ଅଜଣା ରୋଗରେ ପୀଡିତ ଦେବେନ୍ଦ୍ର

ଜାମଟିକ୍ରା, ୧୩।୧ (ଡି.ଏନ.ଏ) ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗ୍ରାମ ପଧାନପଡାର ଦାସ ନାଗଙ୍କ ସାନପୁଅ ଦେବେନ୍ଦ୍ର ନାଗ (୩୮)। ଦୀର୍ଘ ୪ ବର୍ଷ ହେଲା ସେ ଜୀବନ ସହ ସଂଘର୍ଷ କରି ଆସୁଛନ୍ତି । ଦେବେନ୍ଦ୍ରଙ୍କ ଚିକିତ୍ସା ଲାଗି ଅଭାବୀ ପରିବାର ଲୋକେ ଧାରକରଜ କରି ଟଙ୍କା ଖର୍ଚ୍ଚ କଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଦେବେନ୍ଦ୍ର ଭଗବାନଙ୍କ ଭରସାରେ ପଡିିଛନ୍ତି । ସେପଟେ ଦିନକୁ ଦିନ ତାଙ୍କ ଯନ୍ତ୍ରଣା ବଢ଼ିଚାଲିଛି । ଚିକିତ୍ସା ପାଇଁ ବହୁ ଅର୍ଥ ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ହୋଇପାରୁ ନ ଥବବା ପରିବାର ଲୋକେ କହିଛନ୍ତି ।
ଦେବେନ୍ଦ୍ରଙ୍କ ପରିବାର କହିଲେ ବାପା ଦାସ, ମା’ ଜନ ଓ ଅବିବାହିତା ବଡ ଭଉଣୀ ସୀତା । ସେ ଗାଡ଼ି ଚଳାଇ ମା’ ବାପାଙ୍କୁ ପୋଷୁଥିଲେ। କିନ୍ତୁ ଦିନେ ଦେବେନ୍ଦ୍ର ହଠାତ ତଳେ ପଡିଯିବାରୁ ତାଙ୍କ ଡାହାଣ ଗୋଡ ଭାଙ୍ଗିଗଲା। ପରିବାର ଲୋକେ ଅର୍ଥ ଯୋଗାଡ କରି ତାଙ୍କୁ ବୁର୍ଲା ମେଡିକାଲକୁ ନେଲେ । ସେଠାରେ ଅପରେସନ କରି ଗୋଡେ ଲୁହା ରଡ୍‌ ଲଗାଗଲା। ସେ ଆଉ ଦିନେ ହଠାତ ପଡିଯିବାରୁ ସେହି ଗୋଡଟି ପୁଣି ଭାଙ୍ଗିଗଲା। ଆଉ ସେହି ଦିନଠୁ ଅଣ୍ଟାରୁ ତଳକୁ ସବୁ ଅଚଳ ହୋଇଗଲା । ଫଳରେ ସେ ଆଉ ଚାଲିବୁଲି ପାରିଲେ ନାହିଁ । ଭଗବାନଙ୍କୁ ଭରସା କରି ଦେବେନ୍ଦ୍ର ଦୀର୍ଘ ୪ ବର୍ଷ ହେଲା ଖଟରେ ଶୋଇ ଦିନ କାଟୁଛନ୍ତି । ବୃଦ୍ଧ ବାପା ଆଗଭଳି ଆଉ କାମ କରି ପାରୁନାହାନ୍ତି । ବଡ ଭଉଣୀ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି । ମା’ ମଧ୍ୟ ରୋଗରେ ପୀଡିତ । ଏବେ ମା’ ବାପାଙ୍କୁ ଘାରିଛି ପୁଅର ଚିନ୍ତା। ସେମାନଙ୍କର ଜମିବାଡି କିଛି ନାହିଁ । ଯେଉଁ ବୟସରେ ପୁଅ ମା’ ବାପାଙ୍କୁ ପୋଷିବା କଥା ସେହି ବୟସରେ ଦେବେନ୍ଦ୍ର ବୋଝ ପାଲଟିଛନ୍ତି । ଏହି ପରିବାରକୁ ଟଙ୍କିକିଆ ଚାଉଳ କେବଳ ୨୦ କେଜି ମିଳୁଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ଆର୍ଥିକ ସହାୟତା ମିଳିଲେ ଦେବେନ୍ଦ୍ରଙ୍କ ଚିକିତ୍ସା ହୋଇପାରିବ ବୋଲି ତାଙ୍କ ବାପା ଦାସ ନାଗ ପ୍ରକାଶ କରିଛନ୍ତି। ଏହାସହିତ ତିନିଚକିଆ ସାଇକେଲ, ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri