ଏଇ ଭାରତରେ

ଲକ୍‌ଡାଉନ ସମୟରେ ଜୀବିକା ହରାଇଥିବା ଲୋକମାନେ କିଚେନ୍‌ ଗାର୍ଡେନ୍‌ ମାଧ୍ୟମରେ ପରିବାର ଆବଶ୍ୟକତା ମେଣ୍ଟାଉଛନ୍ତି ଗୁଜରାଟର ହଜାର ହଜାର ପରିବାର। ଭାବନଗର, ଦାହୁଦ, ମହିସାଗର ଓ ପଞ୍ଚମହଲ ଜିଲାର ପ୍ରାୟ ୫୩ଟି ଗାଁରେ ୨ ହଜାରରୁ ଊର୍ଦ୍ଧ୍ୱ ପରିବାର କିଚେନ ଗାର୍ଡେନରେ ପରିବା ଚାଷ କରୁଛନ୍ତି। ‘ଉତ୍ଥାନ’ ନାମକ ବେସରକାରୀ ସଂସ୍ଥା ଦ୍ୱାରା ‘ଗାର୍ଡେନ୍ସ ଅଫ୍‌ ହୋପ୍‌ ବା ଏମର୍ଜେନ୍ସି କିଚେନ ଗାର୍ଡେନ’ ଅଭିଯାନ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାମାନଙ୍କ ସହଯୋଗରେ ଏହି ଗାର୍ଡେନ କରାଯାଉଛି। ବିଶେଷ କରି ମହିଳାମାନେ ଗାର୍ଡେନରେ ଜୈବିକ ପଦ୍ଧତିରେ ଲାଉ, ଗୁଆଁର, ଭେଣ୍ଡି, ଝୁଡ଼ଙ୍ଗ, କଲରା ଓ ଜହ୍ନି ଆଦି ଚାଷ କରୁଛନ୍ତିି। ଯେଉଁ ପରିବାରରେ କିଚେନ ଗାର୍ଡେନ କରିବା ପାଇଁ ସୁବିଧା ନାହଁି ସେମାନଙ୍କୁ ଏମାନେ ପରିବା ଦେଉଛନ୍ତି। ପରିବା ଉପତ୍ାଦନ କରୁଥିବା ଗୋଟିଏ ପରିବାର ଅନ୍ୟ ତିନି ପରିବାରକୁ ପରିବା ଯୋଗାଇ ଦେଉଛିି। ଫଳରେ ୭,୫୦୦ ପରିବାର ଏହାଦ୍ୱାରା ଉପକୃତ ହେଉଛନ୍ତି ଓ ଏହି ପରିବାରଗୁଡ଼ିକ ସେମାନଙ୍କର ପୌଷ୍ଟିକ ଆବଶ୍ୟକତା ପୂରଣ କରିପାରୁଛନ୍ତି। ଉତ୍ଥାନ ସଂସ୍ଥା ମୋଟରେ ୨,୫୧୪ଟି ପରିବାରକୁ କିଟ୍‌ ବିତରଣ କରିଛି। ପରିବାରର ପ୍ରତ୍ୟେକ ବ୍ୟକ୍ତି ଦୈନିକ ୭୦୦ ଗ୍ରାମ ପରିବା କିଚେନ ଗାର୍ଡେନରୁ ପାଇଲେ ତାଙ୍କ ପୌଷ୍ଟିକ ଆବଶ୍ୟକତା ସୁନିଶ୍ଚିତ ହୋଇପାରିବ ବୋଲି ଏଭଳି ଅଭିଯାନ ଚାଲୁ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଗକୁ ଆଉ ୫ ହଜାର ପରିବାରକୁ ଏହି ଅଭିଯାନରେ ସାମିଲ କରିବାର ଲକ୍ଷ୍ୟ ରଖିଛି ଉତ୍ଥାନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସେବାର ପ୍ରତୀକ ସାଜିଛନ୍ତି ଶିବମ୍‌ ସୋନି। ମଧ୍ୟପ୍ରଦେଶର ଯୁବକ ଶିବମ୍‌ ପ୍ରତିଦିନ ଗରିବ ଲୋକଙ୍କୁ ୧୦ ଟଙ୍କାରେ ଖାଦ୍ୟ ଦେଉଛନ୍ତି। ଏପରି କି ଅନେକ ଦିନ...

କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି

ନଟବର ଖୁଣ୍ଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା...

ଘର୍‌ମାଓ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ   ଘର୍‌ମାଓ କହିଲେ ପୋଷା ବିଲେଇକୁ ବୁଝାଏ, ଯିଏ ତାକୁ ପାଳିଥିବା ମାଲିକର ଘରେ ରହିଥାଏ ଦିନରାତି ଚବିଶଘଣ୍ଟା। ତା’ ଆହାର...

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି...

ଏଇ ଭାରତରେ

ଭାରତୀୟ ନାରୀଙ୍କ ଧୈର୍ଯ୍ୟ, ସହନଶୀଳତା ତଥା ସେବା ମନୋଭାବ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ଆସିଛି, ଯାହା ଏବେ ପ୍ରମାଣିତ କରିଛନ୍ତି ଦିଲ୍ଲୀର ଉଷା...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

ଡାରଉଇନ୍‌ଙ୍କ ତତ୍ତ୍ୱକୁ ଭୟ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରୁ ବୈଜ୍ଞାନିକ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ସମ୍ପର୍କିତ...

ବାୟୁରେ ମୃତ୍ୟୁକଣିକା

ଆମ ଦେଶରେ ବାୟୁ ପ୍ରଦୂଷଣ ଗମ୍ଭୀରତାକୁ ନେଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି ନିକଟରେ ପ୍ରକାଶିତ ଦୁଇଟି ଆନ୍ତର୍ଜାତିକ ରିପୋର୍ଟ (ମାର୍ଚ୍ଚ ୨୦୨୨)ରେ। ଏଥିରେ ବିଚାରକୁ...

Advertisement
Archives

Model This Week