ଆଇସ୍କାନ ହୋଇପାରେ ସୁପରସ୍ପ୍ରେଡର

ସମ୍ବଲପୁର,୭ା୫(ବ୍ୟୁରୋ): ସମ୍ବଲପୁର ଜିଲାରେ ଆସନ୍ତା ୧୧ ତାରିଖରୁ ଧାନ କିଣାବିକା ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏଥିପାଇଁ କେତେକ ଚାଷୀଙ୍କୁ ଟୋକନ ଦିଆଯାଇଛି। ହେଲେ ଏଥିପାଇଁ ଚାଷୀଙ୍କ ଟିପଚିହ୍ନ ସହ ଆଖି ସ୍କାନ କରିବାର ନିୟମ ରହିଛି । ଆଇସ୍କାନ କଲେ କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ହେବାର ଭୟ ରହୁଛି । ତେଣୁ ଚଳିତ ବର୍ଷ ପାଇଁ ଏହି ବ୍ୟବସ୍ଥା ଧାନ ସଂଗ୍ରହରେ ବାଦ ଦିଆଯାଉ ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି।
କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଲକ୍‌ ଡାଉନ୍‌ ସମୟରେ ମଧ୍ୟ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇ ଚାଷୀମାନଙ୍କୁ ସହଯୋଗ କରିଛନ୍ତି । ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ସାମାଜିକ ଦୂରତା ରଖିବା, ୩୦ରୁ ୩୫ ଜଣ ଚାଷୀ ପ୍ରତିଦିନ ଧାନ ବିକ୍ରି କରିବା, ଧାନ ସଂଗ୍ରହ କେନ୍ଦ୍ର ବୃଦ୍ଧି କରିବା ଭଳି କେତେକ ପଦକ୍ଷେପ ସରକାର ନେଇଛନ୍ତି । ହେଲେ ଏବେ ସବୁଠାରୁ ବଡ ସମସ୍ୟା ହୋଇଛି ଆଇସ୍କାନ କରିବା। ମାକେର୍ଟୟାର୍ଡରେ ଥିବା ଗୋଟିଏ ଆଇ ସ୍କାନ ମେଶିନରେ ସମସ୍ତ ଚାଷୀଙ୍କ ଆଖି ସ୍କାନ କରାଯିବ। ଏହା ଦ୍ୱାରା ଯଦି କାହାକୁ କରୋନା ସଂକ୍ରମଣ କରିଥାଏ ତାହା ହେଲେ କଥା ସରିଲା। ପରିସ୍ଥିତି ସମ୍ଭାଳିବା ସହଜ ହେବନି। ଏହି ଆଇସ୍କାନର ସୁପର ସ୍ପ୍ରେଡର ହୋଇଯିବ। ଏବେ ପଶ୍ଚିମ ଓଡିଶାର ଅନେକ ଜିଲା ସହିତ ସମ୍ବଲପୁର ଗ୍ରୀନ୍‌ ଜୋନ୍‌ରେ ରହିଛି । ତେଣୁ ଏଭଳି ସ୍ଥିତି ରହିବାକୁ ହେଲେ ଧାନ ସଂଗ୍ରହ ସମୟରେ ଆଇସ୍କାନର ବ୍ୟବହାର ବନ୍ଦ କରିବାକୁ ହେବ । ଚାଷୀଙ୍କ ଜୀବନ ପ୍ରତି ବିପଦ ରହୁଛି। ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଆଶୋକ ପ୍ରଧାନ, ଅନ୍ୟତମ ଆବାହକ ଲିଙ୍ଗରାଜ, ଜିଲା ସଭାପତି ମୁରାରୀ ପ୍ରସାଦ ପୁରୋହିତ, ସଂପାଦକ ବ୍ୟୋମକେଶ ଠାକୁର ଦାବି କରିଛନ୍ତି । ସେହିପରି ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ରାଜ୍ୟ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଚିଠି ଲେଖି ଏହି ଆଇସ୍କାନ ପ୍ରକ୍ରିୟାକୁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶୀପୁର ବନ୍ଦ ପାଳନ

ରାୟଗଡ଼ା ଅଫିସ,୫।୧: ରାୟଗଡ଼ା ଜିଲା କାଶୀପୁର ବ୍ଲକସ୍ଥିତ ବାଫାଲମାଲି ଖଣି ଅଞ୍ଚଳରେ କର୍ମୀ ନିଯୁକ୍ତି ଦାବି ନେଇ ଚନ୍ଦ୍ରଗିରି ଛକରେ ଆନ୍ଦୋଳନରେ ବସିଥିବା ୩୪ ଜଣ...

ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ

ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ...

କୁଣ୍ଡବନ୍ଧର ମୂଲ୍ୟବାନ ଗଛ କାଟିନେଲେ ଦୁର୍ବୃତ୍ତ

ପୋଲସରା,୧୩ା୧(ଡି.ଏନ.ଏ.): ପୋଲସରା ଏନ୍‌ଏସିସ୍ଥିତ ପାଟିଗଡ଼ ଯିବା ରାସ୍ତାରେ ବହୁ ପୁରାତନ କୁଣ୍ଡବନ୍ଧ ପୋଖରୀର ଚାରିପଟେ ଥିବା ବହୁ ମୂଲ୍ୟବାନ ଗଛଗୁଡ଼ିକୁ ସ୍ଥାନୀୟ ଅଞ୍ଚଳର କିଛି ଜମି...

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫ ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର...

ଜିଲା ଭାଜପା କମିଟି ବୈଠକ: ସିଏଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ

ଅନୁଗୋଳ ଅଫିସ, ୮।୧- ଅନୁଗୋଳ ଜିଲା ଭାଜପା କମିଟି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଜିଲା କଳା କେନ୍ଦ୍ରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ନୂତନ...

ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ

ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ...

ମାସ୍କ, ସାନିଟାଇଜର ବାଣ୍ଟିଲା ବନ୍ଧନବ୍ୟାଙ୍କ

ଭଦ୍ରକ ଅଫିସ,୨୧।୪: ବନ୍ଧନ ବ୍ୟାଙ୍କ ପକ୍ଷରୁ ଜିଲାପ୍ରଶାସନକୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଛି। ଜିଲାପାଳ, ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ...

କାମ କରିବାକୁ ଆନ୍ଧ୍ର ଯାଇଥିଲେ, ଫେରିଲା ମୃତଦେହ 

ନନ୍ଦପୁର, ୧୩ା୬ (ଡି.ଏନ.ଏ.): ନିଜ ଅଞ୍ଚଳରେ କୌଣସି କର୍ମସଂସ୍ଥାନ ନ ପାଇ ଗ୍ରାମର କେତେ ଜଣ ଲୋକଙ୍କ ସହ ଆନ୍ଧ୍ରର ବିଶାଖାପାଟଣାକୁ ଯାଇ କାମ କରୁଥିଲେ...

Advertisement
Archives

Model This Week