ଏଇ ଭାରତରେ

କମ୍ପ୍ୟୁଟର ଶିକ୍ଷାର ବିକାଶ ଲାଗି ଶୋହିବ ଦାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ପ୍ରଶଂସନୀୟ। ସେ ତିନୋଟି ରାଜ୍ୟର ୧୫,୦୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି। ୨୦୧୭ରେ ସେ ଆନୁଷ୍ଠାନିକ ଭାବେ ‘ପି ଜାମ୍‌ ଫାଉଣ୍ଡେଶନ’ ପ୍ରତିଷ୍ଠା କରି ଶିକ୍ଷାଦାନ ଜାରି ରଖିଛନ୍ତି। ଏହା ମାଧ୍ୟମରେ ସେ ମହାରାଷ୍ଟ୍ର, ତେଲଙ୍ଗାନା ଏବଂ କଶ୍ମୀରର ୫୧ଟି ସ୍କୁଲ୍‌ରେ ୧୫,୫୦୦ ଶିଶୁଙ୍କୁ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି। ଏଥିପାଇଁ କୌଣସି ଦେୟ ନେଉନାହାନ୍ତି ସେ। ଶୋହିବ ଓ ତାଙ୍କ ଇଞ୍ଜିନିୟର ବନ୍ଧୁମାନେ ଏହି ସବୁ ସ୍କୁଲ୍‌ରେ ୪୦୦ରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ସେମାନଙ୍କ ଉଦ୍ୟମରେ ଲଗାଇ ଶିକ୍ଷାଦାନ ବ୍ୟବସ୍ଥାରେ ନିଜକୁ ବି ସାମିଲ କରିଛନ୍ତି। ଏପରି କି କରୋନା ସମୟରେ ପିଲାମାନଙ୍କୁ ଏହି ଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ ସେମାନେ ‘ଗେମ୍‌ ଅଫ୍‌ କରୋନା’ର ଏକ ସାପ-ଶିଡି ଖେଳ ଆରମ୍ଭ କରି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି। ଶୋହିବ କଶ୍ମୀରର ମୂଳ ବାସିନ୍ଦା ହୋଇଥିଲେ ବି ବେଙ୍ଗାଲୁରୁରେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ପୁଣେର ଏକ ସରକାରୀ ସ୍କୁଲରେ ଡିଜିଟାଲ ଶିକ୍ଷା ଦେଉଥିବାବେଳେ ପିଲାମାନେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଦୁର୍ବଳ ଥିବା ଲକ୍ଷ୍ୟ କରିଥିଲେ। ପରେ କେବଳ ସେହି ସ୍କୁଲ ନୁହେଁ, ଅନ୍ୟ ସ୍କୁଲରେ ପିଲାମାନଙ୍କୁ ଡିଜିଟାଲ କ୍ଷେତ୍ରରେ ଧୁରନ୍ଧର କରିବା ପାଇଁ ଅଣ୍ଟାଭିଡି ତାଙ୍କ ସାଥୀ ଇଞ୍ଜିନିୟରମାନଙ୍କ ସହ ମିଶି କମ୍ପ୍ୟୁଟର ଯୋଗାଡ଼ କରିବା ପରେ ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ସବୁ ବଦଳିଗଲା

ଏକ ମେଣ୍ଟ ସରକାର ତାଙ୍କର ନିଜସ୍ବ ତଥା ସ୍ବତନ୍ତ୍ର ସଞ୍ଚାଳନ ପଦ୍ଧତି ସୃଷ୍ଟି କରିଥାଆନ୍ତିି, ଯାହା ଅମଲାତନ୍ତ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ମହାରାଷ୍ଟ୍ରରେ ଏବେ...

ପରିପତ୍ରରୁ ବାବୁ ଦୁଇଭାଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ନିକଟରେ ତାମିଲନାଡୁ ମୁଖ୍ୟ ଶାସନ ସଚିବ କେ. ଷଣ୍ମୁଗମ୍‌ ପ୍ରଶାସନିକ ବାବୁମାନଙ୍କୁ ଅଧିକ ଉତ୍ତରଦାୟୀ ହେବା ପାଇଁ ଏକ ସର୍କୁଲାର...

ସ୍ବାଗତିକା କିଏ

ଓଡ଼ିଶା ସରକାର ୨୪ ଜିଲାର ୩୬ଟି ନୂଆ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ପୋଲିସ ଷ୍ଟେଶନ ସଂଖ୍ୟା...

ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ...

କଶ୍ମୀର: ପାକିସ୍ତାନର ଦାବି ଓ ଧମକ

ବିପିନ ବିହାରୀ ମିଶ୍ର କଶ୍ମୀର ବିଷୟରେ ପାକିସ୍ତାନ ବାରମ୍ବାର ଅନେକ ପ୍ରଶ୍ନ ଉଠାଉଛି। ଦାବି କରୁଛି ଓ ଯୁଦ୍ଧର ଧମକ ଦେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ...

ଏଇ ଭାରତରେ

ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର...

ଏଇ ଭାରତରେ

ସେବା ଆଗରେ ଧନସମ୍ପତ୍ତି ତୁଚ୍ଛ, ଯାହା ପ୍ରମାଣ କରିଛନ୍ତି କେରଳ କୋଟ୍ଟାୟାମର କରୁସେରିଲ ଏନ୍‌ ଥନ୍‌କଆମ୍ମା । ତାଙ୍କୁ ଏବେ ବୟସ ୮୯। ଥନକ୍‌ଆମ୍ମା ଥାମ୍ପଲାକଡର...

ବୃହତ୍ତମ ଓ କ୍ଷୁଦ୍ରତମ

ନିମାଇଁ ଚରଣ ଲେଙ୍କା ସଂସାରରେ ବୃହତ୍ତମ ଓ କ୍ଷୁଦ୍ରତମର କୌଣସି ସୀମାନାହିଁ। ସବୁଠାରୁ ବଡ଼ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ବଡ଼ ଅଛନ୍ତି ଓ ସବୁଠାରୁ ଛୋଟ...

Advertisement
Archives

Model This Week