ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରାପଡ଼ିଆରୁ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।
ପ୍ରକାଶ ଯେ, ବ୍ରାହ୍ମଣବିଲ ଗ୍ରାମର କଲ୍ୟାଣ ମଣ୍ଡପକୁ ଲାଗିଥିବା ସରକାରୀ ଜମିରେ ଉକ୍ତ ଗ୍ରାମର ୭ଟି ପରିବାର ଦୀର୍ଘ ୧୫ ବର୍ଷରୁ ଏଯାବତ୍‌ ଜବର ଦଖଲକରି ରହି ଆସୁଛନ୍ତି। ଏ ନେଇ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମ୍ୟକମିଟ ବୈଠକ ଅନୁଯାୟୀ ଜାନୁୟାରୀ ୧୬ ତାରିଖ ମଧ୍ୟରେ ଉକ୍ତ ପଡ଼ିଆରୁ ଜବରଦଖଲ ଉଚ୍ଛେଦ କରା ନ ଗଲେ ୧୮ତାରିଖରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଦିଆଯିବ ବୋଲି ଲିଖିତ ଭାବେ ପ୍ରଶାସନକୁ ଜଣା ଯାଇଥିଲା। ଏ ନେଇ ବ୍ରାହ୍ମଣବିଲ ଗ୍ରାମ ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ଶନିବାର ଗ୍ରାମବାସୀ ତହସିଲ କର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡାରେ ଫୁଟିଲା ଗୁଳି: ଟଳିଲେ ୨ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା,୧୩।୧୨(ଡି.ଏନ୍‌.ଏ):ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫୁଟିଲା ଗୁଳି। ସିଙ୍ଗାରାମଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ରବିବାର ଦୁଇ ମାଓବାଦୀଙ୍କ ମୃତ୍ୟୁ...

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ...

ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ...

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

ଗଞ୍ଜାମ ଜିଲାପାଳନଙ୍କ ଦିଗପହଣ୍ଡି ଗସ୍ତ: କରୋନା ମୁକାବିଲା ନିମନ୍ତେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଲେ ଗୁରୁମନ୍ତ୍ର

ଦିଗପହଣ୍ଡି,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଗସ୍ତ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ...

ରୋଗରେ ପଡ଼ି ହଷ୍ଟେଲ ଛାଡୁଛନ୍ତି ଅନ୍ତେବାସୀ

କେନ୍ଦ୍ରାପଡ଼ା ଅଫିସ, ୩୦ା୯:ଭିନ୍ନକ୍ଷମ ଓ ନିଷ୍ପେଷିତ ଶିଶୁଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନଙ୍କ ଚିକିତ୍ସା ସହ...

Advertisement
Archives

Model This Week