ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା ହୋଇଛି। ଏଥିରେ ବୋଇଂ ୭୭୭, ବୋଇଂ ୭୮୭ ଏବଂ ଏୟାରବସ୍‌ ଏ୩୨୦ ଭଳି ବିମାନ ରହିଛି। ଏଗୁଡ଼ିକ ଗତ କିଛି ମାସ ହେଲା କାର୍ଯ୍ୟକ୍ଷମ ନାହାନ୍ତି। ଇତିମଧ୍ୟରେ ଜେଟ୍‌ ଏୟାରଓ୍ବେଜର  ବୋଇଂ ୭୭୭ ବିମାନ ଲିଜ୍‌ରେ ନେବାକୁ ଏୟାର ଇଣ୍ଡିଆ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ  କମ୍ପାନୀ ଷ୍ଟେଟ ବ୍ୟାଙ୍କକୁ ଅନୁରୋଧ କରିଛି। ତେବେ ଏୟାର ଇଣ୍ଡିଆକୁ ଏବେ ଅନ୍ତତଃପକ୍ଷେ ଏବେ ୫୦୦ କୋଟି ଟଙ୍କାର ଆବଶ୍ୟକତା ରହିିଛି। ଏହି ଅର୍ଥରେ ପଡି ରହିଥିବା ବିମାନଗୁଡ଼ିକୁ ସଜାଡି କମ୍ପାନୀ ଉଡ଼ାଇବାକୁ ଚାହୁଁଛି। ଏୟାର ଇଣ୍ଡିଆର ଅବସ୍ଥା ଏପରି ସାଂଘାତିକ ଯେ, କମ୍ପାନୀ ନୂଆ ବିମାନରୁ ପାଟର୍‌ସ ବାହାର କରି ପୁରୁଣା ବିମାନରେ ଲଗାଇବାକୁ ବାଧ୍ୟ ହେଉଛି। ନୂଆ ପାଟର୍‌ସ କିଣିବାକୁ ଏହା ନିକଟରେ ଅର୍ଥ ନାହିଁ। ସୂଚନାଥାଉ କି, ଏୟାର ଇଣ୍ଡିଆ ନିକଟରେ ୧୮ ବୋଇଂ ୭୭୭,୨୭ ବୋଇଂ ୭୮୭, ୪ ବୋଇଂ ୭୪୭ ବିମାନ ରହିଛି। ଏଗୁଡ଼ିକୁ ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଯାଇଥାଏ। ହଜ୍‌ ଯାତ୍ରା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବୋଇଂ ୭୪୭ରେ ଯାତ୍ରା କରିଥାନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ୪୮ ହଜାର କୋଟି ଟଙ୍କାର ଋଣବୋଝ ରହିଛି। ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଏହି କାରଣରୁ ଏୟାର ଇଣ୍ଡିଆକୁ ଅର୍ଥ ସହାୟତା କରିବା ସରକାରଙ୍କ ପକ୍ଷରେ ଅଡୁଆ ହୋଇଛି। ଅର୍ଥ ଅଭାବରେ ଆଗାମୀ ଦିନରେ କମ୍ପାନୀର ଆହୁରି କିଛି ବିମାନ ଛିଡ଼ା ହେବ ବୋଲି ମନେକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

୧୪୯୦ କୋଟି ଟଙ୍କା ରିଫଣ୍ଡ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ପାଇଁ ଏବେ ରେଳ ସେବା ବନ୍ଦ ରହିଛି। ଏହି ସମୟରେ ବାତିଲ ହୋଇଥିବା ପ୍ରାୟ ୯୪ ଲକ୍ଷ ଟିକେଟର ରିଫଣ୍ଡ ଲାଗି ରେଲଓ୍ବେ...

ଆଇଆର୍‌ସିଟିସି ଅଂଶଧନ ବିକ୍ରିରୁ ୪,୨୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଅଂଶଧନ ବିକ୍ରିରୁ ସରକାର ୪,୨୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଫର ଫର...

ଜିଓରେ ୧୧୩୬୭ କୋଟି ନିବେଶ କରିବ କେକେଆର୍‌

ମୁମ୍ବାଇ,୨୩।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ନିବେଶକାରୀ ସଂସ୍ଥା କେକେଆର୍‌ ୧୧୩୬୭ କୋଟି...

ନୂଆ ଜିଏସ୍‌ଟି ନିୟମ ଅଧୀନରେ ୪୫ ହଜାର ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ମାତ୍ର ୪୫ ହଜାର ପଞ୍ଜୀକୃତ ସଂସ୍ଥା ବାଧ୍ୟତାମୂଳକ ୧% ନଗଦ ଟିକସ ପ୍ରଦାନ କରିବେ। ଏହା ଜାନୁୟାରୀରୁ...

ଯାତ୍ରୀ ନିରାପତ୍ତା କ୍ଷେତ୍ରରେ ରେଳପଥର ରେକର୍ଡ

ମୁମ୍ବାଇ,୨୭-୧୨: ଚଳିତବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନ ହାନି ହୋଇନି। ରେଳପଥର ୧୬୬ ବର୍ଷ ଲମ୍ବା ଇତିହାସରେ ପ୍ରଥମଥର ଲାଗି ଏଭଳି ହୋଇଛି। ଚଳିତ...

ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ)...

ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement
Archives

Model This Week