Posted inଜାତୀୟ

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍‌ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧ରେ ସଂଶୋଧନ ଆଣିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଆବେଦନ କରାଯାଇଛି। ଦେଶର ନାମ ବଦଳିବା ଦ୍ୱାରା ଆମ ନିଜ ଜାତୀୟତାବାଦ ଉପରେ ଗର୍ବ ଅନୁଭବ ହେବ ବୋଲି ପିଟିଶନରେ ଦାବି କରାଯାଇଛି। ଶୁକ୍ରବାର ପିଟିଶନର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ରହି ନ ପାରିବାରୁ ୨ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଦିଲ୍ଲୀର ଆବେଦନକାରୀଙ୍କ କହିବା ଅନୁଯାୟୀ ଦେଶର ନାଗରିକମାନଙ୍କୁ ଉପନିବେଶବାଦର ଅତୀତକୁ ଭୁଲିବାକୁ ହେଲେ ଏଭଳି ସଂଶୋଧନର ଆବଶ୍ୟକତା ରହିଛି। ଇଂଲିଶ ନାମକୁ ବଦଳାଗଲେ ଭବିଷ୍ୟତ ବଂଶଧରଙ୍କ ମଧ୍ୟରେ ଆମର ଜାତୀୟତାବାଦ ପ୍ରତି ଗର୍ବ ଆସିବ। ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର ହେଲେ ଏହା ଦେଶର ସ୍ବାଧୀନତା ପାଇଁ ଆମ ପୂର୍ବପୁରୁଷମାନଙ୍କ ଦୀର୍ଘଦିନର ସଂଗ୍ରାମକୁ ଯଥାର୍ଥ ପ୍ରତିପାଦନ କରିବ ବୋଲି ପିଟିଶନରେ କୁହାଯାଇଛି। ୧୯୪୮ ସମ୍ବିଧାନ ସଭା ଆଲୋଚନାରେ ଚିଠା ସମ୍ବିଧାନର ଅନୁଚ୍ଛେଦ ୧ ଉପରେ ବିତର୍କ ହୋଇଥିଲା। ସେତେବେଳେ ଦେଶର ନାଁ ଭାରତ କିମ୍ବା ହିନ୍ଦୁସ୍ଥାନ ରଖିବା ସପକ୍ଷରେ ଜୋର୍‌ଦାର ଦାବି ଉଠିଥିଲା। ଏବେ ଦେଶକୁ ମୂଳ ନାଁରେ ପରିଚିତ କରାଇବାର ସମୟ ଆସିଛି ବୋଲି ପିଟିଶନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଗଡ଼ ଶିଶୁ ହତ୍ୟା ମାମଲା: ପ୍ରତିକ୍ରିୟା ପ୍ରକାଶ କଲେ ଟ୍ବିଙ୍କିଲ-ଅକ୍ଷୟ

ମୁମ୍ବାଇ,୮।୬: ଉତ୍ତର ପ୍ରଦେଶ ଆଲିଗଡରେ ହୋଇଥିବା ଶିଶୁ ହତ୍ୟା ମାମଲାକୁ ବିରୋଧ କରି ପ୍ରଥମେ ଅନୁପମ ଖେର, ସୋନମ କପୁର, ସନ୍ନି ଲିଓନ ଆଦି ଟୁଇଟ୍‌...

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା...

ଦହି ସହ ଚିନି ଖାଆନ୍ତି କାହିଁକି…

ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ। ଯାହାଦ୍ୱାରା ଆମେମାନେ ସେହି...

ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼

ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ...

ସରକାରୀ ବାବୁଙ୍କୁ ସିଭିସି ଛାଟ: ୩୦ ନଭେମ୍ବର ସୁଦ୍ଧା ଦେବାକୁ ହେବ ସମ୍ପତ୍ତି ତାଲିକା, ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫।୧୧: ସେଣ୍ଟ୍ରାଲ ଭିଜିଲାନ୍ସ୍‌ କମିଶନ(ସିଭିସି) ପକ୍ଷରୁ ସରକାରୀ ବାବୁମାନଙ୍କୁ ତାଗିଦ୍‌ କରାଯାଇଛି। ନଭେମ୍ବର ୩୦ ସୁଦ୍ଧା ସମସ୍ତ ସରକାରୀ ଅଫିସରଙ୍କୁ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ...

ଆଇନକୁ ବେଖାତିର: ହିଂସାକାଣ୍ଡ ପରେ ପୋଲିସ ସମ୍ମୁଖରେ ବାହାରିଗଲେ ଦୁର୍ବୁତ୍ତ; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ବୁତ୍ତମାନେ...

କଂଗ୍ରେସର କଟାକ୍ଷ, ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ଆଜାଦଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟଜ୍ଞାନ…

ନୂଆଦିଲ୍ଲୀ, ୩୦।୮ : କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର କଂଗ୍ରେସ ପକ୍ଷରୁ କଡ଼ା ଜବାବ...

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ,୧୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌...

Advertisement
Archives

Model This Week