ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର ଓ ୭ ଜଣ ଏଏସ୍‌ଆଇ ରହିଛନ୍ତି।
ଜିଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଛେଣ୍ଡିପଦା ଥାନାକୁ ବଦଳି କରାଯାଇଛି। ବଅଁରପାଳ ଥାନା ଅଧିକାରୀ କନକ କୁମାର ମାଝିଙ୍କ ପାଲଲହଡ଼ା ଥାନା ଅଧିକାରୀ ଭାବେ ବଦଳି ହୋଇଛି। ସେହିପରି ସମଲ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନା ଏବଂ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଜିଲା ପୋଲିସ ମୁଖ୍ୟାଳୟରେ ଥିବା ସବଇନ୍ସପେକ୍ଟର କଳାକାର ନାୟକଙ୍କୁ ଅନୁଗୋଳ ଟ୍ରାଫିକକୁ ବଦଳି ହୋଇଥିବାବେଳେ ଅମୁନସେନ୍‌ କିରୋଙ୍କୁ ଜିଲା ମୁଖ୍ୟାଳୟରୁ ନାଲକୋ ଥାନା, ଦୀନକୃଷ୍ଣ ମିଶ୍ରଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ସାଇବର ସେଲ, କ୍ଷୀତିଶ ପାତ୍ରଙ୍କୁ ଆଠମଲ୍ଲିକ ଥାନାରୁ ସମଲ ଥାନା, ଆଶିଷ କୁମାର ଜେନାଙ୍କୁ ନାଲ୍‌କୋ ଥାନାରୁ ବିକ୍ରମପୁର ଥାନାକୁ ବଦଳି କରାଯାଇଛି। ସେହିପରି ଏଏସ୍‌ଆଇ ଶୁଭେନ୍ଦୁ କୁମାର ଧୀରଙ୍କୁ ଛେଣ୍ଡିପଦା ଥାନାରୁ ଆଠମଲ୍ଲିକ କୋର୍ଟ, ମୀରଜା ଅନ୍‌ୱରଙ୍କୁ ଜିଲା ମୁଖ୍ୟାଳୟରୁ ଜିଲା ରିଜର୍ଭ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସରୋଜିନୀ ବାଗଙ୍କୁ ନାଲ୍‌କୋ ଥାନାରୁ ଜିଲା ପୋଲିସ ମୁଖ୍ୟାଳୟ, ଅଜୟ କୁମାର ସାହୁଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ସମଲ ଥାନା, ସନାତନ ମହାରଣାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ତାଳଚେର ଏସଡିପିଓ କାର୍ଯ୍ୟାଳୟ, ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ପାଲଲହଡ଼ା କୋର୍ଟରୁ ପାଲଲହଡ଼ା ଥାନାକୁ ପଠାଯାଇଛି। ସେହିପରି ରୁଷିନ୍ଦ୍ରା ପ୍ରଧାନଙ୍କୁ ପାଲଲହଡ଼ା ଥାନାରୁ ପାଲଲହଡ଼ା କୋର୍ଟକୁ ବଦଳି କରାଯାଇଥିବା ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି।...

ଆଲୋକମାଳାରେ ସଜ୍ଜିତ ହେବ ସହର

ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ...

ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର: ଇକୋ ପାର୍କ ଉନ୍ନତୀକରଣ କରାଯାଉ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ସହରରେ ଥିବା ଇକୋ ପାର୍କରେ ଏବେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏପରି କି ପାର୍କରେ ଥିବା ଆସୁଷଙ୍ଗିକ...

କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ ପ୍ରତିଭା ଦେଖାଇଲେ ପ୍ରବାସୀ

ବଅଁରପାଳ,୧୨ା୬(ଡି.ଏନ.ଏ.)- ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ...

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା...

ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର...

ଆଶୀର୍ବାଦରୁ ବଡ଼ ଆୟୋଜନ

ଅନୁଗୋଳ ଅଫିସ, ୧।୧।୦ : ଅନୁଗୋଳ ସହର ବଜାରରେ ଥିବା ଦୁର୍ଗାଶଙ୍କର ପୂଜା ସମିତି ପକ୍ଷରୁ ମା’ଙ୍କ ପୂଜା ପାଇଁ ଧୁମ୍‌ଧାମରେ କରାଯାଇଛି ଆୟୋଜନ। ଚଳିତବର୍ଷ...

ଚମକ ଭରିଛି ଚନ୍ଦନଯାତ୍ରା

ବଇଣ୍ଡା,୨୦।୫(ପରିକ୍ଷିତ ସାହୁ) ୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍‌। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ...

Advertisement
Archives

Model This Week