ଏଇ ଭାରତରେ

ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍‌ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା ମଣ୍ଡପଗୁଡିକ ମୂର୍ତ୍ତିକୁ ଜିଲା ପ୍ରଶାସନ ଓ ମୂର୍ତ୍ତି କାରିଗରଙ୍କୁ ଦାନ କରିଦେଉଛନ୍ତି। କେତେକ ମଣ୍ଡପ ତାହାକୁ ଆସନ୍ତା ବର୍ଷ ପୂଜା କରାଯିବାକୁ ନିଷ୍ପତ୍ତି ବି ନେଇଛନ୍ତି। ମରୁଡ଼ି ପରିସ୍ଥିତି ଯୋଗୁ ୩ ବର୍ଷ ହେବ ଲାଟୁରକୁ ପ୍ରତି ୧୫ ଦିନରେ ଥରେ ପାଣି ଯୋଗାଯିବା ସହ ନିୟମିତ ୧୨୫ଟି ଟ୍ୟାଙ୍କର୍‌ ଯୋଗେ ପିଇବା ପାଣି ଦିଆଯାଉଛି। ଲାଟୁର ଜିଲାପାଳ, ଗଣପତି ପୂଜା ମଣ୍ଡପ, ପୋଲିସ ତଥା ସମାଜିକ କର୍ମୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୫୯ଟି ମଣ୍ଡପ ମୂର୍ତ୍ତିକୁ ଆସନ୍ତା ବର୍ଷ ପୁନଃସଂସ୍ଥାପନ କରିବାକୁ ରାଜି ହୋଇଛନ୍ତି, ୧୨ଟି ମଣ୍ଡପ ମୂର୍ତ୍ତି କାରିଗରଙ୍କୁ ଦେଇ ଦେଇଛନ୍ତି। ସେଠାକାର ହନୁମାନ ସାଂସ୍କୃତିକ ଗଣେଶ ମଣ୍ଡପରେ ୧୮ ବର୍ଷ ହେବ ଫାଇବର ଗଣେଶ ମୂର୍ତ୍ତି କରାଯାଇ ତାହାକୁ ପାଣି ଛିଞ୍ଚି ବିସର୍ଜନ କରାଯାଇ ପୁଣି ଆର ବର୍ଷକୁ ରଖାଯାଉଛି। ଏମିତି ୧୮ ବର୍ଷ ହେବ ପୂଜା ଚାଲିଛି ବୋଲି କହନ୍ତି ଏହି ମଣ୍ଡପର ସଭାପତି। ବିସର୍ଜନ ଉସତ୍ବରେ ଯାହା ଖର୍ଚ୍ଚ ହେବା କଥା ସେହି ପରିମାଣର ଅର୍ଥ ସେଠାକାର ବାସିନ୍ଦାଙ୍କ ପାଇଁ ପାଣି ଟାଙ୍କି ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ବୋଲି କହନ୍ତି ରାଜ ଗଣେଶ ମଣ୍ଡପର ସଭାପତି ଶ୍ୟାମ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଶବ ଓ ବ୍ୟକ୍ତିତ୍ୱ

ଚିନ୍ମୟୀ ପଣ୍ଡା ପାଳନପୋଷଣ କରିବା ଏକ କଳା ବୋଲି ଯଦି ଧରିନିଆଯାଏ, ତେବେ ଏହାର ପର୍ଯ୍ୟବେକ୍ଷଣ କରିବା ଓ ସୁଚାରୁରୂପେ ତୁଲାଇବା ଯେ ନିହାତି ଏକ...

ବିଲୁପ୍ତ ଚେତନା

ମନ-ମାନଚିତ୍ର/ ଡ. ନରହରି ବେହେରା ସମୟ ଥିଲା, ବୃକ୍ଷ ବେଷ୍ଟନୀ ଭିତରେ ଏ ପୃଥବୀ ସବୁଜ ଦିଶୁଥିଲା। ସେଥିପାଇଁ ପ୍ରାଚୀନ ଆର୍ଯ୍ୟ ଋଷିଗଣ ଶାନ୍ତିପାଠ ବେଳେ...

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି...

ଉଦ୍ୟୋଗୀ ନେତୃତ୍ୱଧାରିଣୀ

ଭାରତରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ବା ଫିକି ଏକ ଶୀର୍ଷ ସଂସ୍ଥା ଭାବେ ପରିଚିତ। ଏହାର...

ଏଇ ଭାରତରେ

ମହିଳାମାନେ ଶବଦାହ କରିବାର ପରମ୍ପରା ନ ଥିବା ବେଳେ କେରଳର ସେଲିନା ମାଇକେଲ ଦୀର୍ଘ ଦଶନ୍ଧି ଧରି ଏହି କାର୍ଯ୍ୟ କରୁଛନ୍ତି। କୋଚିର କାକାଣ୍ଡାରେ ରହୁଥିବା...

ଏଇ ଭାରତରେ

ଯଦି ଭାବୁଛନ୍ତି ମୁକ୍ତା କେବଳ ସାମୁଦ୍ରିକ ଶାମୁକାରୁ ମିଳେ ତେବେ ତାହା ଭୁଲ ବୋଲି ପ୍ରମାଣ କରିପାରିଛନ୍ତି କେରଳର କେ.ଜେ. ମାଥାଚାନ। ସେ ତାଙ୍କ ଅଗଣାରେ...

ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର...

ସୁରକ୍ଷାବଳୟ

ନିମାଇଁ ଚରଣ ଲେଙ୍କା ଆତ୍ମା ସ୍ବଭାବତଃ ମୁକ୍ତ। ମାତ୍ର ତା’ର ହାତଗୋଡ଼ରେ ବେଡି ପକାଇଛନ୍ତି କାମନା ଓ ବାସନା। କର୍ମର ବନ୍ଧନ ଜୀବର ବଡ଼ ବନ୍ଧନ।...

Advertisement
Archives

Model This Week