ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍‌ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ ଜନ୍ମ ଜାମସେଦପୁରରେ। ବର୍ତ୍ତମାନ ତାଙ୍କୁ ବୟସ ୪୫। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି। ୨୦୦୬ରେ ଅକ୍ସଫାମ୍‌ରେ ପ୍ରୋଗ୍ରାମ ଅଫିସର ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ଧୀବରମାନଙ୍କ ଜୀବନ ଜୀବିକା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ନିଜସ୍ବ ଉଦ୍ୟମରେ ୨୦୧୩ରେ ‘ସେଣ୍ଟର ଫର୍‌ ଆକ୍ୱାଟିକ୍‌ ଲାଇଭ୍‌ହୁଡ ଜଳଜୀବିକା’ ସଂସ୍ଥା ପ୍ରତିଷ୍ଠା କରିଥିଲେ। ସେବେଠାରୁ ଏହା ମାଧ୍ୟମରେ ନୀଳକଣ୍ଠ ମଧୁରଜଳ ମାଛ ଚାଷ ଓ ମାଛ ଧରା ସମ୍ପର୍କରେ ଗ୍ରାମୀଣ ଲୋକଗୀତ ଆରମ୍ଭ କରି ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି। କେବଳ ଧୀବର ବର୍ଗର ନୁହନ୍ତି, ବିଭିନ୍ନ ବର୍ଗର ଲୋକଙ୍କୁ ମାଛଚାଷ ଓ ଏହାର ବ୍ୟବସାୟ ଉପରେ ପ୍ରଶିକ୍ଷଣ ଦେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ। ୫,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବି ଏହା ମାଧ୍ୟମରେ ସେ ସଶକ୍ତ କରିଛନ୍ତି। ଜଳଜୀବିକା ସଂସ୍ଥା କେବଳ ଝାଡ଼ଖଣ୍ଡ ନୁହେଁ,ବିହାର ,ଓଡ଼ିଶା,ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଛ ବ୍ୟବସାୟ କରିବାକୁ ପ୍ରୋତ୍ସାହିତ କରିଛି। ଶୁଖୁଆ ପ୍ରସ୍ତୁତ କରି ତାହାକୁ କିପରି ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ମହିଳାମାନଙ୍କୁ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri