ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦାମ ୩୭.୬୩ ଡଲାର ରହିଛି। ଫଳରେ ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ ରହିଛି। ଏବେ ଏହି ଖବର ଟୁଇଟର ଏବଂ ଅନ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ୍‌ ବିକ୍ରି କମିବାରେ ଲାଗିଛି। ଅପରପକ୍ଷରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ଗହଳି କମାଇବା ଲାଗି ବିଭିନ୍ନ ଦେଶରେ ଗାଡ଼ିମଟର ଅପେକ୍ଷା ସାଇକେଲ ଚଳାଇ ଅବା ଚାଲିଚାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାର ନକାରାତ୍ମକ ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କାରବାର ଉପରେ ପଡୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା...

ସମଗ୍ର ବିଶ୍ୱ ପାଇଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବା ଉଚିତ: ଆଣ୍ଟୋନିଓ ଗୁଟେରସ

ୱାଶିଂଟନ,୬ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୨ ମାସରୁ ଅଧିକ ସମୟ ହେଲା ଜାରି ରହିଛି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସମସ୍ତ ବଡ...

ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ

ଟୋକିଓ,୧୯ା୭(ଏଏଫ୍‌ପି):ଜାପାନର କ୍ୟୋଟୋ ଆନିମେଶନ୍‌ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

କରୋନା ଜନିତ ମୃତ୍ୟୁ: ସରକାରଙ୍କ ତତ୍ତ୍ୱାବଧାନରେ ହେବ ମୃତଦେହ ସତ୍କାର

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

ଆମେରିକା, ବ୍ରାଜିଲ ପରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୫ା୭ ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛାଲିଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୩ ହଜାର...

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌...

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ...

Advertisement
Archives

Model This Week