ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ସ୍କୁଲ ପିଲା ଓ ଶିକ୍ଷକ ସମ୍ବିଧାନର ପ୍ରସ୍ତାବନାକୁ ଏକାଠି ପଢୁଛନ୍ତି। ବିଳାଶପୁର ଜିଲା ଦୂରସ୍ଥ ବନାଞ୍ଚଳର ମର୍‌ବାହି ବ୍ଲକ୍‌ ଅନ୍ତର୍ଗତ ନାକା ଗାଁର ପ୍ରାଥମିକ ସ୍କୁଲରେ ଏଭଳି ଧାରା ୮ ବର୍ଷ ହେବ ଚଳିଆସୁଛି। ସ୍କୁଲ୍‌ର ବିଶେଷତା ହେଉଛି ଯେ, ଏହାର ସବୁ ଛାତ୍ର ଆଦିବାସୀ ବର୍ଗର। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ର ଏକାଠି ହୋଇ ପ୍ରଥମେ ଜାତୀୟ ସଙ୍ଗୀତ ଗାଇଥାନ୍ତି। ପରେ ସମ୍ବିଧାନର ପ୍ରସ୍ତାବନା ପଢିଥାନ୍ତି। ଚାରିଜଣ ଛାତ୍ର ଜଣେ ପରେ ଜଣେ ପାଳି କରି ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପଢନ୍ତି ଓ ତା’ପରେ ପିଲାମାନେ ତାହାକୁ ଉଚ୍ଚାରଣ କରିଥାନ୍ତି। ଏହି ୪ ଜଣ ପିଲା ୭ମ ଶ୍ରେଣୀରେ ପଢୁଛନ୍ତିି। ଅଷ୍ଟମରେ ପଢୁଥିବା ଦୁଇଜଣ ଛାତ୍ରୀ କଳାବତୀ ବାକରେ ଓ କିରଣ ମରାବ ଅନର୍ଗଳ ନିର୍ଭୁଲ ଭାବେ ସମ୍ବିଧାନ ପ୍ରସ୍ତାବନା ଉଚ୍ଚାରଣ କରିପାରୁଛନ୍ତି। ସ୍କୁଲ୍‌ର ପ୍ରଧାନଶିକ୍ଷକ ଏ.ଏଲ୍‌. ଧ୍ରୁବ କୁହନ୍ତି, ଯେବେଠୁ ସେ ସ୍କୁଲ୍‌ରେ ରହିଲେ ସେବେଠୁ ଶିକ୍ଷକ ମହମ୍ମଦ ଜାହିର ଆବାସ ସମ୍ବିଧାନ ପ୍ରସ୍ତାବନା ପଢିବା ଲାଗି ଚିନ୍ତା କରିଥିଲେ। ଆରମ୍ଭରୁ ଏହା କଠିନ ଥିଲା, କିନ୍ତୁ ପରେ ଚାରିଜଣ ଛାତ୍ର ତାହାକୁ ଆଗକୁ ବଢାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri