ଆମଦାନୀ ଶୁଳ୍କ ନେଇ ଭାରତକୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦-୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ନେଇ ପୁଣିଥରେ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ବିଶେଷ କରି କାଗଜାତ ସାମଗ୍ରୀ ଓ ହାର୍ଲେ ଡେଭିଡସନ ମୋଟରସାଇକେଲ ଉପରେ ଭାରତରେ ବଡ଼ ଧରଣର ଶୁଳ୍କ ଆଦାୟ କରାଯାଉଛି। ଉଚ୍ଚ ଶୁଳ୍କ କାରଣରୁ ଆମେରିକାକୁ ଭାରତ,ଚାଇନା ଏବଂ ଜାପାନ ଭଳି ଦେଶରୁ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ୁଛି। ରବିବାର ବିସ୍କୋସିନ୍‌ ରାଜ୍ୟର ଗ୍ରିନ ଓ୍ବେ ସହରରେ ରିପବ୍ଲିକାନ ପାର୍ଟି ପକ୍ଷରୁ ଆୟୋଜିତ ଏକ ରାଜନୈତିକ ରାଲିରେ ଯୋଗ ଦେବା ଅବସରରେ ନିଜର ଉଦ୍‌ବୋଧନରେ ଟ୍ରମ୍ପ କହିଛନ୍ତି ଯେ, ବିଗତ ବର୍ଷ ମାନଙ୍କରେ ଉକ୍ତ ସମସ୍ତ ଦେଶ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି। ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ବାରମ୍ବାର ଭାରତକୁ ‘ଶୁଳ୍କର ରାଜା’ ବୋଲି ସମ୍ବୋଧନ କରୁଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ଉପରେ ଭାରତ ବିଗତ କିଛି ବର୍ଷ ହେଲା ଅତ୍ୟଧିକ ଆମଦାନୀ ଶୁଳ୍କ ଆଦାୟ କରୁଛି। ଭବିଷ୍ୟତରେ ଆମେରିକା ଆଉ କ୍ଷତି ସହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶା ଖଣିଜ ସମ୍ପଦର ହବ୍‌’

ଭୁବନେଶ୍ୱର,୧।୧: ଓଡ଼ିଶା ମାଇନିଂ ଓ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଣ୍ଟରନ୍ୟାଶନାଲ ଏକ୍ସପୋରେ କୋଣାର୍କ ଇନ୍‌ଫ୍ରାକୋର୍‌ ନିର୍ମାଣ ଓ ଖଣି ଉପକରଣ ନିର୍ମାତା ଲିୟୁଗୋଙ୍ଗ୍‌ ଇଣ୍ଡିଆ ପ୍ରତିନିଧିତ୍ୱ କରିଥିଲା। ଏ...

ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ,୨-୬: ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଅର୍ଥାତ ସେ ବିନାନୁମତିରେ ଆଉ ବିଦେଶ ଯାଇପାରିବେ ନାହିଁ।...

ପେଟ୍ରୋଲ ଉପରେ ୨୭୫% ଟିକସ

ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍‌ ୭ରେ...

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି...

ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି।...

ଏଚ୍‌ପିର ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୨: ଦେଶର ପ୍ରମୁଖ ଆଇଟି ବ୍ରାଣ୍ଡ୍‌ ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ‘ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର’ ପ୍ରଥମ ଥର...

ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨...

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ...

Advertisement
Archives

Model This Week