ଅସୁରକ୍ଷିତ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା, ୨୧।୫(ଡି.ଏନ.ଏ.)

ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇବାକୁ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା। ଏଥିପାଇଁ ଖର୍ଚ୍ଚ ହେଉଛି ବହୁ ଅର୍ଥ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ କାର୍ଯ୍ୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ଏପରି କି ବେଳେ ବେଳେ ଦଦରା ଗାଡ଼ିରେ ବିପଦପୂର୍ଣ୍ଣ ଅବସ୍ଥାରେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରୋଗୀଙ୍କୁ ଜରୁରିକାଳୀନ ସେବା ଯୋଗାଇବାକୁ ୧୦୮ ଆମ୍ବୁଲାନ୍ସ ପ୍ରଚଳନ କରାଯାଇଥିଲେ ହେଁ ଧୀରେ ଧୀରେ ଏହା ଲୋକଙ୍କ ଆସ୍ଥା ହରାଉଛି। ଭଙ୍ଗାରୁଜା ଅବସ୍ଥାରେ ମଧ୍ୟ ଏଥିରେ ରୋଗୀଙ୍କୁ ନିଆଯାଉଛି। ଶନିବାର ବଇଣ୍ଡାଠାରେ ଥିବା ଏକ ଦଦରା ୧୦୮ ଆମ୍ବୁଲାନ୍ସରେ ହଣ୍ଡପା ଅଞ୍ଚଳରୁ ଜଣେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବାବେଳେ ଗାଡ଼ିର ଅବସ୍ଥା ଦେଖି ସମ୍ପର୍କୀୟମାନେ ଅନ୍ୟ ଏକ ଘରୋଇ ଗାଡ଼ିରେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ୬ ମାସ ହେବ ଉକ୍ତ ଆମ୍ବୁଲାନ୍ସର ଏସି, ଫ୍ୟାନ, ସାଇଡ କାଚ ଆଦି ଖରାପ ହୋଇଯାଇଥିଲେ ବି ମରାମତି କରାଯାଉନାହିଁ। ସେହିପରି ବର୍ଷା ହେଲେ ଉକ୍ତ ଆମ୍ବୁଲାନ୍ସରେ ପାଣି ପଶିଯାଉଛି। ଫଳରେ ସେଥିରେ ରୋଗୀଙ୍କୁ ପରିବହନ କରିବା ସମ୍ଭବ ହେଉନାହିଁ। ଏଥିଯୋଗୁ ଅନେକ ସମୟରେ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି। ବର୍ଷା ଜଳ ଆମ୍ବୁଲାନ୍ସ ଭିତରେ ପଶିଯାଉଥିବାରୁ ବ୍ୟାପକ ଯନ୍ତ୍ରାଂଶ ଅଚଳ ହୋଇଯାଉଛି। ଏ ନେଇ ବଇଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଆମ୍ବୁଲାନ୍ସ ମରାମତି କରିବାକୁ ବଇଣ୍ଡା ଗ୍ରାମର ଭଗବାନ ଘିଓ୍ବାଲା, ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ଅଭିରାମ ସାହୁ, ରାଜେନ୍ଦ୍ର ସାହୁ, ରମାକାନ୍ତ ବେହେରା, ସଞ୍ଜୟ ସାହୁ, ପ୍ରଣୟ ଦେହୁରି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ସରିଆସୁଛି ଶହେ ଦିନିଆ ଶ୍ରେଣୀଶିକ୍ଷା

ଅନୁଗୋଳ ଅଫିସ, ୨୫।୩:  କରୋନା କଟକଣା ମଧ୍ୟରେ ଆସନ୍ତା ମେ ୩ରେ ହେକବ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ଅନୁଗୋଳ ଜିଲାର ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ...

ସରସ ସୁନ୍ଦର ହେବ ଓଡ଼ିଶା ଦିବସ

ଅନୁଗୋଳ ଅଫିସ,୨୨ ।୩ ଅନୁଗୋଳରେ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ କୋର୍ଟ...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ବଇଣ୍ଡା,୨୮।୫(ଡି.ଏନ.ଏ.)- କିଶୋରନଗର କଲେଜ ନିକଟରେ ମହେଶ୍ୱର ସାହୁଙ୍କର ଚାଳ ଛପର ଦୋକାନଟି ମଙ୍ଗଳବାର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ...

ଭୋଟ ବର୍ଜନ ନିଷ୍ପତ୍ତି

ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ...

ଆନ୍ଧ୍ର ଫେରନ୍ତା ପରିବାରକୁ କ୍ୱାରାଣ୍ଟାଇନରେ ରଖାଗଲା

ବଇଣ୍ଡା,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଆନ୍ଧ୍ରରୁ ଆସିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ନୁନୁକାପଶି ପଞ୍ଚାୟତ ଓ ହଣ୍ଡପା ପୋଲିସ ପକ୍ଷରୁ ଶନିବାର...

ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ।...

ବଗିଚାକୁ ଯାଉଥିବା ବେଳେ ୩ ଭାଲୁଙ୍କ ଆକ୍ରମଣ: ବାପ, ପୁଅ ଗୁରୁତର

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବିଲା ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

Advertisement
Archives

Model This Week