Posted inଖେଳ

ଅନ୍ତିମ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ

ଓ୍ବେଲିଂଟନ,୧୦।୨- ଟିମ୍‌ ଇଣ୍ଡିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ଜିତି ନେଇଥିବା ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଦଳରେ ପରିବର୍ତ୍ତନ କରିଛି। ଲେଗ୍‌ ସ୍ପିିନର ଇଶ ସୋଧି ଓ ପେସର ବ୍ଲେର ଟିକନରଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ଏ’ ସହ ୪ ଦିନିକିଆ ମ୍ୟାଚ୍‌ ଖେଳୁଥିବା ସୋଧି ଓ ଟିକନର ନ୍ୟୁଜିଲାଣ୍ଡ ଏ’ ଜାତୀୟ ଦଳ ପାଇଁ ପଠାଇଛି। ଦୁହେଁ ଅସୁସ୍ଥ ଥିବା ଟିମ୍‌ ସୌଦି ଓ ମିଚେଲ ସାଣ୍ଟନରଙ୍କ ସ୍ଥାନ ନେବେ। ଅକଲାଣ୍ଡ ଦିନିକିଆରେ ଅସୁସ୍ଥତା ସତ୍ତ୍ୱେ ସୌଦି ୧୦ ଓଭର ବୋଲିଂ କରିଥିଲେ। ଅବଶ୍ୟ ସେ ବାରମ୍ବାର ଫିଲ୍ଡ ଛାଡ଼ି ଡ୍ରେସିଂ ରୁମକୁ ଯାଇଥିଲେ। ଏଥିଯୋଗୁ ଦଳୀୟ ସାଥି ଖେଳାଳିମାନେ ପ୍ରଶଂସା କରିଥିଲେ। କାନ୍ଧ ଜନିତ ଆହତ ସମସ୍ୟା କାରଣରୁ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିବା ଅଧିନାୟକ କେନ ଓ୍ବିଲିୟମସନ ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ୧୧ ତାରିଖରେ ମାଉଣ୍ଟମାଙ୍ଗାନୁଇଠାରେ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଖେଳିଯିବ। ଏହାପରେ ୨୧ ତାରିଖରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମୁଦୁଲ୍ଲାଙ୍କୁ କରୋନା

ଢାକା: କୋଭିଡ୍‌ ଟେଷ୍ଟରେ ବାଂଲାଦେଶର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ମହମୁଦୁଲ୍ଲାଙ୍କର ପଜିଟିଭ ଆସିଛି। ଫଳରେ ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପ୍ଲେଅଫ୍‌ ଖେଳିବାରୁ ବଞ୍ଚତ୍ତ...

ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ...

ଇଣ୍ଡିଆନ ସୁପର ଲିଗ୍‌: ଡ୍ର’ରେ ଓଡ଼ିଶାର ଅଭିଯାନ ଶେଷ ମାନୁଏଲଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ତା’ର ଶେଷ ତଥା ୧୮ତମ ମ୍ୟାଚ୍‌ ଅମୀମାଂସିତ ରଖି ଅଭିଯାନ ଶେଷ...

ବକ୍ସିଂ ଡେ’ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୩୨୬ ରନ କରି...

ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ଦୌଡ଼ରେ ପ୍ରବୀଣ ଆମ୍ରେ

ମୁମ୍ବାଇ, ୩୦।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିଭା ସମ୍ପନ୍ନ ଖେଳାଳି ଖୋଜିବା ଦାୟିତ୍ୱରେ ଥିବା...

ଟି୨୦ ସିରିଜ ଜିତିଲା ଭାରତ

ନାଗପୁର, ୧୧।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୦ ରନରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି...

ବାବରଙ୍କଠାରୁ ପଛରେ କୋହଲି

କରାଚୀ,୩୦।୯: ପାକିସ୍ତାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ତମ ଶତକ ଲଗାଇବାରେ ଭାରତୀୟ ସେନସେଶନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଭାରତୀୟ...

ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ

ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍‌ ୧୧ ଅଗଷ୍ଟ ୧୯୫୪ରେ...

Advertisement
Archives

Model This Week