ଋତୁ ବଦଳିଲେ ବି ନଷ୍ଟ ହେବନି କରୋନା ଭୂତାଣୁ !

ଓ୍ବାଶିଂଟନ, ୨୩।୩: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହା କିପରି ବ୍ୟାପୁଛି ସେ ନେଇ ବହୁ ଗୁଜବ ମଧ୍ୟ ଶୁଣାଯାଉଛି। କେହି କେହି କରୋନା ଭୂତାଣୁ ଖରାଦିନ ଆସିଲେ ବାୟୁମଣ୍ଡଳର ଉତ୍ତାପରେ ନଷ୍ଟ ହୋଇଯିବ ବୋଲି କହୁଛନ୍ତି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏଭଳି ଯୁକ୍ତିକୁ ମିଥ୍ୟା ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ କରୋନା ଭୂତାଣୁ ନେଇ ସଠିକ ଭାବେ କୌଣସି ତଥ୍ୟ ସଂଗୃହୀତ ହୋଇ ନାହିଁ। ତେବେ ଏଭଳି ଭୂତାଣୁ ପ୍ରାୟତଃ ୬୦ରୁ ୭୦ ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଯାଇଥାନ୍ତି। କିନ୍ତୁ ପୃଥିବୀର କୌଣସି ସ୍ଥାନରେ ଏଭଳି ତାପମାତ୍ରା ଅନୁଭୁତ ହୁଏନାହିଁ। ସେହିପରି ଗରମ ପାଣି ପିଇବା ସହିତ ଉଷୁମ ପାଣିରେ ଗାଧୋଇବା ଏବଂ ଘରର ତାପମାତ୍ରାକୁ ଅପେକ୍ଷାକୃତ ଗରମ ରଖିବା ଉପରେ କେତେକ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ଯେ ନହେବ ତାହା ମିଛ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଅପରପକ୍ଷରେ ୨୦୦୨ ନଭେମ୍ବରରେ ଦେଖାଦେଇଥିବା ସାର୍ସ ମହାମାରୀ ଜୁଲାଇ ମାସ ମଧ୍ୟଭାଗ ବେଳକୁ ଶେଷ ହୋଇଥିଲା। ଅର୍ଥାତ୍‌ ହୁଏତ ପରିବର୍ତ୍ତିତ ଋତୁର ତାପମାତ୍ରା ତଥା ପରିବେଶରେ ସାର୍ସ ଭୂତାଣୁ ନଷ୍ଟ ହୋଇ ପାରିଥାଏ ବୋଲି ଆମେରିକାର ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଅଧିକ ତାପମାତ୍ରାରେ କରୋନା ଭୂତାଣୁ ନିଷ୍କ୍ରିୟ ହୋଇପାରେ। ପୁଣି ଉପଯୁକ୍ତ କ୍ଷେତ୍ରରେ ଏହା ପୁଣି ବଂଶ ବିସ୍ତାର କରି ପାରିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର...

ବିଦେଶରୁ ଆସିଛନ୍ତି ୧୫ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ,୨୯ା୩: ପ୍ରାଣଘାତୀ କରୋନାକୁ ରୋକିବା ଲାଗି କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ...

ଗାଁ ପ୍ରବେଶ ପଥ ବନ୍ଦ କଲେ ଲୋକେ

ଭଞ୍ଜନଗର,୨୬।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଲାଗି ଗୁରୁବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ କେତେକ ଗ୍ରାମବାସୀ ଆଲୋଚନା କରି ଗାଁ ପ୍ରବେଶ ପଥକୁ ସିଲ୍‌...

ଦୈନିକ ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୧୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶକ୍ତି ସହ ଲଢ଼େଇ କରୁଛି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ହେଲେ...

ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ...

ଟେଷ୍ଟିଂ ବଢ଼ାଅ:ମୋଦି

ନୂଆଦିଲ୍ଲୀ, ୨୭।୬ : ଚଳିତ ସପ୍ତାହରେ ଦେଶରେ ଟିକାକରଣର ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ କୋଭିଡ୍‌ ପରୀକ୍ଷା ବଢ଼ାଇବା...

ଏମ୍‌କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩

ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ...

Advertisement
Archives

Model This Week