ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି। ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଥିବାବେଳେ ଏବେ କିନ୍ତୁ ଅଜଣା ମୃତଦେହ ଦେଖିଲେ ଖୋଜା ପଡୁଛନ୍ତି ଆୟୁବ। ସେ କୁହନ୍ତି, ଏକ କାର୍‌ କିଣିବାକୁ ଗୁନ୍ଦୁଲପେଟ ଯାଉଥିଲାବେଳେ ବାଟରେ ଗୋଟିଏ ମୃତଦେହ ଦେଖିଥିଲେ। ଏହାପରେ ସେ କାର୍‌ କିଣି ଫେରିବା ପର୍ଯ୍ୟନ୍ତ ସେମିତି ସେହିଠାରେ ମୃତଦେହଟି ପଡି ରହିଥିଲା। କେହି ପୋଲିସକୁ ଖବର ମଧ୍ୟ ଦେଇ ନ ଥିଲେ। ଏହାପରେ କିଛି ଚିନ୍ତା ନ କରି ଆୟୁବ ନିଜ ହାତରେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଠାଇ କାର୍‌ରେ ଲଦି ଅନ୍ତିମ ସଂସ୍କାର କରିଥିଲେ। ଅବଶ୍ୟ ପୋଲିସକୁ ଖବର ଦେଇ ନ ଥିବାରୁ ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡିଥିଲା। ଆଉ ଏ କଥା ଘର ଲୋକଙ୍କୁ କହିବା ପରେ ଏମିତି ବିରୋଧର ସମ୍ମୁଖୀନ ହୋଇଥିଲେ ଯେ ଶେଷରେ ସେ ଘର ଛାଡି ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେଠାରେ ମଧ୍ୟ ସେ ଏହି କାମ ଜାରି ରଖିଲେ। ଦିନେ ସ୍ଥିର କଲେ, ସେ ନିଜ ଗାଁକୁ ଫେରି ମା’ବାପାଙ୍କୁ ଏକଥା ବୁଝାଇବେ। ତାହା ହିଁ ହେଲା। ଆଉ ଏଥିରେ ତାଙ୍କ ମା’ ସହଯୋଗର ହାତ ବଢାଇଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ମଧ୍ୟରେ ସେ ପାଖାପାଖି ୧୦ ହଜାର ଅଜଣା ମୃତଦେହ ସଂସ୍କାର କରି ସାରିଛନ୍ତି। ଏବେ ଆୟୁବଙ୍କର ଏହି କାମ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳୁଛି। ହେଲେ ଏହାକୁ ଦେଖିବାକୁ ତାଙ୍କ ନିକଟରେ ତାଙ୍କ ମା’ ନ ଥିବା ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri