ଅନ୍ଧବିଶ୍ୱାସ: ୧୨ ଘଣ୍ଟା କୀର୍ତ୍ତନ କଲେ ଗାଁ ମାଡ଼ିବନି କରୋନା, ଜଣେ ଗିରଫ

ଗୋଷାଣୀ,୧ା୪(ଡି.ଏନ୍‌.ଏ.): ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବିଶେଷକରି ଗୁଜବ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ କରାଯାଉଛି। ଏଭଳି କାର୍ଯ୍ୟ କଲେ ଗିରଫ କରାଯିବ ବୋଲି ମଧ୍ୟ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାଯାଉଛି। ହେଲେ ଆଦିବାସୀ ଅଞ୍ଚଳର ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ଗାଁରେ ୧୨ ଘଣ୍ଟା ଧରି ଭଜନ କୀର୍ତ୍ତନ କଲେ କରୋନା ଗାଁ ମାଡ଼ିବନି ଏବଂ କାହାର କୌଣସି କ୍ଷତି ହେବନାହିଁ। ଗାଁର ଲକ୍ଷ୍ମୀ ଚରଣ ପାତ୍ର ଗ୍ରାମବାସୀଙ୍କ ମଧ୍ୟରେ ଏପରି ପ୍ରଚାର କରିଥିଲେ। ଏଥିରେ ବିଶ୍ୱାସ କରି ମଙ୍ଗଳବାର ଗାଁ ମଣ୍ଡପରେ ଆରମ୍ଭ ହୋଇଥିଲା ଭଜନ କୀର୍ତ୍ତନ। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏତେ ସଚେତନ କରାଯାଉଥିବାବେଳେ ଏଠାରେ ଦିନ ତମାମ ଚାଲିଥିଲା ଏହି କାର୍ଯ୍ୟକ୍ରମ। ଏହି ସମୟରେ ଅଭିଯୁକ୍ତ ଲକ୍ଷ୍ମୀ ଚରଣ ପାତ୍ର ନିଜ ଗୋଡ଼, ହାତ ବାନ୍ଧି ଗାଁ ଦାଣ୍ଡରେ ଗଡ଼ିଥିଲେ। ରୋଗରୁ ମୁକ୍ତି ପାଇଁ ଏପରି କରିଥିବା ଜଣାପଡ଼ିଛି। ଗାଁରେ ଏପରି କାର୍ଯ୍ୟକ୍ରମ ଚାଲିଥିବା ନେଇ ସୋସିଆଲ୍‌ ମିଡିଆରେ ପ୍ରଚାର ହେବାପରେ ଖବର ଗାରାବନ୍ଧ ପୋଲିସ ଓ ପ୍ରଶାସନ ନିକଟରେ ପହଞ୍ଚିଥିଲା। ତୁରନ୍ତ ଗାଁରେ ପୋଲିସ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ଏ ନେଇ ଗାରାବନ୍ଧ ଥାନାରେ କେସ୍‌ ନଂ. ୨୩/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାରେ ସମ୍ପୃକ୍ତ ଲକ୍ଷ୍ମୀ ଚରଣ ପାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା କରୋନା ସଚେତନତା ବାର୍ତ୍ତା : ଘର ଆଗରେ ‘ଅତିଥିଙ୍କୁ ମନା’ ପୋଷ୍ଟର ଲଗାଇଲେ ମହିଳା

କଟକ ଅଫିସ, ୫।୪: କରୋନା ସହ ଲଢିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି...

ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ

ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ...

ସମଲିଙ୍ଗୀ ଯୌନ ସମ୍ପର୍କ: ଅଧ୍ୟାପକ ଗିରଫ

ଯାଜପୁର ଟାଉନ,୩୧।୮(ଡି.ଏନ.ଏ): ଛାତ୍ରଙ୍କୁ ସମଲିଙ୍ଗୀ ଯୌନ ସମ୍ପର୍କ ପାଇଁ ନିବେଦନ କରି ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ। ସେ ହେଲେ ସ୍ଥାନୀୟ ଏକ କଲେଜର ରାଜନୀତି...

ସୁଧୁରୁନି ସ୍ବାସ୍ଥ୍ୟସେବା

ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବା ବ୍ୟାପକ ପ୍ରଚାର ହେଉଛି। ବାସ୍ତବରେ କିନ୍ତୁ ପ୍ରଚାର ତୁଳନାରେ କାମ ହେଉଥିବା ଅନୁଭବ...

୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି

ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର୍‌) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର...

ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’

ଭୁବନେଶ୍ୱର, ୧୭-୧୧(ବ୍ୟୁରୋ) ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ...

ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ...

ଫିରିଙ୍ଗିଆ ମେଡିକାଲରେ ଜେନେରେଟର ଅଚଳ: ଲାଇନ କଟିଲେ ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୭ା୫-ଫିରିଙ୍ଗିଆ ମେଡିକାଲ ବହୁ ଅବ୍ୟବସ୍ଥା ନେଇ ଗତି କରୁଛି। ରବିବାର ଏଠାରେ ବିଦ୍ୟୁତ୍‌ କାଟ ହୋଇଥିବାବେଳେ ଜେନେରେଟର ଚାଲୁ ନ ଥିଲା। ରୋଗୀମାନେ ଅସହ୍ୟ ଗରମରେ...

Advertisement
Archives

Model This Week