ଏଇ ଭାରତରେ

ନିଜ ଘରକୁ ବୁଲା ପ୍ରାଣୀଙ୍କ ଆଶ୍ରୟସ୍ଥଳୀ କରିଦେଇଛନ୍ତି କେରଳର ପ୍ରଦୀପ ପାୟୁର। ୨୦ ବର୍ଷ ହେବ ସେ ୧୦୦୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର ଓ ବିଲେଇଙ୍କୁ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକକୁ ସେମାନଙ୍କ ମାଲିିକଙ୍କୁ ଆବଶ୍ୟକ ପ୍ରମାଣ ରଖି ହସ୍ତାନ୍ତର କରିଛନ୍ତି। ଯେଉଁମାନେ ପୋଷ୍ୟ ଭାବେ ନେବା ଲାଗି ଚାହାନ୍ତି ସେମାନଙ୍କ ପରିଚୟପତ୍ରର ନକଲ ରଖୁଛନ୍ତି ପ୍ରଦୀପ। ସେମାନଙ୍କ ଫୋନ ନମ୍ବର ରଖି ପୋଷାଜନ୍ତୁଙ୍କ ଫଟୋ ନିୟମିତ ବ୍ୟବଧାନରେ ପଠାଇବା ଲାଗି ସର୍ତ୍ତ ରଖୁଛନ୍ତି ବୋଲି କୁହନ୍ତି ୩୫ ବର୍ଷୀୟ ପ୍ରଦୀପ। ଏବେ ତାଙ୍କ ଘରେ କୁକୁର ଓ ବିଲେଇ ମିଶି ରହୁଛନ୍ତି ୪୩ଟି। ସେ ତିନି ବଖରା ଘର ଏମାନଙ୍କ ପାଇଁ ଛାଡିଦେଇଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ମାସକୁ ବ୍ୟୟ କରୁଛନ୍ତି ୨୦ ହଜାର ଟଙ୍କା। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ପରେ ଏମାନଙ୍କୁ ଉଦ୍ଧାର କରି ଘରକୁ ଆଣିବା ପାଇଁ ସେ ଏକ ସେକେଣ୍ଡହ୍ୟାଣ୍ଡ୍‌ କାର୍‌ କିଣି ସେଥିରେ ଯନ୍ତାଟିଏ ଲଗାଇଛନ୍ତି। ଘରକୁ ଆଣିବା ପରେ ଚିକିତ୍ସା କରୁଛନ୍ତି। ଏଥିପାଇଁ ତାଙ୍କର କେତେଜଣ ପ୍ରାଣୀ ଚିକିତ୍ସକ ବନ୍ଧୁ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି। ଗୁରୁବାୟୁରର ଥ୍ରିସୁରରେ ରହନ୍ତି ପ୍ରଦୀପ। ୨୦୦୧ରେ ପ୍ରଦୀପଙ୍କ ପିତା ପ୍ରଥମେ ୧୫ଟି ବୁଲା କୁକୁରଙ୍କୁ ଆଶ୍ରୟ ଦେଇଥିଲେ। ୨୦୧୦ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ଏହି ସେବା କରିଆସୁଛନ୍ତି। ପ୍ରଦୀପ କୋଏମ୍ବାଟୁରରେ ଏକ ଓ୍ବାଶିଂପାଉଡ଼ର କମ୍ପାନୀରେ ସପ୍ଲାୟର ଭାବେ କାର୍ଯ୍ୟ କରନ୍ତି। ଭୋର୍‌ରୁ ଉଠି ସେ ପୋଷାଜନ୍ତୁମାନଙ୍କୁ ଚଲାଇବାକୁ ନିଅନ୍ତି ଓ ତାଙ୍କ ମା’ ସୁମାଲ୍ୟା ସେମାନଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ସର୍ବନାଶର ବାଟ

୧୪ ଏପ୍ରିଲ ପରେ କେନ୍ଦ୍ର ଏବକାର ଲକ୍‌ଡାଉନକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅନେକ ରାଜ୍ୟ ସରକାର ଏହା କରିବା ପାଇଁ କେନ୍ଦ୍ର ଉପରେ ଚାପ...

ମାତୃଭାଷା ପାଠପଢ଼ାର ମାଧ୍ୟମ ହେଉ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଈପ୍ସିତା ମହାନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର ନିଜ କବିତା ଗ୍ରନ୍ଥ ଅର୍ଘ୍ୟଥାଳୀରେ ଲେଖିଛନ୍ତି- “ଉଚ୍ଚ ହେବା ପାଇଁ କର...

ପରିସଂସ୍ଥାର ପୁନରୁଦ୍ଧାର ହେଉ

ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...

ଅନ୍ତରଙ୍ଗ

ସୌମ୍ୟା ପରିଡ଼ା ବୋଉ ବାପା ଉଭୟ ଅବସରପ୍ରାପ୍ତ ସରକାରୀ ଚାକିରିଆ। ତିନି-ଚାରି ବର୍ଷ ହେବ କ୍ୟାନ୍‌ସର୍‌ରେ ବାପା ଚାଲିଗଲା ପରେ ହଠାତ୍‌ ଦିନେ ମୁଁ ବୋଉକୁ...

ଜୀବନର ସାତରଙ୍ଗ

ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...

ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି...

ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ...

ବିତର୍କ ଲୋଡ଼ା

ବେଲାବେସ ବେଙ୍କ୍ରେଡା ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍‌ ନିକଟରେ...

Advertisement
Archives

Model This Week