Posted inଫୁରସତ

୨୧ ଲକ୍ଷ ଟଙ୍କାର କାର ଏବଂ ୧୧ ଲକ୍ଷ ଯୌତୁକ ନେଲେନି ବର: ଗ୍ରହଣ କଲେ ୧୦୧ ଟଙ୍କା

କୋଟା,୧୦।୨: ବାହାଘରରେ ଜଣେ ବର ତାଙ୍କୁ ଶ୍ୱଶୁର ଘର ପକ୍ଷରୁ ମିଳିଥିବା ୨୧ ଲକ୍ଷ ଟଙ୍କାର ବିଳାସ ପୂର୍ଣ୍ଣ କାର ଏବଂ ୧୧ ଲକ୍ଷ ଟଙ୍କାର ଯୌତୁକ ନେବାକୁ ମନା କରିଛନ୍ତି। କେବଳ ୧୦୧ ଟଙ୍କା ଗ୍ରହଣ କରି ସେ ବିବାହ କରିବାକୁ ମନସ୍ଥ କରିଛନ୍ତି। ଅଜମେରର ବାସିନ୍ଦା ମୟଙ୍କ ଗୁର୍ଜରଙ୍କ ବିବାହ ଆସନ୍ତା ରବିବାର ଦିନ ସୁରଟର କନ୍ୟା ମୁକ୍ତାଙ୍କ ସହିତ ସମ୍ପନ୍ନ ହେବ। ବାହାଘର ପୂର୍ବରୁ ହୋଇଥିବା ନିର୍ବନ୍ଧରେ ବରଙ୍କୁ ଏସବୁ ଉପହାର ମିଳିବ ବୋଲି କନ୍ୟାପକ୍ଷ ସୂଚନା ଦେଇଥିଲେ। ତେବେ ଏସବୁ ନେବାକୁ ମୟଙ୍କ ଅରାଜି ହୋଇଛନ୍ତି। ସେ କେବଳ ୧୦୧ ଟଙ୍କା ଉପହାର ନେବାକୁ କହିଛନ୍ତି। ମୟଙ୍କଙ୍କ କଥାରେ ତାଙ୍କ ପିତା ରାମସୁଖ ଗୁର୍ଜର ମଧ୍ୟ ସହମତି ପ୍ରକାଶ କରିଥିଲେ। ବିନା ଯୌତୁକରେ ବୋହୂ ନେବାକୁ ସେମାନେ କହିଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri