ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଅନୁରୋଧ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସାମ୍ପ୍ରତିକ ସ୍ଥିତିରେ କରୋନା ବ୍ୟତୀତ ଅନ୍ୟ କିଛି ଗୁରୁତର ରୋଗରେ ପୀଡ଼ିତଙ୍କୁ ଅଧିକାଂଶ ସରକାରୀ ଏବଂ ଘରୋଇ ଡାକ୍ତରଖାନା ଉପଯୁକ୍ତ ଚିକିତ୍ସା ଦେଉନାହାନ୍ତି, ଯେଉଁଥିଲାଗି ସେମାନେ ବହୁତ ହଇରାଣ ହେଉଛନ୍ତି। ଏନେଇ ଦୃଷ୍ଟିଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବାହାରେ ରହୁଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଦାଦନ ଯାଇଥିବା ଶ୍ରମିକମାନଙ୍କ ସୁରକ୍ଷା ଲାଗି ସେମାନଙ୍କୁ ବିଶେଷ ସହାୟତା, ଖାଦ୍ୟ ସୁରକ୍ଷା ଲାଗି ସରକାର ବହୁ ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ଖାଦ୍ୟ, ମେଡିସିନ ଏବଂ ଚିକିତ୍ସା ସୁବିଧା ଦେବା ଲାଗି ଚେଷ୍ଟା କରାଯିବା ଆବଶ୍ୟକ। ବାହାର ରାଜ୍ୟରେ କରୋନା ଯୋଗୁ ଫସି ରହିଥିବା ଶ୍ରମିକମାନଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ବର୍ତ୍ତମାନ ସମୟରେ ସେହି ଶ୍ରମିକମାନଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ। ଏହି ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ୨୫ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ସେବାୟତମାନଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ମିଳିବା ନେଇ ସରକାର ଘୋଷଣା କରିବାପରେ କେନ୍ଦ୍ରମନ୍ତ୍ରୀ ଅନ୍ୟ ମନ୍ଦିରଗୁଡିକ ଲାଗି ସମାନ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ୟେ, ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ୫ ହଜାର ଟଙ୍କା ଦେବା ଲାଗି ଯେଉଁ ଘୋଷଣା କରିଛି ତାହା ସ୍ବାଗତଯୋଗ୍ୟ। ସେହିପରି ସାକ୍ଷୀଗୋପାଳର ଗୋପାଳଜୀ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ଅନ୍ୟ ମନ୍ଦିରଗୁଡିକର ସେବାୟତମାନଙ୍କ ଲାଗି ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମେଟଲ୍‌ ମିଟ୍‌-୨୦୧୯’; ଘୋଷଣା ହେଲା ସିନିୟର ଟପ୍‌-୮, ଏଥର ୩ ନୂଆ ଟିମ୍‌କୁ ମିଳିଲା ଫିନାଲେ ଟିକେଟ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ...

ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫...

ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଜିଲାରେ ବର୍ଷା...

ଖାରବେଳ ଭବନରେ ଖୋଲିବ ଏଜି ଅଫିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ନିକଟରେ ଉଦ୍‌ଘାଟନ ହୋଇଥିବା ଖାରବେଳ ଭବନରେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ହାଇକୋର୍ଟ ଠାରୁ ଆରମ୍ଭ କରି...

ହେଳା କଲେ ଭେଳା ବୁଡ଼େ

ନୂଆଦିଲ୍ଲୀ,୨୪ା୫: ଭାରତ ସମେତ ୧୧ ଦେଶ କୋଭିଡ୍‌-୧୯ ଭୂତାଣୁକୁ ହେୟଜ୍ଞାନ କରି ଉଚିତ ଢଙ୍ଗରେ ଏହାର ମୁକାବିଲା କରି ନାହାନ୍ତି। ଫଳରେ ଏହି ରାଷ୍ଟ୍ରଗୁଡ଼ିକର ଲୋକପ୍ରିୟ...

୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା...

ଝାରସୁଗୁଡା ଉପ ନିର୍ବାଚନ: ବିଜେଡି, ଭାଜପାର ଷ୍ଟାର ପ୍ରଚାରକ

ବିଜେଡି- ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା,ପଦ୍ମନାଭ...

ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ସଭା

ଖୋର୍ଦ୍ଧା ଅଫିସ,୯ା୧: ଗଡମାଣତୀରର ରାମଚଣ୍ଡୀଙ୍କ ପୀଠରେ ଭାଜପାର ଦକ୍ଷିଣ ବେଗୁନିଆ ପକ୍ଷରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି...

Advertisement
Archives

Model This Week