ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୫ରୁ ପ୍ରତିଷ୍ଠାନରେ ପାଠପଢା ଆରମ୍ଭ ହୋଇଛି। ଅଧିବେଶନକୁ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ଉପସଭାପତି ସି.ଆର୍‌.ଚୌଧରୀ ଉନ୍ମୋଚନ କରିଥିଲେ। ଓଡ଼ିଶାରେ ଅନେକ ପ୍ରତିଭାବାନ ଛାତ୍ରୀଛାତ୍ର ରହିଥିବା ଚୌଧୁରୀ ଏଥିରେ ଗୁରୁତ୍ୱାରୋପ କରିଛନ୍ତି। ଏଠାକାର ଛାତ୍ରୀଛାତ୍ର ବହୁତ ପରିଶ୍ରମୀ ହୋଇଥିବା ବେଳେ ଠିକ୍‌ ମାର୍ଗଦର୍ଶନ ପାଇଲେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ମତ ରଖିଛନ୍ତି। ଛାତ୍ରୀଛାତ୍ରଙ୍କ ମେଡିକାଲ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାର ସ୍ବପ୍ନକୁ ପୂରଣ କରିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ସେ କହିଛନ୍ତି। ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରିବା ସହ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଅଭିଜ୍ଞ ଫାକଲଟିଙ୍କ ସହ କାର୍ଯ୍ୟ କରୁଥିବା ଭୁବନେଶ୍ୱର ସେଣ୍ଟର ମୁଖ୍ୟ ଅନୁରାଗ ମିଶ୍ର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଆଲେନ୍‌ର ଉପସଭାପତି ପଙ୍କଜ ଅଗ୍ରଓ୍ବାଲ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୪.୯%

  ଭୁବନେଶ୍ୱର,୧।୯: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁନ୍‌ ମାସରେ ୩୩୨ ପଏଣ୍ଟ ଥିଲା। ଜୁଲାଇରେ ଏହା ୪ ପଏଣ୍ଟ...

୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ...

ଜୀବନ ଜିଇଁବାର ଦିଗ ବଦଳାଇଦେବ ୫ଜି

ନୂଆଦିଲ୍ଲୀ,୧।୩: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଜେଟ ପରବର୍ତ୍ତୀ ଏକ ୱେବିନାର୍‌ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହି...

ଚାଇନାକୁ ୫୦ ହଜାର କୋଟିର ଝଟ୍‌କା…

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ...

ସର୍ବନିମ୍ନ ସ୍ତରକୁ ଖସିିପାରେ ଜିଡିପି:ମୂର୍ତ୍ତି

ନୂଆଦିଲ୍ଲୀ,୧୨।୮: ମହାମାରୀ ଜନିତ ପ୍ରଭାବ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ୫% ଖସିପାରେ। ଦେଶର ଜିଡିପି ଅଭିବୃଦ୍ଧି ସ୍ବାଧୀନତା ପରଠୁ ସବୁଠାରୁ...

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପିସିଏ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯-୯: ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ)କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟାଙ୍କର ନିର୍ଦ୍ଦେଶକଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାରୁ ଏଭଳି...

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ-୨୦୧୯

ଭୁବନେଶ୍ୱର,୧୫-୬(ବ୍ୟୁରୋ): ପ୍ରମୁଖ ଗହଣା ଶୋ’ରୁମ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜ ପରୀ-୨୦୧୯ର ଫାଇନାଲ ସ୍ଥାନୀୟ ଶହୀଦ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

Advertisement
Archives

Model This Week