ଉଦାହରଣ ପାଲଟିଲା କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ: ମୋ ସ୍କୁଲ ଅଭିଯାନରେ ୪.୧୮ ଲକ୍ଷ ଆଦାୟ

ବଅଁରପାଳ, ୧୯।୧୨(ଡି.ଏନ.ଏ.) – ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ମୋ ସ୍କୁଲ ଅଭିଯାନରେ ବଅଁରପାଳ ବ୍ଲକ କୁଲାଡ଼ସ୍ଥିତ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ ଉଦାହରଣ ସୃଷ୍ଟି କରିଛି। ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ବିଦ୍ୟାଳୟକୁ ୪ ଲକ୍ଷ ୧୮ ହଜାର ୪୫୫ ଟଙ୍କାର ଅନୁଦାନ ମିଳିପାରିଛି, ଯାହା କି ବ୍ଲକ ସ୍ତରରେ ସର୍ବାଧିକ।
୧୯୮୫ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ୧୩୨ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଠାରେ ୪ ନିୟମିତ ଶିକ୍ଷକ ଓ ଅତିଥି ଶିକ୍ଷକ ପାଠ ପଢ଼ାଉଛନ୍ତି। ସମସ୍ତ ସ୍କୁଲକୁ ଅନୁଦାନ ଦେବାପାଇଁ ସକ୍ଷମ ନ ହେବାରୁ ସରକାର ୨୦୧୬ରେ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ଉନ୍ନତୀକରଣ ତଥା ନବୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କଠାରୁ ଅନୁଦାନ ଆଶା କରିବା ସହ ଆଦାୟ ଅର୍ଥର ଦୁଇଗୁଣା ସରକାର ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ୨୦୧୭-୧୮ରେ ଅନୁଗୋଳ ଜିଲାରେ ଏହା ଆରମ୍ଭ ହୋଇଥିଲା। ପୁରାତନ ଛାତ୍ରୀଛାତ୍ରମାନେ ସ୍କୁଲର ବିଭିନ୍ନ କାର୍ଯ୍ୟରେ ଜଡ଼ିତ ହୋଇ ସ୍କୁଲର ବିକାଶ ଦିଗରେ ସହାୟକ ହେବେ ବୋଲି ଏହାର ଲକ୍ଷ୍ୟ ରହିଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏକ କମିଟି ଗଠନ କରାଯାଇଛି। ସୁଜିତ କୁମାର ସେଠ କମିଟି ସଭାପତି, ମୁକେଶ କୁମାର ଜେନା ଉପସଭାପତି, ଜିତେନ୍ଦ୍ର ଜେନା ସମ୍ପାଦକ, କାଳୀଚରଣ କର ସହସମ୍ପାଦକ ରହିଛନ୍ତି। ଏଥିସହ ସ୍କୁଲର ପୁରାତନ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟାଚରୁ ଦୁଇ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ଟି ପୁରାତନ ବ୍ୟାଚରୁ ୪ ଲକ୍ଷ ୧୮ ହଜାର ୪୫୫ ଟଙ୍କା ଆଦାୟ ହୋଇଛି। ସେହିକ୍ରମରେ ସରକାର ସ୍କୁଲକୁ ୮ ଲକ୍ଷ ୩୬ ହଜାର ୯୧୦ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ପୁରାତନ ଛାତ୍ର ମନୋରଞ୍ଜନ ଜେନା ସର୍ବାଧିକ ୫୦ ହଜାର ଟଙ୍କା, ରଣଜିତ ସେଠ ୩୦ ହଜାର, ବୁଲେସ ଜେନା ୨୫ ହଜାର ଓ କିଶୋର ସ୍ବାଇଁ ୨୦ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ପୁରାତନ ଛାତ୍ରୀଛାତ୍ର ଏବଂ ସରକାରଙ୍କ ଅନୁଦାନରେ ସ୍କୁଲର ପୁରୁଣା ଶ୍ରେଣୀଗୃହର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଏଥିସହ ଏକ ନୂତନ ବାଳିକା ଶୌଚାଳୟ, ମୁକ୍ତମଞ୍ଚ ନିର୍ମାଣ, ସ୍କୁଲର ମୁଖ୍ୟ ଫାଟକର ଆଧୁନିକୀକରଣ କରାଯାଇଛି। ସେହିପରି ବିଶୁଦ୍ଧ ପାନୀୟ ଜଳ ସହ ଡ୍ରେନେଜ ଓ ଲାଇବ୍ରେରି ହଲ ନିର୍ମାଣର ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ପୁରାତନ ଛାତ୍ର କମିଟିର ସଭାପତି ସୁଜିତ, ସମ୍ପାଦକ ଜିତେନ୍ଦ୍ର ପ୍ରମୁଖ କୁହନ୍ତି, ମୋ ସ୍କୁଲ ଅଭିଯାନରେ ଅନୁଦାନ କ୍ଷେତ୍ରରେ ଏହି ବିଦ୍ୟାଳୟ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ପୁରାତନ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ସାରିଲେଣି। ଆହୁରି ଅଧିକ ଅନୁଦାନ କିଭଳି ଆସିବ ସେଥିପ୍ରତି ଆମର ଉଦ୍ୟମ ରହିଛି। ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ କୁହନ୍ତି, ବର୍ତ୍ତମାନ ସୁଦ୍ଧା ସ୍କୁଲର ବହୁ ଉନ୍ନତୀକରଣ କାର୍ଯ୍ୟ ହୋଇସାରିଲାଣି। ପୁରାତନ ଛାତ୍ରୀଛାତ୍ରମାନଙ୍କ ଆର୍ଥିକ ସହାୟତାରେ ଏହି ସବୁ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ପ୍ରକାଶଥାଉ କି, ବଅଁରପାଳ ବ୍ଲକରେ ୮୫ଟି ଉପ୍ରା ବିଦ୍ୟାଳୟ ଥିବାବେଳେ ୩୦ଟି ଉଚ୍ଚ ବିଦ୍ୟାଳୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri