ଅନ୍‌ଲାଇନ୍‌ ପାଠପଢ଼ାକୁ ନେଟ୍‌ଓ୍ବର୍କ ଅଫ୍‌ଲାଇନ

ଅନୁଗୋଳ ଅଫିସ, ୧୮।୫:  ସ୍ମାର୍ଟଫୋନ ଥିଲେ ବି ଆସୁନି ନେଟଓ୍ବର୍କ। ଗାଁ ଡେଇଁ ପାଞ୍ଚ କୋଶ ଗଲେ ହୋଇପାରୁଛି ଯୋଗାଯୋଗ। ଦୈନିକ ଏପରି ଅସୁବିଧା ଭିତରେ କିପରି ସରକାରଙ୍କ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍‌ଲାଇନରେ ପଢ଼ିପାରିବେ ପିଲା। ପଛେଇଥିବା ସିଲାବସ୍‌ ସରିବ କେମିତି। ଭିତ୍ତିଭୂମି ନ ପରଖି ସରକାର କିପରି ଏଭଳି ଯୋଜନା କରୁଛନ୍ତି ବୋଲି ଅନୁଗୋଳ ଜିଲାର ଅନେକ ଅଭିଭାବକ ପ୍ରଶ୍ନ କରିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, କରୋନା ବିପତ୍ତି ସମୟରେ ଘରେ ପିଲାଙ୍କୁ ପାଠ ପଢ଼ାଇବାକୁ ଏମିତି ଯୋଜନା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ କେତେକ ଜିଲାରେ ଏଭଳି ଅନ୍‌ଲାଇନ୍‌ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ଘୋର ଭିତ୍ତିଭୂମି ଅଭାବ ଥିବା ଅନୁଗୋଳ ଜିଲାରେ ଏହି ଯୋଜନା ସଫଳ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଅନୁଗୋଳ ବ୍ଲକ କୋଠଭୂଇଁ ପଞ୍ଚାୟତର ଦଣ୍ଡାବାହାଳ ଗଁାକୁ ଏ ପର୍ଯ୍ୟନ୍ତ ମୋବାଇଲ୍‌ ସେବା ପହଞ୍ଚିପାରି ନାହିଁ। କାହା ସହ କଥା ହେବାକୁ ହେଲେ ଗଁା ଠାରୁ ୫ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ମାଣିକଯୋଡ଼ି, ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର ଓ ବଲଙ୍ଗ ପଞ୍ଚାୟତର ଅନେକ ଗଁାରେ ମୋବାଇଲ୍‌ ନେଟ୍‌ୱର୍କ ଆଜି ବି ସାତସପନ। ସେହିପରି ପାଲଲହଡ଼ା, ଆଠମଲ୍ଲିକ ବ୍ଲକର ବହୁ ଗଁାରେ ମଧ୍ୟ ଏପରି ଅସୁବିଧା ରହିଛି। ତେଣୁ ମୋବାଇଲ ସେବା ଠାରୁ ଦୂରରେ ଥିବା ଏସବୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ଆସିବ କେଉଁଠୁ। ଏହାଛଡ଼ା ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରୀଛାତ୍ରଙ୍କ ପରିବାର ନିକଟରେ ସ୍ମାର୍ଟଫୋନ୍‌ ନାହିଁ। ଏଭଳି କ୍ଷେତ୍ରରେ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ୍‌ରେ ପାଠପଢ଼ା ଯୋଜନା ଅସମ୍ଭବ ଭଳି ମନେ ହେଉଛି। ଜଣେ ଅଭିଭାବକ ବରଦା ପ୍ରସନ୍ନ ଦାସ କହିଛନ୍ତି, ଏହା ଧର୍ମକୁ ଆଖି ଠାର ଭଳି। ଏହାଦ୍ୱାରା ସରକାରୀ ସ୍କୁଲ ନୁହେଁ କେବଳ ଇଂଲିଶ ମିଡିୟମରେ ପଢ଼ୁଥିବା ମମି, ଡାଡିଙ୍କ ପିଲାମାନେ ଉପକୃତ ହୋଇପାରିବେ। ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାରା ରାଜ୍ୟରେ ଏପରି ସମସ୍ୟା ରହିଛି। ହ୍ବାଟ୍ସଆପ୍‌ରେ ପଢ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଟେଲିଭିଜନ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଉଛି। ଏହା କିଛି ମାତ୍ରାରେ ପିଲାଙ୍କ ପାଇଁ କାମରେ ଆସିବ। ତେବେ ଜିଲାରେ ଅନ୍‌ଲାଇନ୍‌ରେ ପାଠପଢ଼ା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। କେବଳ ଅନ୍‌ଲାଇନ୍‌ ଶିକ୍ଷାଦାନ ନେଇ ରାଜ୍ୟ ଶିକ୍ଷା ବିଭାଗ ପାଖରୁ ଯାହା ମେସେଜ୍‌ ଆସିଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?