତିି। ଯେଉଁ ପରିବାରରେ କିଚେନ ଗାର୍ଡେନ କରିବା ପାଇଁ ସୁବିଧା ନାହଁି ସେମାନଙ୍କୁ ଏମାନେ ପରିବା ଦେଉଛନ୍ତି। ପରିବା ଉପତ୍ାଦନ କରୁଥିବା ଗୋଟିଏ ପରିବାର ଅନ୍ୟ ତିନି ପରିବାରକୁ ପରିବା ଯୋଗାଇ ଦେଉଛିି। ଫଳରେ ୭,୫୦୦ ପରିବାର ଏହାଦ୍ୱାରା ଉପକୃତ ହେଉଛନ୍ତି ଓ ଏହି ପରିବାରଗୁଡ଼ିକ ସେମାନଙ୍କର ପୌଷ୍ଟିକ ଆବଶ୍ୟକତା ପୂରଣ କରିପାରୁଛନ୍ତି। ଉତ୍ଥାନ ସଂସ୍ଥା ମୋଟରେ ୨,୫୧୪ଟି ପରିବାରକୁ କିଟ୍‌ ବିତରଣ କରିଛି। ପରିବାରର ପ୍ରତ୍ୟେକ ବ୍ୟକ୍ତି ଦୈନିକ ୭୦୦ ଗ୍ରାମ ପରିବା କିଚେନ ଗାର୍ଡେନରୁ ପାଇଲେ ତାଙ୍କ ପୌଷ୍ଟିକ ଆବଶ୍ୟକତା ସୁନିଶ୍ଚିତ ହୋଇପାରିବ ବୋଲି ଏଭଳି ଅଭିଯାନ ଚାଲୁ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଗକୁ ଆଉ ୫ ହଜାର ପରିବାରକୁ ଏହି ଅଭିଯାନରେ ସାମିଲ କରିବାର ଲକ୍ଷ୍ୟ ରଖିଛି ଉତ୍ଥାନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?