Posted inରାଜ୍ୟ

କୁମ୍ଭୀର ଉଦ୍ଧାର ଘଟଣା: ଡେପୁଟି ରେଞ୍ଜରଙ୍କ ସମେତ ୩ ନିଲମ୍ବିତ

ଦିଗପହଣ୍ଡି,୧୪ା୯(ଡି.ଏନ.ଏ)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗ୍ରାମ ଚାଷଜମିରୁ ଶନିବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡିଓର (ଏସ୍‌ଓପି) ପାଳନ କରାଯାଇ ନ ଥିବା ଅଭିଯୋଗରେ ଦିଗପହଣ୍ଡିର ଭାରପ୍ରାପ୍ତ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ସମେତ ଫରେଷ୍ଟର ସିତାରାମ ପାତ୍ର ଏବଂ ଫେରଷ୍ଟଗାର୍ଡ ରାଜେଶ୍ୱର ବେହେରାଙ୍କୁ ସୋମବାର ନିଲମ୍ବିତ କରାଯାଇଛି।
ତଲାସିଙ୍ଗୀ ଗ୍ରାମର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଦିଗପହଣ୍ଡି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଗୋ-ମୁହାଁ ପ୍ରଜାତିର କୁମ୍ଭୀର ଉଦ୍ଧାର କରାଯାଇଥିଲା। କୁମ୍ଭୀରଟି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମରୁ କେନାଲ ପାଣିରେ ଭାସି ଆସିଥିଲା ଏବଂ ପରେ ତାକୁ ସୁରକ୍ଷିତ ଭାବେ ଡ୍ୟାମରେ ଛାଡ଼ିଦିଆଯାଇଛି ବୋଲି ଡେପୁଟି ରେଞ୍ଜର କହିଥିଲେ। କିନ୍ତୁ ଉଦ୍ଧାର କୁମ୍ଭୀରଟିକୁ ବନ ବିଭାଗ କର୍ମଚାରୀ ନୁହନ୍ତି ବାଇକରେ ଗାଁ ଲୋକ ଘୋଡ଼ାହାଡ଼ ଡ୍ୟାମରେ ନେଇ ଛାଡ଼ିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। କୁମ୍ଭୀରଟିକୁ ବାଇକରେ ଜଣେ ଯୁବକ ନେଉଥିବା ମୋବାଇଲ ଭିଡିଓରେ ରେକର୍ଡ କରାଯାଇଥିଲା। ଦିଗପହଣ୍ଡି ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି କିଛି ବନ୍ୟପ୍ରାଣୀ ବିଶେଷଜ୍ଞ ଓ ସାମାଜିକ କର୍ମୀ ଅଭିଯୋଗ କରିଥିଲେ।
କୁମ୍ଭୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନ ବିଭାଗ ପାରା କର୍ମଚାରୀବୃନ୍ଦ ପହଞ୍ଚତ୍ଥିଲେ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ନିଘା ନଥିଲା। ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ କୁମ୍ଭୀରଟିର ସ୍ବାସ୍ଥ୍ୟ ପରୀକ୍ଷା କରାନଯାଇ ତରବରିଆ ଭାବେ ଡ୍ୟାମରେ ଛଡ଼ା ଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ କୁମାର ନାୟକ ଡେପୁଟି ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ କୁମ୍ଭୀର ଉଦ୍ଧାର ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବନ କର୍ମଚାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଡେପୁଟି ରେଞ୍ଜରଙ୍କୁ ଯୋଗାଯୋଗ କରିବାରେ ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଅମୂଳକ ଓ ନିରାଧାର ବୋଲି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ହସ୍ତୀ ଦିବସ : ବନ ବିଭାଗର ହାତୀ ସୁରକ୍ଷା ଫେଲ୍‌, ୮ବର୍ଷରେ ମଲେଣି ୫୪୮ ହାତୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ଆଜି ବିଶ୍ୱ ହସ୍ତୀ ଦିବସ। ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ...

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ...

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ଦେଖାଦେଲା ବିଦ୍ୟୁତ୍‌ ବିଭ୍ରାଟ। ପାୱାର ଟ୍ରିପ୍‌...

ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସାଙ୍ଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ଲୋକମାନଙ୍କ ସହ ରହିବାକୁ ଦଳୀୟ ବିଧାୟକମାନଙ୍କୁ ରବିବାର ପରାମର୍ଶ ଦେଇଛନ୍ତି...

ରାତି ପାହିଲେ ଆସିବ ନିର୍ବାଚନ ଫଳ: କିଏ ମାରିବ ବାଜି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାତି ପାହିଲେ ଆସିବ ନିର୍ବାଚନ ଫଳାଫଳ। କିଏ ମାରିବ ବାଜି! ଏ ନେଇ ସବୁଠି ଚର୍ଚ୍ଚା। ଓଡ଼ିଶାବାସୀଙ୍କ ନଜରରେ ରହିଛି ଧାମନଗର ନିର୍ବାଚନ ଫଳାଫଳ।...

୧୪ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାପଡ଼ାହାଣ୍ଡି,୩ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି...

ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ...

ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡ଼ା ମୃତ

ସଜନାଗଡ଼,୨୩।୧୧(ଡି.ଏନ.ଏ.): ଡିଜେ ସାଉଣ୍ଡରେ ୬୩ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡ଼ି ଗ୍ରାମର...

Advertisement
Archives

Model This Week