ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ ଏହାକୁ ଦୃଢ଼ ବିରୋଧ କରିବା ସହ ଟ୍ରାକ୍ଟର ଚାଳକଙ୍କୁ ବାନ୍ଧି ଗାଡ଼ିକୁ ଅଟକ ରଖିଥିଲେ। ହେଲେ ଉକ୍ତ ଅଳିଆ ପୌରପାଳିକା ପକ୍ଷରୁ ପଠାଯାଇ ନାହିଁ ବୋଲି ଜଣାପଡ଼ିବା ପରେ କଲୋନୀବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅର୍ଥ ଲୋଭରେ ଏକ ଘରୋଇ ଆପାର୍ଟମେଣ୍ଟରୁ ବେଆଇନ ଭାବେ ଅଳିଆ ଉଠାଇ ପକାଇବାକୁ ନେଇଥିବା ଟ୍ରାକ୍ଟର ଚାଳକ ସ୍ବୀକାର କରିବା ସହ ଭୁଲ ମାଗିବା ପରେ କଲୋନୀବାସୀ ତାଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି।
ବୁଧବାର ଅପରାହ୍ନରେ ଏକ ଟ୍ରାକ୍ଟର (ନଂ. ଓଡି୧୯ଜି-୫୮୮୦) ଅଳିଆ ଧରି ମେଡିକାଲ କଲୋନୀ ପଛରେ ପହଞ୍ଚତ୍ ଗଦେଇବା ଆରମ୍ଭ କରିଥିଲା। ଏହା ଦେଖି କଲୋନୀବାସୀ ବିରୋଧ କରିଥିଲେ ମଧ୍ୟ ଚାଳକ ପ୍ରତାପ ଗୋଚ୍ଛାୟତ ଶୁଣି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନୂଆ କଲୋନୀବାସୀ ପାଚେରି ଡେଇଁ ଟ୍ରାକ୍ଟର ପାଖକୁ ମାଡ଼ି ଯାଇଥିଲେ। ପ୍ରଶାସନ ଏଠାରେ ଅଳିଆ ପକାଇବା ବନ୍ଦ କରିଥିବାବେଳେ କାହିଁକି ପକାଯାଉଛି ବୋଲି ପ୍ରଶ୍ନ କରିବା ସହ ଚାଳକଙ୍କୁ ବାନ୍ଧି ପକାଇ ଗାଡ଼ି ଅଟକ ରଖିଥିଲେ। ପରେ କଲୋନୀବାସୀ ପୌରପାଳିକା ଅଫିସକୁ ଫୋନ୍‌ କରିଥିଲେ। ପୌର କର୍ତ୍ତୃପକ୍ଷ ସେଠାକୁ କୌଣସି ଅଳିଆ ପଠାଯାଇ ନ ଥିବା କହିବା ପରେ ଚାଳକ ଜଣକ ଗାନ୍ଧୀମାର୍ଗ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୮ଶହ ଟଙ୍କା ଭଡ଼ାରେ ଅଳିଆ ଧରି ଆସିଥିବା ସ୍ବୀକାର କରିଥିଲେ।
ଏ ନେଇ ପୌରପାଳିକା ପରିମଳ ବିଭାଗ ଅଧିକାରୀ ଆଶିଷ କୁମାର ଦାସ କିଛି ଜାଣି ନ ଥିବା କହିଛନ୍ତି। ଅନୁଗୋଳ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ର କହିଛନ୍ତି, ୪ ଦିନ ହେବ ଅଳିଆ ବୋଝେଇ ହୋଇଥିବା ଗାଡ଼ିରୁ ଆବର୍ଜନା ନେଇ ସକାଳେ ଅନ୍ୟତ୍ର ପକାଯାଇଥିଲା। ଏହାପରେ ପୌରପାଳିକା ଗାଡ଼ିକୁ ଆଉ କୌଣସି ସ୍ଥାନରେ ନିୟୋଜିତ କରାଯାଇ ନ ଥିଲା। କିଏ ଓ କାହିଁକି ଗାଡ଼ି ନେଇ ସେଠାକୁ ଗଲା ସେ ସମ୍ପର୍କରେ କିଛି ଜଣାନାହିଁ। ଅନୁଗୋଳ ଏଡିଏମ୍‌ଓ ବିଶୋଇ କହିଛନ୍ତି, କଲୋନୀ ପଛରେ ଥିବା ସ୍ଥାନରେ ପୌରପାଳିକା ପକ୍ଷରୁ ପୂର୍ବରୁ ଅଳିଆ ପକାଯାଉଥିଲା। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରିବା ପରେ ଅଳିଆ ପକାଯାଉ ନ ଥିଲା। ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଶୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ନ ଥିବାରୁ ପାଠ ଛାଡୁଛନ୍ତି ପିଲା

ଛେଣ୍ଡିପଦା,୨୫ା୭(ସ୍ବ.ପ୍ର.)  ଗାଁକୁ ଭଲ ରାସ୍ତାଟିଏ ନାହିଁ। ଚାରିପଟୁ ଘେରି ରହିଛି  ନୁହୁରାଣୀ ଓ ବାଇଶିନାଳିଆ ନଦୀ। ବର୍ଷ ତମାମ ସେଥିରେ ପାଣି ରହୁଥିବାରୁ ଯାତାୟାତ ବେଶ୍‌...

ବାଗେଡିଆ-ପୁରୁଣାଗଡ ରାସ୍ତାରେ ଗର୍ତ୍ତ

ଛେଣ୍ଡିପଦା,୧୩।୮(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମଠାରୁ ପୁରୁଣାଗଡ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ପୁରୁଣାସାହି ନିକଟରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ...

ଅନୁଗୋଳ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଅନୁଗୋଳ ଅଫିସ,୧୪।୧୨: ଅନୁଗୋଳ ଗସ୍ତରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ଏହି ଅବସରରେ ସେ ଅନୁଗୋଳ ସର୍କିଟ...

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ଶେଷ ହେଉ ନ ଥିବାରୁ ସମସ୍ୟା

ବଇଣ୍ଡା,୫।୭(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ ହେବ ବୋଲି ତରବର ହେଲା ପ୍ରଶାସନ। କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ହେବା ପୂର୍ବରୁ ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଦେଲା। ସ୍କୁଲ,...

ମେସ୍‌ରେ ତାଲା, ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ୍‌, ୬।୨ – ବିନା ନୋଟିସରେ ମେସ୍‌ରେ ତାଲା ପକାଇ ହଷ୍ଟେଲ ମ୍ୟାନେଜର କେଉଁଆଡ଼େ ଚାଲିଯାଇଥିବାରୁ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୨ ନମ୍ବର...

ଦୁଇଶିଶୁଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ: ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୨୮ା୬(ସ୍ବ.ପ୍ର.): ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କଙ୍କରେଇ ନିକଟରେ ରବିବାର ଏକ ସ୍କର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର...

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week