ଏଇ ଭାରତରେ

ପନ୍ଦର ବର୍ଷ ବୟସରେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି ମହାରାଷ୍ଟ୍ରର ବରଦ କୁବଲ। ସେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସମୁଦ୍ର କୂଳରେ ଗଛ ଲଗାଉଛନ୍ତି। ମହାରାଷ୍ଟ୍ର ସିନ୍ଧୁ ଦୁର୍ଗ ଜିଲା ଅଚରା ଗାଁରେ ତାଙ୍କ ଘର। ସମୁଦ୍ର କୂଳରେ ନିଛାଟିଆ ଜାଗାରେ ତାଙ୍କ ଘର ରହିଥିବାରୁ ସେ ତିନିବର୍ଷ ତଳେ ସାମୁଦ୍ରିିକ ଝଡ଼ରେ ହୋଇଥିବା ବହୁ ସାଇବେରିଆନ୍‌ ପକ୍ଷୀଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ ସୁସ୍ଥ କରି ପୁଣି ଉଡାଇ ଦେଇଥିଲେ। ଏହାପରେ ପକ୍ଷୀ ସୁରକ୍ଷା ତାଙ୍କ ନିଶା ପାଲଟିଗଲା। ସେବେଠାରୁ ଏଯାବତ୍‌ ସେ କୋଙ୍କଣ ଅଞ୍ଚଳରେ ବିଲୁପ୍ତପ୍ରାୟ ପକ୍ଷୀଙ୍କ ସୁରକ୍ଷାରେ ଲାଗିଛନ୍ତି। ସହରରେ କେବଲ ଓ ତାରରେ ଲାଗି ଆହତ ଅବସ୍ଥାରେ ଝୁଲୁଥିବା ପକ୍ଷୀମାନଙ୍କୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି। କେବଳ ଏତିକି ନୁହେଁ, ସମୁଦ୍ର କୂଳର ପରିବେଶ ସୁଧାରିବା ଲାଗି ସେ ୨୦୧୯ରୁ ଜାମୁ, ନିମ୍ବ, ଅଶ୍ୱତ୍‌ଥ, ବର ଗଛ ଲଗାଇବା ଆରମ୍ଭ କରିଛନ୍ତି। ସେ ତାଙ୍କ ସହପାଠୀମାନଙ୍କୁ ସାଙ୍ଗରେ ନେଇ ଅଚରା ବନ୍ଦର ଓ ମୁମ୍ବାଇ-ଗୋଆ ହାଇଓ୍ବେ କଡ଼ରେ ଏହି ଅଭିଯାନ ଚଳାଇଛନ୍ତି। ମୁମ୍ବାଇ-ଗୋଆ ହାଇଓ୍ବେ କଡ଼ରେ ଠିଆ ହୋଇ ଗାଡିରେ ଯାଉଥିତ୍ବା ପର୍ଯ୍ୟଟକଙ୍କୁ ଅଣ୍ଡା ଖୋଳ ନିକଟରେ ଥିତ୍ବା ବୁଦା ଭିତରକୁ ଫିଙ୍ଗିବାକୁ କହୁଛନ୍ତି। ପରେ ସେ ତାହାକୁ ସଂଗ୍ରହ କରି ରଙ୍ଗାଇ ତାଙ୍କ ଅଗଣାରେ ରଖିଛନ୍ତି। ଏହାକୁ ପ୍ରାକୃତିକ ସାର ଭାବେ କୃଷକମାନଙ୍କ ଜମିରେ ପକାଉଛନ୍ତି। ସେ ଓ ତାଙ୍କ ସାଙ୍ଗମାନେ ଅଣ୍ଡାଖୋଳ ଭିତରେ ନରମ ନଡିଆକତା ଗୁଣ୍ଡ ଭର୍ତ୍ତିକରି ସେଥିରେ ମଞ୍ଜି ରଖି ତାହାକୁ ଏକ ଦିଆସିଲି ଖୋଳ ଉପରେ ଅଠାରେ ଲଗାଇ ରଖୁଛନ୍ତି। ପରେ ସେଥିରୁ ଗଛ ବାହାରିଲେ ତାହାକୁ ଜନ୍ମଦିନ ଉପହାର ଭାବେ ସାଙ୍ଗମାନଙ୍କୁ ଦେଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି। ତାଙ୍କ ମାତାପିତା ସରକାରୀ ସ୍କୁଲରେ ଶିକ୍ଷକ ଥିଲେ ବି ତାଙ୍କ ପିଲାଦିନ ଜେଜେବାପାଙ୍କ ସାଙ୍ଗରେ ବେଶି ସମୟ ନଡିଆ ବଗିଚାରେ କଟେ। ସେଠାରେ ପକ୍ଷୀ ଓ ବିଭିନ୍ନ ଜୀବଙ୍କୁ ପାଣି ପିଇବାକୁ ଦେବା ଓ ଖୁଆଇବାର ଅଭ୍ୟାସ ଏବେ ତାଙ୍କୁ ଜଣେ କୁନି ପରିବେଶବିତ୍‌ ଭାବେ ଗଢିତୋଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ କେତେ ଦିନ

ବୈକୁଣ୍ଠନାଥ ମିଶ୍ର ବିଗତ କିଛିବର୍ଷ ହେଲା ଭାରତୀୟ ରାଜନୀତିରେ ଏକ ବିଚିତ୍ର ପରମ୍ପରା ସୃଷ୍ଟି ହୋଇ ସାମାଜିକ ବିଧିବ୍ୟବସ୍ଥାକୁ କୀଟଦ୍ରଂଷ୍ଟ କରିଦେଲାଣି। ଏହା କ୍ରମେ ଏକ...

ବଢ଼ିଚାଲିଛି ଆତ୍ମହତ୍ୟା

ଡା. ସମ୍ରାଟ କର ଓଡ଼ିଆ ସିନେ ଓ ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ତଥା ୩ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆମତ୍ହତ୍ୟା କରିଥିବା ଖବର ପ୍ରକାଶ...

ବୟସ୍କଙ୍କୁ ହତାଦର କାହିଁକି

ଇବ୍ରାର ଖାଁ   ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା, ଦୁର୍ଘଟଣା ସଂଘଟିତ ହେଉଛି। ସେହିସବୁ ଘଟଣା ମଧ୍ୟରେ ଚିନ୍ତାଜନକ ହେଉଛି ବୟସ୍କମାନଙ୍କ ପ୍ରତି...

ଏକ ଅବାସ୍ତବ ପ୍ରୟାସ

ଲିଲି ଫୁହର୍‌   ଜଳବାୟୁ ପରିବର୍ତ୍ତନର ଅନିଶ୍ଚିତ ସ୍ଥିତି ପାଶ୍ଚାତ୍ୟ ଦେଶ ଓ ବିଶ୍ୱର ଅତି ଧନୀମାନଙ୍କ ଜୀବନଶୈଳୀ ପ୍ରତି ବିପଦ ସୃଷ୍ଟି କରିଛି। ଏହି...

ଏଇ ଭାରତରେ

କାଠରେ ବିଭିନ୍ନ କଳାକୃତି ତିଆରି କରୁଥିବା ବ୍ୟକ୍ତି କାଠର ସାଇକେଲ ତିଆରି କରିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ...

ଏଇ ଭାରତରେ

ଗୋଟିଏ ପଟେ ସରକାରୀ ଚାକିରିର ଦାୟିତ୍ୱ ଅନ୍ୟପଟେ ଅସହାୟ ପିଲାଙ୍କ ଟ୍ୟୁଶନ ଭାରରେ କେବେ ବି ବିଚଳିତ ହୋଇନାହାନ୍ତି ତିନି ସରକାରୀ ଅଧିକାରୀ। ଏହି ଅଧିକାରୀମାନେ...

ଦିଶାଙ୍କ ପରେ

କେରଳର ଏକ ଦୈନିକ ଖବରକାଗଜର ଦିଲ୍ଲୀ ଖବରଦାତା ସିଦ୍ଦିକ୍‌ କାପାନ୍‌ଙ୍କୁ ୧୫ ଫେବୃୟାରୀରେ ସୁପ୍ରିମକୋର୍ଟ ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ୯୦ ବର୍ଷୀୟା ମା’ଙ୍କୁ ଦେଖା କରିବା...

ତିନୋଟି ଆହ୍ବାନ

ଓ୍ବିଲିୟମ ଆର. ରୋଡେସ୍‌      |     ଜନ୍‌ ଲିପସ୍କି   ସେପ୍ଟେମ୍ବରରେ ଜି-୨୦ ନେତାଙ୍କ ସମ୍ମିଳନୀ, ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର...

Advertisement
Archives

Model This Week