ଆମେରିକାରେ ଚାଇନା କମ୍ପାନୀ ହୁଏଇ ବ୍ୟାନ୍‌

ଓ୍ବାଶିଂଟନ,୧୭-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ଟେଲିକମ୍‌ କମ୍ପାନୀ ହୁଏଇ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ବ୍ୟାନ କରିଦେଇଛନ୍ତି। ଏଣିକି ରାଷ୍ଟ୍ରୀୟ ସୁରକ୍ଷା ହିତରେ ବିଦେଶରେ ନିର୍ମିତ ଟେଲିକମ୍‌ ଉପକରଣ ବ୍ୟବହାର ନ କରିବା ଲାଗି ଆମେରିକା କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି ଗଭୀର ହେବ ବୋଲି କୁହାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ ଏ ସମ୍ପର୍କରେ ଆଗତ ଏକ ଆଦେଶରେ ସ୍ବାକ୍ଷର କରିଛନ୍ତି। ଏହି ଆଦେଶରେ କୌଣସି ଦେଶର ଅଥବା କମ୍ପାନୀ ସମ୍ପର୍କରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇ ନ ଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ହୁଏଇ ଆମେରିକା ପାଇଁ ବିପଦ ବୋଲି ଆମେରିକା ଅଧିକାରୀଗଣ ପ୍ରକାଶ କରିସାରିଛନ୍ତି। ହୁଏଇଠାରୁ ୫ଜି ଟେଲିକମ୍‌ ପ୍ରଯୁକ୍ତି ନ କିଣିବା ଲାଗି ଆମେରିକା ଏହାର ସହଯୋଗୀ ଦେଶଗୁଡ଼ିକୁ ପରାମର୍ଶ ଦେଇଛି। ଟ୍ରମ୍ପଙ୍କ ଉକ୍ତ ନିଷ୍ପତ୍ତି ପରେ ଆମେରିକାର ପ୍ରଯୁକ୍ତି କିଣିବା ଲାଗି ଏଣିକି ହୁଏଇକୁ ପ୍ରାକ୍‌ ଲାଇସେନ୍ସ ନେବାକୁ ହେବ। ଖୁବଶୀଘ୍ର ହୁଏଇ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ କଳାତାଲିକାଭୁକ୍ତ କରାଯିବ ବୋଲି ଆମେରିକା ବାଣିଜ୍ୟ ବିଭାଗର ଉଦ୍ୟୋଗ ଏବଂ ସୁରକ୍ଷା ବ୍ୟୁରୋ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦.୯% ଖସିପାରେ ରିୟଲ ଜିଡିପି

ନୂଆଦିଲ୍ଲୀ,୨।୯: ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)୨୩.୯% ଖସିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ୧୦.୯% ଖସିପାରେ ବୋଲି ଷ୍ଟେଟ...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌...

ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ...

କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା...

ତୈଳ ଉତ୍ପାଦନରେ ହ୍ରାସ

ନୂଆଦିଲ୍ଲୀ, ୨୧।୪: ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୧-୨୨ରେ ଭାରତର ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେଶନ...

୮୦ ଟପିଲା ଡିଜେଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଦେଶର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହି ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡରେ...

Advertisement
Archives

Model This Week