Posted inଜାତୀୟ

ଉପତ୍ୟକାରେ ଅନିଶ୍ଚିତତା

ନୂଆଦିଲ୍ଲୀ, ୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସେନା ପ୍ରେରଣ କରିବା ପରେ ଏହାକୁ ନେଇ ଉପତ୍ୟକାରେ ଅନିଶ୍ଚିତତା ଜାରି ରହିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କୁ ଫେରିଯିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି ହେବା ପରେ ହଜାର ହଜାର ସଂଖ୍ୟାରେ ଲୋକ ଉପତ୍ୟକା ଛାଡିବାରେ ଲାଗିଛନ୍ତି। ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ରବିବାର ବଢ଼ାଇ ଦିଆଯାଇଛି। ରାଜ୍ୟ ସଚିବାଳୟ, ପୋଲିସ ମୁଖ୍ୟାଳୟ, ବିମାନ ବନ୍ଦର ଏବଂ ସେଠାରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅଧିକ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ଶ୍ରୀନଗରର ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ବାରିକେଡ୍‌ମାନ ନିର୍ମାଣ କରାଯାଇଛି। ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଦଙ୍ଗା ନିୟନ୍ତ୍ରଣକାରୀ ଯାନଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ବାସଭବନରେ ବସିଥିବା ସର୍ବଦଳୀୟ ବୈଠକରେ କଶ୍ମୀର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପାଇଁ ଉଦ୍ୟମ ହେଲେ ତାହା ବିରୋଧରେ ଲଢ଼ିବା ପାଇଁ ସର୍ବଦଳୀୟ ବୈଠକରେ ଆଞ୍ଚଳିକ ଦଳଗୁଡିକ ପକ୍ଷରୁ ପ୍ରସ୍ତାବ ଗୃୃହୀତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ଲାଗି ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ପିଡିପି ନେତ୍ରୀ ମେହବୁବା ମୁଫତି, ଏନ୍‌ସି ନେତା ଓମାର ଅବ୍‌ଦୁଲ୍ଲା, କଂଗ୍ରେସରୁ ତାଜ୍‌ ମୋହିଉଦ୍ଦିନ୍‌, ପିପୁଲ୍ସ କନ୍‌ଫରେନ୍ସରୁ ସାଜାଦ ଲୋନେ ଓ ଇମ୍ରାନ ଅନ୍‌ସାରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକର କିଛି ସମୟ ପରେ ଓମାର ଅବ୍‌ଦୁଲ୍ଲା ଓ ମେହବୁବାଙ୍କୁ ଗୃହବନ୍ଦୀ କରାଯାଇଛି। ଶ୍ରୀନଗରରେ ୧୪୪ ଧାରା ଜାରି ହେବା ସହ ଜମ୍ମୁକୁ ୪୪ କମ୍ପାନୀ ସିଆରପିଏଫ୍‌ ଯବାନ ପଠାଯାଇଛି। ଗୁଜବ ଏଡ଼ାଇବା ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏହା ସହ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ରାଜ୍ୟରେ କୌଣସି ପ୍ରକାର ସଭା କି ରାଲି କରାଯାଇପାରିବ ନାହିଁ ବୋଲି ଆଡ୍‌ଭାଇଜରି ଜାରି କରାଯାଇଛି।
ଜମ୍ମୁ-କଶ୍ମୀର ସ୍ଥିତି ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରବିବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଓ ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଗୋଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ‘ର’ ମୁଖ୍ୟ ସାମନ୍ତ ଗୋଏଲ ଓ ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀରର ସାମ୍ପ୍ରତିକ ସ୍ଥିତି ଓ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସ୍ଥିତି ପରଖିବା ଲାଗି ପାର୍ଲାମେଣ୍ଟ ଅଧିବେଶନ ଶେଷହେବା ପରେ ଶାହ କଶ୍ମୀର ଯିବାର ସମ୍ଭାବନା ରହିଛି।
ଧାରା ୩୫ଏ ଓ ୩୭୦କୁ ଉଠାଇବା ଲାଗି କେନ୍ଦ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଶ୍ମୀରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କେନ୍ଦ୍ର କିଛି ବଡ ପଦକ୍ଷେପ ନେଇ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟିକଲେ, ପରିସ୍ଥିତି ଭୟଙ୍କର ହେବ ବୋଲି କଶ୍ମୀର ନେତାମାନେ ଚେତାଇ ଦେଇଛନ୍ତି। ଏତଦ୍‌ବ୍ୟତୀତ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ବିଧାନସଭା ନିର୍ବାଚନ ବର୍ଷ ଶେଷ ବେଳକୁ କରିବା ଲାଗି ମଧ୍ୟ ଦାବି ହୋଇଛି। ବିଭିନ୍ନ ଦାବି ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ଶାହ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri