ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି :କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଏମ୍‌ପି

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଏବଂ ଆଠମଲ୍ଲିକ ବ୍ଲକରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ସମ୍ବଲପୁର ଏମ୍‌ପି ନୀତୀଶ ଗଙ୍ଗଦେବ ଦାବି କରିଛନ୍ତି। ଏ ନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ କେଉଁଠି ଶ୍ରେଣୀ କକ୍ଷ ନାହିଁ ତ କେଉଁଠି ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି। ସେହିପରି ଅନେକ ସ୍କୁଲରେ ଶ୍ରେଣୀ ଗୃହ ଭାଙ୍ଗି ଯାଇଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରମାନେ ପାଠ ପଢୁଥିବା ଦେଖିବାକୁ ମିଳୁଛି। ଫଳରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଘରୋଇ ବିଦ୍ୟାଳୟ ମୁହଁା ହେଉଛନ୍ତି। ଅନ୍ୟପକ୍ଷରେ ଘରୋଇ ବିଦ୍ୟାଳୟରେ ଅତ୍ୟଧିକ ଫି ଯୋଗୁ ନାମ ଲେଖାଇପାରୁ ନ ଥିବା ପିଲାମାନେ ଉନ୍ନତ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଆଠମଲ୍ଲିକ କିମ୍ବା ଛେଣ୍ଡିପଦା ଅଞ୍ଚଳର ଛାତ୍ରୀଛାତ୍ରମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିବା ପାଇଁ ପ୍ରତିଦିନ ଅନୁଗୋଳ ସହରକୁ ଯିବା ଆସିବା କରିବା ସମ୍ଭବପର ହେଉନାହିଁ। ତେଣୁ ଏହି ୨ଟି ବ୍ଲକରେ ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତା ରହିଥିବା ଏମ୍‌ପି ଗଙ୍ଗଦେବ ଦାବିପତ୍ରରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri