Posted inଜାତୀୟ

ଇ-ବର୍ଜ୍ୟ ଆକଳନ ଲାଗି ବ୍ୟବସ୍ଥା ନାହିଁ: ଭର୍ତ୍ତୃହରିଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ,୨୩ା୬: ଦେଶରେ ଇ-ବର୍ଜ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ ସତର୍କ କରାଇଦିଆଯିବା ସତ୍ତ୍ୱେ ଏହାର ଆକଳନ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଲୋକ ସଭାରେ ଶନିବାର ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ଦେଶରେ ବର୍ଷକୁ କେତେ ପରିମାଣର ଇ-ବର୍ଜ୍ୟ ସୃଷ୍ଟି ହେଉଛି ଏବଂ ତାହାର ପୁନଃଚକ୍ରଣ (ରିସାଇକ୍ଲିଂ) ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଥିଲେ, ଇ-ବର୍ଜ୍ୟ କେତେ ସୃଷ୍ଟି ହେଉଛି ତାହା ଆକଳନ କରିବା ଲାଗି ସରକାର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ତେବେ ଦେଶରେ ୧.୪୭ ଲକ୍ଷ ଟନ୍‌ ଇ-ବର୍ଜ୍ୟ ସୃଷ୍ଟି ହେଉଥିବା ୨୦୦୫ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆକଳନ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ। ୨୦୧୦ରେ ୮ ଲକ୍ଷ ଟନ୍‌ ଇ-ଓ୍ବେଷ୍ଟ ସୃଷ୍ଟି ହେବ ବୋଲି ସେତେବେଳେ ସିପିସିବି ପୂର୍ବାନୁମାନ କରିଥିଲା। ଜାତିସଂଘ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଇ-ବର୍ଜ୍ୟ ତଦାରଖ ୨୦୧୭ ରିପୋର୍ଟ ଅନୁଯାୟୀ ୨୦୧୬ରେ ଭାରତରେ ୨୦ ଲକ୍ଷ ଟନ୍‌ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ସେହିବର୍ଷ ଓଡ଼ିଶା ୧୨୩୬.୫୦ ଟନ୍‌ ଇ-ବର୍ଜ୍ୟ ଫିଙ୍ଗିଥିବା ଏମ୍‌ଏଆଇଟି ପକ୍ଷରୁ କୁହାଯାଇଛି। ଦେଶରେ ମୋଟ ୩୦୪ଟି ବିଘଟନକାରୀ ଓ ପୁନଃଚକ୍ରଣ ସଂସ୍ଥାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଓଡିଶାରେ ବର୍ଷକୁ ୩୬୮୦ ଟନ୍‌ ବର୍ଜ୍ୟ ପୁନଃଚକ୍ରଣ କ୍ଷମତା ଥିବା ଏଭଳି ୩ଟି ସଂସ୍ଥାକୁ ସ୍ବୀକୃତି ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ଏନ୍‌କାଉଣ୍ଟରେ ମୃତ ଅଭିଯୁକ୍ତଙ୍କ ଶରୀର

ହାଇଦ୍ରାବାଦ,୧୦।୧୨: ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତ ଶରୀର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ବୋଲି...

ଗନ୍‌-ଗର୍ଲଫ୍ରେଣ୍ଡ-ଗ୍ଲାମର : ପଞ୍ଜାବରେ ବେଲଗାମ ଅଣ୍ଡରଓ୍ବାଲର୍‌ଡ…

ଚଣ୍ଡିଗଡ଼,୪।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଦାବି କରିଛନ୍ତି ଯେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟାଇଥିବା ଗୋଲ୍ଡି ବରାଡଙ୍କୁ ଆମେରିକୀୟ ପୋଲିସ ଗିରଫ କରିଛି।...

ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ: ୨ ଆଫଗାନିସ୍ତାନ ନାଗରିକ ଗିରଫ, ୧୨ଶହ କୋଟି ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟରେ ପୋଲିସ ୨ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିବା ସହ...

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଭିଡିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୪।୧୦: ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୃତି ଓ...

ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ...

‘ଭଗବାନ କୃଷ୍ଣ ସେମାନଙ୍କୁ ଅଭିଶାପ ଦେବେ’

ଲକ୍ଷ୍ନୌ,୪।୧: ସରକାରରେ ଥାଇ ଯେଉଁମାନେ ମଥୁରା ଏବଂ ବୃନ୍ଦାବନ ପାଇଁ କିଛି କରି ନାହାନ୍ତି, ସେମାନଙ୍କୁ ଭଗବାନ କୃଷ୍ଣ ଅଭିଶାପ ଦେବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ...

ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର

ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା...

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ...

Advertisement
Archives

Model This Week