ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଛି। ଲୋକେ ଘର ନ କରି ସରକାରୀ କର୍ମଚାରୀଙ୍କୁ ଧରି ଟଙ୍କା ହଡପ କରିଛନ୍ତି। ସେହିପରି ଏବେ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କାଘର ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଯଦି ପ୍ରକୃତରେ ସର୍ଭେ ହେଉଥାନ୍ତା, ତାହାଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡନ୍ତେ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଗତ କୋତେଟି ଘଟଣାରୁ ସ୍ପଷ୍ଟ ହୋଇଛି। ତାମ୍ବିସୁଗା ଗ୍ରାମର ନରେଶ କହଁର, ଡେରାକୂମ୍ପା ଦାନା କହଁର, ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ, ବନ୍ଧଗଡର ଇନ୍ଦୁମତୀ ଦିଗାଲ ଏବଂ ଏବେ କାଦାରି ଗ୍ରାମର ଲେବେନ୍ଦ୍ର କହଁରଙ୍କ କଥା ବିଚାରକୁ ନେଲେ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିବା ସାମାଜିକ ଆର୍ଥିକ ଜାତି ଗଣନା(ଏସ୍‌ଇସିସି)ରେ ଜାଲିଆତି ହୋଇଥିବା ଏସବୁ ଘଟଣାରୁ ବୁଝାପଡୁଛି। ସଲାଗୁଡା ପଞ୍ଚାୟତ କାଦାରି ଗ୍ରାମର ଲେବେନ୍ଦ୍ରଙ୍କ ଚାଳ ଛପର ଘର ଥିଲା। ଏବେ ତାହା ଭାଙ୍ଗିରୁଜି ଯିବାରୁ ପଲିଥିନ ପକାଇ ରହୁଛନ୍ତି। ବର୍ଷା ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ନେଇ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ ପଚାରିବାରୁ ୨୦୧୧ରେ ଏସ୍‌ଇସିସି ତାଲିକା ହୋଇଥିଲା। ସେତେବେଳେ ଯେଉଁମାନଙ୍କ ନଁା ଥିଲା ସେମାନେ ଘର ପାଇଥିଲେ ଏବଂ ପାଉଛନ୍ତି। ଯେଉଁମାନେ ବାକି ରହିଗଲେ ସରକାର ୨୦୧୭ ଜୁନରେ ପୁଣି ଏକ ସ୍ବତନ୍ତ୍ର ଗ୍ରୀନ ଫର୍ମରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବହୁ ଲୋକେ ଆବେଦନ କରିଛନ୍ତି। ପଞ୍ଚାୟତସ୍ତରରେ ନିଶ୍ଚିତ ଭାବେ ସଚେତନତା ମୂଳକ କାର୍ଯ୍ୟ କରାଯାଇଥିବ। ଯଦି ବାଦ ପଡିଥିବା ଲୋକେ ଆବେଦନ ନ କରିବେ ତାହାଲେ ଆମେ କ’ଣ କରିବୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ତାମ୍ବିସୁଗା ଗ୍ରାମର ନରେଶ କହଁର ଓ ତାଙ୍କ ପରିବାର ଲୋକେ ଏବେ ପଡୋଶୀଙ୍କ ଘରେ ରହୁଛନ୍ତି। ଗତବର୍ଷ ଲଗାଣ ବର୍ଷାରେ ତାଙ୍କ ଘର ଭୂଷୁଡି ପଡିଥିଲା। ଏହି ଘଟଣାକୁ ଇତି ମଧ୍ୟରେ ୯ ମାସ ପୁରିବାକୁ ବସିଥିଲେ ହେଁ, କିଛି ଅଗ୍ରଗତି ହୋଇନାହିଁ। ଗୋଚ୍ଛାପଡା ପଞ୍ଚାୟତ ଡେରାକୁମ୍ପା ଗ୍ରାମର ଦାନା କହଁର ଏବେ ପରିବାର ଲୋକଙ୍କୁ ଧରି ପଲିଥିନ ତଳେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅର୍ଥ ଅଭାବରୁ ଘର କରି ପାରୁ ନାହାନ୍ତି। ଭଙ୍ଗା ଘର ଉପରେ ପଲିଥିନ ପକାଇ ରହୁଛନ୍ତି। ସେହିପରି ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତଙ୍କ ଅବସ୍ଥା ମଧ୍ୟ ଅନୁରୁପ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ବହୁ ବର୍ଷ ଆଗରୁ ଆରପାରିକୁ ଚାଲି ଯାଇଛନ୍ତି। ୫/୬ ବର୍ଷ ପୂର୍ବେ ସ୍ତ୍ରୀ ମଧ୍ୟ ଆରପାରିରେ। ଏକୁଟିଆ ଏବଂ ଅସହାୟ ଅବସ୍ଥାରେ କାଣ୍ଡୁଲୁ ଭଙ୍ଗା ଚାଳିଆରେ ପଡି ରହିଛନ୍ତି। ସେହିପରି ବନ୍ଧଗଡ ଶାନ୍ତି ନଗରର ଇନ୍ଦୁମତି ପଲିଥିନ ତଳେ ପଡି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri