ଅବହେଳିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ,୧୪ା୩

ମହାପୁରୁଷଙ୍କୁ ସମ୍ମାନ ଦେବା ଓ ତାଙ୍କର ସ୍ମୃତିକୁ ମନେ ପକାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଥାଏ। କିନ୍ତୁ ବ୍ରହ୍ମପୁର ସହରର କେତେକ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।
ପ୍ରେମ ନଗର ଚତୁର୍ଥ ଗଳି ଛକ ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅବହେଳିତ ଭାବରେ ରାସ୍ତା କଡ଼ରେ ପଡ଼ି ରହିଛି । ପ୍ରାୟ ୩୫ରୁ ୩୬ ବର୍ଷ ପୂର୍ବେ ଖଡୁରା ସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଥିଲା । କିନ୍ତୁ ଫାଇଲିନ୍‌ ସମୟରେ ଉକ୍ତ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିଲା। ଏହା ସହିତ ଡ୍ରେନ ଓ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଦ୍ୟାଳୟକୁ ଅନ୍ୟତ୍ର ଘୁଞ୍ଚା ଯାଇଥିଲା। ଫଳରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇ ରାସ୍ତା କଡ଼ରେ ରଖାଯାଇଥିଲା। ଠିକ୍‌ ସେହି ଦିନଠାରୁ ଏଭଳି ଭାବରେ ପ୍ରତିମୂର୍ତ୍ତିଟି ଅବହେଳିତ ହୋଇ ରହିଛି। ଏଥି ମଧ୍ୟରେ ଡ୍ରେନ ଓ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାମ ସରିଥିଲେ ମଧ୍ୟ ଉକ୍ତ ପ୍ରତିମୂର୍ତ୍ତି ଉପରେ କାହାର ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ପ୍ରତିମୂର୍ତ୍ତିକୁ ବ୍ରହ୍ମପୁର ମହାନଗର ନିଗମ ଶୀଘ୍ର ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାକୁ ଜନସାଧାରଣ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ, ଉକ୍ତ ସ୍ଥାନ ମଧ୍ୟରୁ ସାଉଥ୍‌କୋକୁ ବିଦ୍ୟୁତ୍‌ ଶୁଳ୍କ ଆଦାୟ ନିମନ୍ତେ କିଛି ସ୍ଥାନର ଆବଶ୍ୟକ ରହିଛି ବୋଲି ସେ ଚିଠି ମାଧ୍ୟମରେ ଆମକୁ ଜଣାଇଛନ୍ତି । ଉକ୍ତ ସ୍ଥାନ ସାଉଥକୋକୁ ହସ୍ତାନ୍ତର କଲାପରେ ବାକି ସ୍ଥାନରେ ଗୋଟିଏ ଛୋଟିଆ ପାର୍କ କରାଯାଇ ସେହି ସ୍ଥାନରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦାରେ ପଡ଼ିଛି ମହାପ୍ରସାଦ

ପୁରୀ ଅଫିସ,୧୩।୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଶ୍ରୀମନ୍ଦିର ନିକଟରେ...

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୫।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଲୋକସେବା ଭବନଠାରେ ଅନୁଷ୍ଠିତ...

ରାଜ୍ୟରେ ଚିହ୍ନଟ ହେଲେ ୧୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

‘ଖୁସି’ ସଫ୍ଟଓ୍ବେର ଉନ୍ମୋଚିତ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସାନିଟାରି ନାପ୍‌କିନ୍‌ ବଣ୍ଟନ ପାଇଁ...

ସରିଲା କୋଣାର୍କ, ବାଲୁକା କଳା ଉତ୍ସବ

କୋଣାର୍କ,୬।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ଠାରୁ ଆରମ୍ଭ ହୋଇଥିବା କଳା ଓ ସଂସ୍କୃତିର ମହାକୁମ୍ଭ ୩୩ତମ...

ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

କଟକ ଅଫିସ, ୨୨ା୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ...

ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ...

Advertisement
Archives

Model This Week