ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା ମରାମତି କରିବା ସହ ଗୀତ ମାଧ୍ୟମରେ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ଟ୍ରାଫିକ ଇନ୍ସପେକ୍ଟର ଆଞ୍ଜାପାଲି ନାଗାମାଲ୍ଲୁଙ୍କର ଏଭଳି କାର୍ଯ୍ୟ ଲୋକମାନଙ୍କ ହୃଦୟ ଜିତିପାରିଛି। ସେ ନିଜେ ଗୀତ ଲେଖୁଛନ୍ତି ଓ ଲୋକଗୀତ ସ୍ବରରେ ତାହାକୁ ବୋଲି ଗାଁଗୁଡିକରେ ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଜାପାଲି ନାଲ୍‌ଗୋଣ୍ଡାରେ ଥିବା ସମୟରେ ଗୁଣିଗାରେଡି ସନ୍ଦେହରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ଦେହରେ ନିଆଁ ଲଗାଇ ପାଖ ଗାଁ ଲୋକେ ମାରିଦେବା ପରେ ଏହା ବିରୋଧରେ ସଚେତନତା ଆଣିବା ପାଇଁ ସେ ପ୍ରଥମେ ଗୀତ ବୋଲିବା ଆରମ୍ଭ କରିଥିଲେ। ସଡକ ସୁରକ୍ଷା, ସାଇବର କ୍ରାଇମ୍‌ ଓ ସମାଜର ବିଭିନ୍ନ ସମସ୍ୟା ବିରୋଧରେ ସଚେତନତା ଆଣିବା ପାଇଁ ଆଞ୍ଜାପାଲି ୧୫ଟି ଗୀତ ଓ ୫୦ଟି ଭିଡିଓ ପ୍ରସ୍ତୁତ କରିସାରିଲେଣି। ଟ୍ରାଫିକ ନିୟମ ଉପରେ ଲୋକମାନଙ୍କୁ ବି ସେ ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି। ତେଲୁଗୁ, କନ୍ନଡ ଓ ହିନ୍ଦୀରେ ଏହି ଗୀତ ବୋଲୁଛନ୍ତି। ଆଉ ୧୦ଟି ଭାଷାରେ ସେ ଏହାକୁ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ମଧ୍ୟ ରଖିଛନ୍ତି ।
ଏହି ଟ୍ରାଫିକ ଅଫିସର ନିଜେ ରାସ୍ତା ମରାମତି କରୁଛନ୍ତି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ରକ୍ତଦାନ କରି ୮୦ ଜଣଙ୍କ ଜୀବନ ବି ବଞ୍ଚାଇପାରିଛନ୍ତି। ଏହି ସେଲିବ୍ରିଟି ପୋଲିସ ଅଫିସର ତେଲେଙ୍ଗାନାର ‘ପୋଲିସ ଆନ୍ନା’ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏମାନଙ୍କୁ କ୍ଷମା କର…

ହରିଶ ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ୩୨ ଏଡି’ରେ କ୍ରୁଶ ଉପରେ ନିଷ୍ଠୁର ଭାବରେ ହତ୍ୟା କରାଯାଇଥିବା ଦିନକୁ ଶୁଭ ଶୁକ୍ରବାର ରୂପେ ପୃଥିବୀ ସାରା...

ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଅବାଧ ଶିକାର

ନାରାୟଣ ଚନ୍ଦ୍ର ବିଶ୍ୱାଳ ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଏବେ ସହରମୁହଁ। ଫଳରେ ସେମାନେ ମଣିଷର ଆକ୍ରୋଶର ଶିକାର ହେଉଛନ୍ତି। ଏହାର ଫଳସ୍ବରୂପ...

ଏଇ ଭାରତରେ

ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି...

ପ୍ରାସଙ୍ଗିକତା ହ୍ରାସ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୩ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ୨୮, ଓଡ଼ିଶାର ୨ଟି ସହ ୧୦ ରାଜ୍ୟର...

ଏଇ ଭାରତରେ

”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର।...

ଦିଗ୍‌ଦର୍ଶକ ନାଡାଲ

ସ୍ପେନ୍‌ର ରାଫାଲ ନାଡାଲ ୩୦ ଜାନୁୟାରୀ ୨୦୨୨ରେ ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତି ଟେନିସ୍‌ କ୍ଷେତ୍ରରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କ ସହ...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ଏଇ ଭାରତରେ

ଦେଶର ମହିଳା ଚାଷୀଙ୍କ ପାଇଁ କର୍ନାଟକର କବିତା ମିଶ୍ରା ଏକ ପ୍ରେରଣା। ରାଇଚୁର ଜିଲାର କବିତା ଇନ୍‌ଫୋସିସ୍‌ ଚାକିରି ଛାଡ଼ି ଫଳଚାଷ କରି ମାସକୁ ୧୫ରୁ...

Advertisement
Archives

Model This Week