Posted inରାଜ୍ୟ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ: କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଧୀରେ ଧୀରେ ଘନିଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ପରେ ପୁଣି ଉତ୍ତର-ଉତ୍ତର- ପୂର୍ବ ଦିଗ ମିଆଁମାର ଆଡ଼କୁୁ ଗତି କରିବା ସମ୍ଭାବନା ରହିଛି। ତେବେ ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ୩୦ରୁ ୪୦ କି.ମି. ବେଗରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ବୌଦ୍ଧ ଏବଂ ବଲାଙ୍ଗୀରରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ ଏବଂ ଓଡ଼ିଶା ଉପର ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ଝଡବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୧.୨, ପାରାଦୀପ ୧୩.୪ ଏବଂ ଭୁବନେଶ୍ୱର ୨୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ଟିଟିଲାଗଡ ଓ ମାନଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଲେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩,୫୩୨ ପିଲାଙ୍କୁ ମିିଳିନି ବହି

ଜଗତ୍‌ସିଂହପୁର ଅଫିସ, ୧୦ା୬: ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଖାଲି ଶିକ୍ଷକ...

ଭିଜିଲାନ୍ସ ଜାଲରେ ଜେଇ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସର୍ବଶିକ୍ଷା ଅଭିଯାନ ଅଫିସରେ କାର୍ଯ୍ୟରତ ଜେଇ ଅଭୟ ପତିଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ...

ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ...

ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ...

ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି।...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

କୋକସରା,୧୬ା୭(ଡି.ଏନ୍‌.ଏ.): କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡ଼ା ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ। ମାସକ ତଳେ ପ୍ରେମ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୬,୬୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

Advertisement
Archives

Model This Week